ମୋହନା ପେଟ୍ରୋଲ ଟାଙ୍କି ସାମ୍ନା ରୁ ତାଲା ଭାଙ୍ଗି ପାନ ଦୋକାନ ରୁ ଚୋରି । ଚୋରି ହୋଇଥିବା ମାଲିକ କିଶ୍ବର ଚନ୍ଦ୍ର ସାହୁ ଙ୍କ ପାନ ଦୋକାନ ରୁ ରାତି ଅଧିଆ କିଛି ଦୁର୍ବୁତ୍ତ ପାନ ଦୋକାନ ରୁ ତାଲାଭାଙ୍ଗି ପ୍ରାୟ ନଗଦ ୩୦୦୦ ଟଙ୍କା ସହ ଦୋକାନ ରେ ଥିବା ସାବୁନ, ପାଉଡର, ଗୁଟଖା ଓ ଅନ୍ୟାନ୍ୟ ସାମାନ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି | ମୋହନା ରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି ଯାହା ଫଳରେ ଲୋକଙ୍କ ମନରେ ଭୟ ର ବାତାବରଣ ସୃଷ୍ଟି ହୋଇଛି|ଚୋରି କରିଥିବା ଚୋର କୁ ଧରିବା ସହ ପୋଲିସ୍ ରାତ୍ରି ସମୟରେ ପେଟ୍ରୋଲିଙ୍ଗ ଜୋରଜାର ରେ କରିବା ପାଇଁ ଦାବି ହେଉଛି।
ମୋହନା ପେଟ୍ରୋଲ ଟାଙ୍କି ସାମ୍ନା ରୁ ତାଲା ଭାଙ୍ଗି ପାନ ଦୋକାନ ରୁ ଚୋରି
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ରାଉରକେଲାର NIT ନିକଟ ଭୈରବୀ ପାହାଡ ନାରାୟଣୀ ମନ୍ଦିରରେ ନବରାତ୍ରି ଅବସରରେ ୭ଦିନିଆ ବିଶ୍ଵଶାନ୍ତି ମହାଯଜ୍ଞ ଓ ୧୦୦୦୦୮ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ଚାଲୁଆଛି, ଯେଉଁଥିରେ ବିଶେଷ ପୂଜା ଓ ସମ୍ମିଳନୀ ହେବାକୁ ଯାଉଛି।
ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର , ମା ପୁଅ ଗୁରୁତର। ଅଡବା ଥାନା ଅନ୍ତର୍ଗତ ଗୁଣ୍ଡିମା ଗାଁ ନିକଟସ୍ଥ ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର । ସୂଚନା ପ୍ରକାରେ ଆଜି ସକାଳ ସମୟରେ ବ୍ରହ୍ମପୁର ରୁ ରାୟଗଡ଼ା ଅଭିମୁଖେ ଏକ କାର ଯୋଗେ ମା ଓ ପୁଅ ଯାଉଥିଲେ। ଅଡବା ଥାନା ଅନ୍ତର୍ଗତ ଗୁଣ୍ଡୀମା ଗାଁ ନିକଟସ୍ଥ ଏକ ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଯାହା ଫଳରେ କାର ରେ ଥିବା ମା ଓ ପୁଅ ଦୁଇଜଣ ଆହାତ ଅବସ୍ଥାରେ ପଡ଼ି ରହିଥିଲେ। କିଛି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ।
ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଗଣମାଧ୍ୟମ ଚାନେଲ ର ଏକ ସାମ୍ବାଦିକଙ୍କ ଘରୁ ବଡ଼ ପରିମାଣରେ ଚୋରି ଘଟଣା ସାମ୍ନା କରାଗଲା। ପୋଲିସ ଏଥିରେ ସଫଳତା ଲାଗି ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବହୁତ ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାମଗିରି ଗାଁର ଗନନ ବଡମୁଣ୍ଡି ଓ ତ୍ରିନାଥ ବଡମୁଣ୍ଡି ଓ ଚୋରି ସାମଗ୍ରୀ କିଣିଥିବା ୨ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଗତ ବର୍ଷ ଡିସେମ୍ବର ୨୫ ତାରିଖରେ ଏହି ଘଟଣା ଘଟିଥିଲା, ସେଥିରେ ଅଭିଯୁକ୍ତମାନେ ଘରର କବାଟ ତାଲା ଭାଙ୍ଗି ଏଲଡି ଟିଭି, କ୍ୟାମେରା, ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ।