Back
Khorda - ଖୋର୍ଦ୍ଧାରେ ମେରୁଯାତ୍ରା, ନିଆଁରେ ଝୁଲିବା ସାଂଗକୁ ଉତପ୍ତବାଲି ଓ କଂଟାରେ ଗଡ଼ିଲେ ମାନସିକଧାର
Khordha, Odisha
ସ୍ଲଗ-ଖୋର୍ଦ୍ଧାରେ ମେରୁଯାତ୍ରା, ନିଆଁରେ ଝୁଲିବା ସାଂଗକୁ ଉତପ୍ତବାଲି ଓ କଂଟାରେ ଗଡ଼ିଲେ ମାନସିକଧାରୀ ।
ଖୋର୍ଦ୍ଧା:-ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ମେରୁଯାତ୍ରା ଅନ୍ୟତମ । ମେରୁଯାତ୍ରା ଉପଲକ୍ଷେ ଖୋର୍ଦ୍ଧା ଉପରସାହି କାମନା ମନ୍ଦିର ଠାରେ ଶତାଧିକ ମାନସିକଧାରୀ ନିଷ୍ଠା ଓ ଉପବାସ ରହି ଏହାକୁ ପାଳନ କରିଥାନ୍ତି । ବିଶେଷ କରି ଏଠାକାର ଦଣ୍ଡୁଆମାନଙ୍କ ଧୂଳିଦଣ୍ଡ, କଂଟାଗଡ଼ା ଓ ନିଆଁରେ ଝୁଲିବାର ଦୃଶ୍ୟ ଅନ୍ୟ କେଉଁଠାରେ ଦେଖିବାକୁ ମିଳିନଥାଏ । ଯାହାକୁ ଦେଖିବା ପାଇଁ ଆଖପାଖ ଅଂଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।
ଦିନ ତମାମ ଚାଲିଥିଲା ପାଟଦଣ୍ଡୁଆମାନଙ୍କ ଦଣ୍ଡଯାତ୍ରା । ଦଣ୍ଡୁଆମାନେ କେତେବେଳେ ଉତପ୍ତବାଲି, ତ ଆଉ କେବେବେଳେ କଂଟା ଉପରେ ଗଡ଼ି ନିଜକୁ ଭଗବାନଙ୍କ ପାଖରେ ସମର୍ପି ଦେଉଥିଲେ । ଖୋର୍ଦ୍ଧା ସହରର ଉପରସାହି କାମନା ମନ୍ଦିର ନିକଟରେ ମେରୁଯାତ୍ରା ପାଇଁ ମାନସିକଧାରୀମାନଙ୍କର ଏଭଳି କିଛି ଥିଲା ଭଗବାନଙ୍କ ନିକଟରେ ନିଜ ଶରୀରର ସମର୍ପଣର ଦୃଶ୍ୟ ।
0
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com