769008
ଓଡ଼ିଶାରେ ପୁଣି ଭିଡ ହିଂସା, ନଦୀକୁ ଡେଇଁ ଜଣେ ନିଖୋଜ
Rourkela, Odisha:ଓଡ଼ିଶାରେ ଥମିବାର ନାଁ ନେଉନାହିଁ ଭିଡ ହିଂସା। ସୌମ୍ୟ ଘଟଣା ଓଡ଼ିଶାରେ ଭିଡ ହିଂସା ନେଇ ସରକାର ଙ୍କୁ କାଠ ଗଡା କୁ ଟାଣୁଥିବା ବେଳେ,ଗୋଟେ ପରେ ଗୋଟେ ଭିଡ ହିଂସା ଓ ଲୋକଙ୍କ ଆଇନ କୁ ହାତକୁ ନେବା ଘଟଣା ଏବେ ସାଜିଛି ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ।ଏଭଳି ପୁଣି ଏକ ଭିଡ ହିଂସା ର ଘଟଣା ଦେଖାଯାଇଛି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳରେ। ରାଉରକେଲା ପୋଲିସ ଜିଲ୍ଲା ,ଚାନ୍ଦିପୋଷ ଥାନା ଅନ୍ତର୍ଗତ କୋଇଲିଝର ଗାଁ ରେ ଶୁକ୍ରବାର ଦିନ ଘଟିଛି ଏଭଳି ଅଭାବନୀୟ ଘଟଣା।ଲୋକଙ୍କ ଅଭିଯୋଗ ମୁତାବକ ରାଉରକେଲା ରୁ କିଛି ଯୁବକ ଛେଳି ଚୋରି କରିବା ପାଇଁ ଅଞ୍ଚଳକୁ ଆସିଥିଲେ। ତେବେ ଲୋକଙ୍କ ଦ୍ୱାରା ଧରା ପଡ଼ିବା ପରେ ଖସିବା ପାଇଁ ବ୍ରାହ୍ମଣୀ ନଦୀ କୁ ପଶି ଯାଇଥିଲେ। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଲୋକେ ଧରିବାରେ ସମର୍ଥ ହୋଇଥିବା ବେଳେ, ଅନ୍ୟ ଜଣେ ନଦୀକୁ ଡେଇଁ ନିଖୋଜ ଅଛନ୍ତି।ଅନ୍ୟପଟେ ସ୍ଥାନୀୟ ଭିଡ ର ନିସ୍ତୁକ ମାଡ଼ରେ ଅଭିଯୁକ୍ତ ମାନେ ଗୁରୁତର ଆହତ ହୋଇଥିବା ବେଳେ,ସମସ୍ତେ ରାଉରକେଲା ରେ ଚିକିତ୍ସିତ ହେଉଛନ୍ତି।0
0
Report
769014
ନବରାତ୍ରୀରେ ୧୦୦୦୦୮ ଦୀପ ପ୍ରଜ୍ବଳନ: ରାଉରକେଲାର ଆଡ଼ମ୍ବର ମହାଯଜ୍ଞ!
Rourkela, Odisha:ରାଉରକେଲାର NIT ନିକଟ ଭୈରବୀ ପାହାଡ ନାରାୟଣୀ ମନ୍ଦିରରେ ନବରାତ୍ରି ଅବସରରେ ୭ଦିନିଆ ବିଶ୍ଵଶାନ୍ତି ମହାଯଜ୍ଞ ଓ ୧୦୦୦୦୮ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଚାଲୁଆଛି, ଯେଉଁଥିରେ ବିଶେଷ ପୂଜା ଓ ସମ୍ମିଳନୀ ହେବାକୁ ଯାଉଛି।
0
0
Report
769014
ରାଉରକେଲାରେ ଗଣେଶ ପୂଜାର ଆୟୋଜନ କରାଯାଉଛି।
Rourkela, Odisha:ରାଉରକେଲା ରେ ସୁଉଚ୍ଚ ତୋରଣ ସହିତ ସୁନ୍ଦର ଗଣେଶ ପ୍ରତିମା ରେ ଝଟକୁଛି ଗଣେଶ ମଣ୍ଡପ।ରାଉରକେଲା ର ଛେଣ୍ଡ କଲୋନୀ, ସିଭିଲ ଟାଉନସିପ,ବାସନ୍ତୀ କଲୋନୀ ସମେତ ବିଭିନ୍ନ ସେକ୍ଟର ଅଞ୍ଚଳରେ ଧୁମ୍ ଧାମ ରେ ପାଳିତ ହେଉଛି ଗଣେଶ ପୂଜା। ସୁନ୍ଦର ସୁନ୍ଦର ତୋରଣ , ପ୍ରତିମା ସମେତ ରଙ୍ଗ ବେରଙ୍ଗ ର ଆଲୋକ ସଜ୍ଜା ଓ ମିନାବଜାର ସାଜୁଛି ଆକର୍ଷଣ ର କେନ୍ଦ୍ରବିନ୍ଦୁ।0
0
Report
Advertisement
No more articles to load
