icon-pinewzicon-zee
PINEWZ
become creator
Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Advertisement
Pinewz
752057
SURYA NARAYAN MOHANTYSURYA NARAYAN MOHANTYFollow14 Apr 2026, 03:37 am

ସୋସିଆଲ ମିଡ଼ିଆରେ ଅପପ୍ରଚାରକୁ ନେଇ ଖୋର୍ଦ୍ଧା ସାଇବର ଥାନାରେ ଏତଲା

Bhubaneswar, Odisha:ସୋସିଆଲ ମିଡ଼ିଆରେ ଅପପ୍ରଚାରକୁ ନେଇ ସାଇବର ଥାନାରେ ଏତଲା ଖୋର୍ଦ୍ଧା:-ଖୋର୍ଦ୍ଧାର ଜନପ୍ରୀୟ ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର ଓ ମିଥ୍ୟା ପ୍ରଚାରକୁ ନେଇ ଖୋର୍ଦ୍ଧା ସାଇବାର ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ, ମହିଳା ଓ ସଚେତନ ନାଗରିକମାନେ ଏକତ୍ରିତ ହୋଇ ଆଜି ସଂଧ୍ୟାରେ ଏହି ଲିଖିତ ଅଭିଯୋଗ ଦେବା ସହ ସୋସିଆଲ ମିଡ଼ିଆରେ ବିଭ୍ରାନ୍ତିକର ଭିଡ଼ିଓ ପୋଷ୍ଟ କରିଥିବାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ନିର୍ବାଚନ ପୂର୍ବରୁ ଅର୍ଥାତ୍ ଦୁଇବର୍ଷ ତଳେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ କୁଚକ୍ରାନ୍ତ ଯୋଗୁ ଛଣଗିରି ଠାରେ ହୋଇଥିବା ଏକ ସାଂଗଠନିକ ବିଶୃଙ୍ଖଳାର ସମାଧାନ ଓ ଭିଡ଼ାଓଟରା ବେଳର ଦୃଶ୍ୟକୁ ଏବେ ଭିନ୍ନ ମୋଡ଼ରେ ସୋସିଆଲ ମିଡ଼ିଆରେ ପ୍ରସାରିତ କରି ଜନମାନସରେ ବିଭ୍ରାନ୍ତ କରାଯାଉଛି । ଫଳରେ ବିଧାୟକଙ୍କ ସମ୍ମାନହାନୀ ସହିତ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସାମାଜିକ ମର୍ଯ୍ୟାଦା ହାନି ଘଟିଛି । ଯାହାକୁ ନେଇ ବିଧାୟକଙ୍କ ସମର୍ଥକ, ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସଂତୋଷ ଦେଖିବାକୁ ମିଳିଛି । ଯାହାକୁ ନେଇ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ସୃଷ୍ଟି ହୋଇଛି ।
0
0
Report
Advertisement
Back to top