769008
ରାଉରକେଲା ରେ ପହିଲି ରଜ
Rourkela, Odisha:ଇସ୍ପାତ ସହର ରାଉରକେଲା ରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ପହିଲି ରଜ। ସହରର ବିଭିନ୍ନ ସ୍ଥାନରେ ଅନେକ ଅନୁଷ୍ଠାନ ଏହି ରଜ ପର୍ବ କୁ ପାଳନ କରୁଥିବା ବେଳେ,ସାମାଜିକ ଅନୁଷ୍ଠାନ "ମୋନାଲିସା ପୋଜେଟିଭସ" ପକ୍ଷରୁ ସ୍ଥାନୀୟ FE-2 ମଲ୍ ପରିସରରେ ପିଠା, ରଜ କ୍ୱିନ ଆଦି ପ୍ରତିଯୋଗିତା ସହିତ ନୃତ୍ୟ, ସଙ୍ଗୀତ ରେ ପାଳିତ ହୋଇଛି ପହିଲି ରଜ। ଏହି ଅବସରରେ ସୁନ୍ଦରଗଡ ର ରାଣୀ,ବିଜ୍ଞାନୀ ଦେବୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।0
0
Report
769012
Odisha News - ରାଉରକେଲା ପୋଲିସ୍ ଜିଲ୍ଲାରେ ଗଦା ଗଦା ଦେଶୀ ବନ୍ଧୁକ, ୫ ବନ୍ଧୁକ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ୬ଜଣ ଗିରଫ
Rourkela, Odisha:ରାଉରକେଲା ପୋଲିସ୍ ଜିଲ୍ଲାରେ ବୁଲୁଛି ଗଦା ଗଦା ଦେଶୀ ବନ୍ଧୁକ।ବିଭିନ୍ନ ଅପରାଧିକ ଘଟଣାରେ ସଂପୃକ୍ତ ଦେଶୀ ଓ ବିଦେଶୀ ବନ୍ଧୁକ ରାଜ୍ୟ ବାହାରୁ ଆସୁଥିବା ଦର୍ଶାଇ ହାତବାନ୍ଧି ବସୁଛି ପୋଲିସ। ଅନ୍ୟପଟେ ବନ୍ଧୁକ ଦେଖାଇ ଅପରାଧ କୁ ରୂପରେଖ ଦେଉଛନ୍ତି ଅପରାଧୀ। ତେବେ କିଛି କ୍ଷେତ୍ରରେ ଅପରାଧୀ ମାନଙ୍କୁ ଧରିବାରେ ପୋଲିସ ସଫଳ ହେଉଥିବା ବେଳେ ପୁଣି ଏକ ଡକାୟତି ଉଦ୍ୟମ ବେଳେ ୫ ବନ୍ଧୁକ,ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ୬ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ ବନ୍ଧମୁଣ୍ଡା ଥାନା ପୋଲିସ୍। ଯେଉଁ ମାନଙ୍କ ମଧ୍ୟରେ ୩୪ରୁ ଉର୍ଦ୍ଧ କେଶ୍ ଥିବା ଜଣେ ଭେଟରାନ କ୍ରିମିନାଲ୍ ତଥା ଡକାୟତି ଯୋଜନାର ମାଷ୍ଟର ମାଇଣ୍ଡ ବିଟୁ ତନ୍ତୀ ଥିବା ବେଳେ,ସେମାନଙ୍କ ନିକଟରୁ ୪ଟି ଦେଶୀ ପିଷ୍ଟଲ, ଗୋଟିଏ ଦେଶୀ ରିଭଲଭର , ୪ଟି ମାଗାଜିନ୍, ୧୫ ଟି ଗୁଳି, ଖଣ୍ଡା, ରଡ ,ମୋବାଇଲ୍ ଫୋନ୍ ଆଦି ଜବତ୍ କରାଯାଇଛି।0
0
Report
769014
Sundergarh - ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ଏଣ୍ଟିନକ୍ସଲ ମୁଭୂମେଣ୍ଟ କୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ
Rourkela, Odisha:କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ସାହା ଙ୍କ ଏଣ୍ଟି ନକ୍ସଲ ମୁଭୂମେଣ୍ଟ ଓ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ମାଓବାଦ କୁ ସମ୍ପୂର୍ଣ୍ଣ ନିପାତ କରିବାର ମୁହିମ୍ କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ମାଓବାଦୀ। ଛତିଶଗଡ,ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରେ ମାଓ ଦମନ ପାଇଁ ସରକାର ଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ବେଳେ ,ଦୀର୍ଘ ବର୍ଷ ଧରି ଶାନ୍ତ ଥିବା ଝାରଖଣ୍ଡ ଛତିଶଗଡ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ରାଉରକେଲା ପୋଲିସ୍ ଜିଲ୍ଲା ଅନ୍ତର୍ଗତ କେ.ବୋଲାଙ୍ଗ ଥାନା ଅଞ୍ଚଳରୁ ଦୁଇଶହ ପେଟି ବିସ୍ପୋରକ ଲୁଟ କରି ପୋଲିସ୍ ଓ ସୁରକ୍ଷା କର୍ମୀଙ୍କ ନିଦ ହଜାଇ ଦେଇଛନ୍ତି ନକ୍ସଲ। ଘଟଣାକୁ ନେଇ ଓଡ଼ିଶା ପୋଲିସ୍ ର ସର୍ବୋଚ୍ଚ ଅଧିକାରୀଙ୍କ ଠାରୁ ଆରମ୍ଭ କରି NIA ଟିମ୍, ନିଜର ସବୁ ରଣକୌଶଳ ଆପଣାଉଥିବା ବେଳେ ଏଯାବତ୍ ଖାଲି ଗାଡ଼ି ଛଡ଼ା ଅନ୍ୟ କିଛି ହାତରେ ନ ଲାଗିବା ବଢ଼ାଇଛି ଚିନ୍ତା।0
0
Report
Advertisement
769003
Sundergarh - ରାଉରକେଲା ରେ ପୁଣି ଗୁଳିମାଡ, ଦୁଇ ଡକାୟତ ଙ୍କୁ କାବୁ କଲା ପୋଲିସ୍
Rourkela, Odisha:ରାଉରକେଲା ପୋଲିସ୍ ଜିଲ୍ଲା , ବିଶ୍ରା ଥାନା ଅଞ୍ଚଳରେ ଗତ ରାତିରେ ଫୁଟିଛି ଗୁଳି। ବିଶ୍ରା ସାରୁବାହାଲ ଠାରେ ଥିବା ଡୁଗ୍ରୁ ଢ଼ାବା ରେ ୭ ରୁ ୮ ଜଣ ଯୁବକ ଛୁରୀ ବନ୍ଧୁକ ସହ ଡକାୟତି କରିବାକୁ ଆସି ଜଣଙ୍କୁ ଏକରାଉଣ୍ଡ ଗୁଳି କରିବା ପରେ ୨୦୦୦୦ ଟଙ୍କା ଲୁଟି ଚାଲି ଯାଇଥିଲେ। ଖବର ପାଇ ବିଶ୍ରା ପୋଲିସ ନାକାବନ୍ଦି କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି। ପୋଲିସ ଅଟକାଇବା ସମୟରେ ଗୁଳି ବିନିମୟ ରେ ସ୍ଥାନୀୟ ଉଡୁସୁ ଅଞ୍ଚଳର ଦୁଇ ଯୁବକ ବନେଶ୍ୱର୍ ଓ ସିବନାଥ ଙ୍କ ଗୋଡ଼ରେ ଗୁଳି ଲାଗି ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।0
0
Report
No more articles to load
