Back
Himansu Sekhar Sahu
Kandhamal762001

ପୁରୁଣାକଟକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ RSS ପକ୍ଷରୁ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

HSHimansu Sekhar SahuJun 30, 2025 17:54:33
Phulbani, Odisha:
ପୁରୁଣାକଟକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ RSS ପକ୍ଷରୁ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ । ଏଥିରେ ବହୁ ଶେବିକା ସାମିଲ ହୋଇଥିଲେ ।
0
Report
Kandhamal762001

ରେଳ ରାସ୍ତା ନିର୍ମାଣ ପାଇଁ ଜବର ଦଖଲରେ ସ୍ଥାନୀୟ ବିଧାୟକଙ୍କ ବିରୋଧ କୁ ନେଇ ବିଜେଡ଼ି ର ସାମ୍ବାଦିକ ସମ୍ମିଳନୀ

HSHimansu Sekhar SahuJun 30, 2025 17:52:38
Phulbani, Odisha:
ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ର ବୌଦ୍ଧ ଜିଲା ଭଉଁରୀପଥର ଥରେ ରେଳ ରାସ୍ତା ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ କୁ ବନ୍ଦ କରିବା ଘଟଣାକୁ ବିଜେଡ଼ି ବିରୋଧ କରିଥିବା ଜଣା ପଡିଛି।
0
Report
Boudh762012

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କଲେ ଶୁଭେଚ୍ଛୁ

HSHimansu Sekhar SahuJun 21, 2025 18:23:44
ଆଢୋଣଗଡ଼, Odisha:
ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭୈରବୀଙ୍କ ନିକଟରେ ଦୀପଦାନ ଓ ପୂଜାର୍ଚ୍ଚନା ସହିତ ପ୍ରାର୍ଥନା କଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବହୁ ବିଜେଡି କର୍ମୀ ଓ ଶୁଭେଚ୍ଛୁ ।
0
Report
Boudh762023

ବୌଦ୍ଧ ଓ ପୁରୁଣାକଟକ ରେଳ ଷ୍ଟେସନ ରୁ ଟ୍ରେନ ଚଳାଚଳ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

HSHimansu Sekhar SahuJun 21, 2025 05:09:42
Gundurisahi, Odisha:
ବୌଦ୍ଧ ଜିଲ୍ଲା ବାସୀଙ୍କ ଦୀର୍ଘ ବର୍ଷର ସ୍ଵପ୍ନ ପୁରଣ ହୋଇଛି । ଜିଲ୍ଲାକୁ ଗଡିଛି ଟ୍ରେନ । ପ୍ରଧାନମନ୍ତ୍ରୀ ଏହାର ଆଭାଷୀ ଜରିଆରେ ଉଦଘାଟନ କରିଛନ୍ତି ।
0
Report
Advertisement
Boudh762013

ବୌଦ୍ଧ, ପୁରୁଣାକଟକ ରେଳ ଷ୍ଟେସନ ର ଉଦଘାଟନ ଏବଂ ରେଳ ଚଳାଚଳ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

HSHimansu Sekhar SahuJun 20, 2025 09:05:52
Puranakatak, Odisha:
ଦୀର୍ଘ ବର୍ଷ ଅନ୍ତ ହେବାକୁ ଯାଇଛି । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଉ କିଛି ସମୟ ପରେ ରେଳ ନେଟୱର୍କ ରେ ସାମିଲ ହେବ । ବୌଦ୍ଧ ରୁ ଦୁଇଟି ଏବଂ ପୁରୁଣାକଟକରୁ ଗୋଟିଏ ଏଭଳି ୩ ଟି ଟ୍ରେନ ଏବଂ ଜିଲ୍ଲାର ସମସ୍ତ ଷ୍ଟେସନ ର ଉଦଘାଟନ କରିବେ ।
0
Report
Boudh762012

୫୭ ନଂ ଜାତୀୟ ରାଜପଥର ମାର୍ଦ୍ଦିଙ୍ଗ ବୁଲାଣି ରାସ୍ତାରେ ପାଲଟିଲା ସିମେଣ୍ଟ ପାଉଡର ବୋଝେଇ ଟ୍ୟାଙ୍କର

HSHimansu Sekhar SahuJun 19, 2025 19:18:45
ଆଢୋଣଗଡ଼, Odisha:
ଦୁର୍ଘଟଣାର ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ଓ ହେଲପର । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ମାର୍ଦ୍ଦିଙ୍ଗ ବୁଲାଣୀ ରାସ୍ତାରେ ଘଟିଛି ଦୁର୍ଘଟଣା ।
0
Report
Boudh762014

ବୌଦ୍ଧ ରେଳ ଷ୍ଟେସନ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ ସରୋଜ ପ୍ରଧାନ

HSHimansu Sekhar SahuJun 18, 2025 11:43:53
Bauda, Odisha:
ବିଧାୟକଙ୍କ ରେଳ ଷ୍ଟେସନ ପରିଦର୍ଶନ ପରେ ଜଣା ପଡ଼ିଛି ଆସନ୍ତା ୨୦ ତାରିଖ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାର ବୌଦ୍ଧ, ବୀରନରସିଂହପୁର ଏବଂ ପୁରୁଣାକଟକ ରେଳ ଷ୍ଟେସନ ର ଉଦଘାଟନ ସହିତ ଟ୍ରେନ ଚଳାଚଳ ହେବା ନେଇ ସ୍ପଷ୍ଟ ହୋଇଥିବା ଜଣାପଡିଛି ।
0
Report
Boudh762013

ଦାବି ପୁରଣ ନହେଲେ ସାମୁହିକ ଛୁଟିରେ ଯିବାପାଇଁ ଦାବିପତ୍ର ପ୍ରଦାନ

HSHimansu Sekhar SahuJun 17, 2025 08:12:42
Puranakatak, Odisha:
ଢେଙ୍କାନାଳ ବନରକ୍ଷୀ ଙ୍କୁ ଶିକାରୀ ମାନେ ହତ୍ୟା କରିବା ଘଟଣାକୁ ନେଇ ସମଗ୍ର ରାଜ୍ୟର ବନ କର୍ମଚାରୀ ମାନେ କଳା ବ୍ୟଚ ପରିଧାନ କରିଛନ୍ତି । ନିର୍ଦ୍ଧାରିତ ସମୟ ସୀମା ଭିତରେ ୩ ଦଫା ଦାବି ପୁରଣ ନ କଲେ ସାମୁହିକ ଛୁଟିରେ ଯିବା ପାଇଁ ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜର ବନ କର୍ମଚାରୀ ମାନେ ବ୍ରହ୍ମପୁର ସର୍କଲ ଅଣ ଗେଜେଟେଡ ବନ ସେବା ସଂଘର ସଭାପତିଙ୍କ ଉପସ୍ଥିତିରେ ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
0
Report
Kandhamal762001

Odisha News: ଗଛରେ ପିଟିଲା ଟାଟା ବିଦ୍ୟୁତ ବିଭାଗର ବଲେରୋ: ଜଣେ ଯନ୍ତ୍ରୀଙ୍କ ସମେତ ୩ ଗୁରୁତର

HSHimansu Sekhar SahuJun 04, 2025 08:36:44
Phulbani, Odisha:
ବୌଦ୍ଧ ଚରିଛକ ସ୍ଥିତ ଟାଟା ପାୱାର ବିଦ୍ୟୁତ ବିଭାଗର ଯନ୍ତ୍ରୀ ନିଜେ ମଦ୍ୟପାନ କରିବା ସହିତ ଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ମଦ ପିଆଇଲେ । ବଲେରୋ ରେ ମାତାଲ୍ ଅବସ୍ଥାରେ ଆସୁଥିବାବେଳେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ବଡବନ୍ଧ ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଛି । ଫଳରେ ଘଟଣା ସ୍ଥଳରେ ଚାଳକ ଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିବାବେଳେ ସ୍ଥାନୀୟ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
0
Report
Boudh762012

Odisha News: ଟନେଲ ଭୁଷୁଡିବା ଘଟଣା: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲା ସଭାପତିଙ୍କ ଅନୁଧ୍ୟାନ

HSHimansu Sekhar SahuMay 30, 2025 12:25:03
ଆଢୋଣଗଡ଼, Odisha:
ଟନେଲ ଭୁଷୁଡିବା ଘଟଣା: ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲା ସଭାପତିଙ୍କ ଅନୁଧ୍ୟାନ, କହିଲେ ପିସି କାରବାର ପାଇଁ ହୋଇଛି ନିମ୍ନ ମାନର କାମ
1
Report
Boudh762012

Kandhamal - ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ଟନେଲ ନଂ ୪ ଭୁଷୁଡି ଘଟଣା ସ୍ଥଳକୁ ପହଁଚିଲା ବୌଦ୍ଧ ବିଜେପି ଟିମ୍, ଘଟଣାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିଲେ ସଭାପତି

HSHimansu Sekhar SahuMay 29, 2025 09:30:49
ଆଢୋଣଗଡ଼, Odisha:
ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲା ଆଡେଣୀଗଡ ଠାରେ ଥିବା ସର୍ବବୃହତମ ଟନେଲ ନଂ ୪ ଭୁଷୁଡିବା ସ୍ଥାନରେ ପହଁଚି ଘଟଣାର ଅନୁଧ୍ୟାନ କରିଛନ୍ତି ବୌଦ୍ଧ ଜିଲା ବିଜେପିର ଏକ ପ୍ରତିନିଧି ଦଳ । ଜିଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ ପ୍ରଥମେ ଠିକା ସଂସ୍ଥାର କ୍ୟାମ୍ପ ପରିସରକୁ ଯାଇ ସେମାନଙ୍କ ସହିତ ରୁଦ୍ଧ ଦ୍ୱାର ବୈଠକ କରିବା ପରେ ଘଟଣା ସ୍ଥଳକୁ ପହଁଚିଥିଲେ । ମାତ୍ର ଗୋଟାଏ ମିନିଟ ଅନୁଧ୍ୟାନ କରିବାପରେ ଗଣମାଧ୍ୟମକୁ କହିଥିଲେ ଏହା ପ୍ରାକୃତିକ ବିପର୍ଯ୍ୟୟ । ସୁଚନା ଥାଉ କି ଏହି ଟନେଲ ପାଇଁ ୫ ଶହ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଟନେଲ କାମ ନିମ୍ନ ମାରୁ ହୋଇଥିବା କାରଣରୁ ଟନେଲ ଭୁଷୁଡିଥିବା ସ୍ପଷ୍ଟ ହେବା ପରେ ଜିଲା ବିଜେପି ସଭାପତି ଙ୍କ ପ୍ରତିକ୍ରିୟାକୁ ନେଇ ଏବେ ଯୋର ଧରିଛି ରାଜନିତି । ଟନେଲ ଭିତରୁ ଏର୍ଯ୍ୟନ୍ତ ମାଟି ଅତଡା କଢାନଯିବା ଏବଂ ଭଷୁଡି ପଡିଥିବା ସ୍ଥାନରେ ଜରିପାଲ ଘୋଡାଇ ରଖିବା ଭଳି ସମ୍ବେଦନଶୀଳ ଦୁଶ୍ୟ ଦେଖିଲେ l
0
Report
Boudh762012

Kandhamal - ହରଭଙ୍ଗା ବ୍ଳକ କାର୍ଯ୍ୟାଳୟରେ ନବମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

HSHimansu Sekhar SahuMay 29, 2025 09:09:58
ଆଢୋଣଗଡ଼, Odisha:
ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାଯତ ସମିତି କାର୍ଯ୍ୟାଳୟର ସଭାଗୃହରେ ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ବ୍ଲକ ଉପାଧ୍ୟକ୍ଷ କାହୁଁଚରଣ ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧ ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ସୁଶାନ୍ତ ପ୍ରଧାନ ଯୋଗ ଦେଇଥିଲେ ଓ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କ ରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ବିଡ଼ିଓ ଶରତ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ।
0
Report
Boudh762012

