Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Kandhamal762103

ଗେରୁପଡା ଠାରେ ରାସ୍ତାଘାଟ ନଥିବା ହେତୁ ଶବକୁ ଏକ ନାଳ ଭିତର ଦେଇ ନେଉଥିବା ଭିଡିଓ ଭାଇରାଲ

Chita Ranjan ZEE NEWS KANDHAMAL
Jun 30, 2025 16:12:42
Balliguda, Odisha
ଗେରୁପଡ଼ା ପଥରଘାଟ ନାଳରେ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ । ସମବାର ଅପରାହ୍ନ 5ଘଣ୍ଟିକା ସମୟରେ ଗ୍ରାମବାସୀ ଙ୍କ ସୁଚନା ଅନୁସାରେ, ପଥରଘାଟ ନାଳ ଉପରେ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଂଚାୟତ ଅନ୍ତର୍ଗତ ଗେରୁପଡା ଗ୍ରାମର ପଥରଘାଟ ନାଳ ଉପରେ ଏକ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଗ୍ରାମରେ ୩୦ ଗୋଟି ଦଳିତ ପରିବାର ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବେଳେ ଗ୍ରାମଠାରୁ ଏକ କିଲୋମିଟର ଦୂରେ ରହିଛି ଗାଁ ମସାଣି । ଯାହାକି ଗ୍ରାମର ଉତ୍ତର ଦିଗରେ ଅବସ୍ଥିତ । ଗାଁ ମସାଣିକୁ ଯିବାକୁ ହେଲେ ବାଟରେ ପଥରଘାଟ ନାଳ ପାର ହେବାକୁ ପଡେ ।ନଦୀର ଆର ପାରିରେ ମସାଣି ରହିଥିବାରୁ ବର୍ଷାଦିନ ଆସିଲେ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବର୍ଷାଋତୁରେ ମାଟି ରାସ୍ତାଟି କାଦୁଅ ମୟ ହୋଇଯାଉଥିବା ବେଳେ ନଦୀରେ ବେଳେବେଳେ ନଈବଢ଼ି ଯୋଗୁଁ ୧୦ରୁ ୧୫ ଫୁଟ ପାଣି ପ୍ରବାହିତ ହୋଇଥାଏ ।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement