Back
Khordha752055blurImage

Khorda - ଅଗ୍ନିବୀରରେ ଚାକିରୀ କରେଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ

SURYA NARAYAN MOHANTY
Apr 24, 2025 12:11:08
Khordha, Odisha
ଅଗ୍ନିବିରରେ ଚାକିରୀ କରେଇଦେବା ନାଁରେ ପଇସା ହଡପ ଅଗ୍ନିବିରରେ ଚାକିରୀ କରେଇଦେବା ନାଁରେ ପଇସା ହଡପ । ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । INS ଚିଲିକାର ଟ୍ରେନିଙ୍ଗ କରେଶପଣ୍ଡେଟ ଗତ 19 ତାରିଖରେ ବାଲୁଗାଁ ଥାନାରେ ଏକ ଏତଲା ଦେଇଥିଲେ । ଏତଲା ଆଧାରରେ ଖୋର୍ଦ୍ଧା ପୋଲିସ ତନାଘନା କରିବାବେଳେ ଏଥିରେ ନୌସେନା ଅଧିକାରୀମାନଙ୍କ ସମ୍ପୃତି ମିଳିଥିଲା । ପରେ ଏମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଏଥିରେ INS ଚିଲିକାର ଜଣେ କାର୍ଯ୍ୟରତ ଅଧିକାରୀ ଗିରଫ ହୋଇଥିବାବେଳେ ୟୁପିର ପୂର୍ବତନ ନୌସେନା ଅଧିକାରୀ ଚିଲିକାରେ ରହି ଏହି ରାକେଟକୁ ଚଳାଉ ଥିବାବେଳେ ସେ ମଧ୍ୟ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ 4ଟି ମୋବାଇଲ ଜବତ ହେବା ସହିତ 3ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇଛି । ଆଉ ଜଣକୁ ଗିରଫ କରିବାକୁ ଅଣ୍ଡାମାନ ନିକୋବରରେ ଥିବା INS କେଶରୀ ଯିବ ଖୋର୍ଦ୍ଧା ପୋଲସ ବୋଲି ଖୋର୍ଦ୍ଧା ଏସ୍ପି ସାଗରିକା ନାଥ ସୂଚନା ଦେଇଛନ୍ତି ।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com