Adenigarh: ପାଞ୍ଚଶହ କୋଟିରୁ ଉର୍ଦ୍ଧ ଟଙ୍କାର ରେଳ ଟନେଲ ର ଭରଷା ମାତ୍ର ଦୁଇଖଣ୍ଡ ଜରିପାଲ

HSHimansu Sekhar SahuMay 28, 2025 12:59:59
ଆଢୋଣଗଡ଼, Odisha:

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ ଠାରେ ନିର୍ମାଣ ଧୀନ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ ର ନିମ୍ନ ମାନର କାମ ଯୋଗୁଁ ଗତ ଷୋମବାର ଦିନ ଅପରାହ୍ନରେ ଭୁଷୁଡି ପଡ଼ିଥିଲା । ପ୍ରାୟ ୩୦ ମିଟର ଗୋଲେଇ ର ୪୦ ମିଟର ଟନେଲ ତଳକୁ ମାଟି ଭୁଷୁଡି ପଡିଥିବାବେଳେ ଏକ ବଡ ଧରଣର ଅଘଟଣ ରୁ ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇଛି । ତେବେ ଅନ୍ୟପଟେ ସମ୍ପୂକ୍ତ ସ୍ଥାନକୁ ଠିକାସଂସ୍ଥା ପକ୍ଷରୁ ନିଶିଧାଞ୍ଚଳ ଭାବେ ଘୋଷଣା କରି ବ୍ୟାରିକେଟ ଲଗାଇଥିବା ବେଳେ ଏବେ ଟନେଲ ର ଭାଗ୍ୟ ମାତ୍ର ଦୁଇଖଣ୍ଡ ଜରି ପାଲ ପାଖରେ । ୫୦୦ କୋଟି ଟଙ୍କାର ଏହି ଟନେଲ ପ୍ରକଳ୍ପ ର ସୁରକ୍ଷା ମାତ୍ର ୫ ହଜାର ଟଙ୍କାର ଜରି ପାଲ କରୁଛି । ଯେଉଁଭଳି ଭାବେ ବର୍ଷା ହେବା ନେଇ ପାଣି ପାଗ ବିଭାଗ ଅନୁମାନ କରିଛି ଯଦି ସେଭଳି ବର୍ଷା ହେବ ତାହାହେଲେ ଟନେଲ ସମ୍ପୂର୍ଣ୍ଣ ଭାବେ କୋଲାପ୍ସ ହେଇପାରେ।

0
Report
Boudh762023

Boudh - ଭୁଶୁଡ଼ିଲା ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ ଠାରେ ନିର୍ମାଣଧୀନ ସର୍ବ ବୃହତ୍ତମ ରେଳ ଟନେଲ

HSHimansu Sekhar SahuMay 27, 2025 14:50:10
Nuagam, Odisha:
ଭୁଶୁଡ଼ିଲା ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ ଠାରେ ନିର୍ମାଣଧୀନ ସର୍ବ ବୃହତ୍ତମ ରେଳ ଟନେଲ । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବାବେଳେ ୩୦ ମିଟର ଗୋଲେଇ ରେ ୪୦ ମିଟର ତଳକୁ ଭୁଷୁଡି ପଡ଼ିଛି ମାଟି ଅତଡ଼ା ।
1
Report
Boudh762023

Boudh - ପୁଣି ରେଳ ଟନେଲରେ ଆଉ ଏକ ଗର୍ତ୍ତ: ଖୋର୍ଦ୍ଧା ବଲାଙ୍ଗୀର ରେଳ ରାସ୍ତାର ଆଡ଼େଣିଗଡ ଠାରେ ଘଟିଛି ଘଟଣା

HSHimansu Sekhar SahuMay 27, 2025 14:49:00
Nuagam, Odisha:
ପୁଣି ରେଳ ଟନେଲରେ ଆଉ ଏକ ଗର୍ତ୍ତ: ଖୋର୍ଦ୍ଧା ବଲାଙ୍ଗୀର ରେଳ ରାସ୍ତାର ଆଡ଼େଣିଗଡ ଠାରେ ଘଟିଛି ଘଟଣା । ନିମ୍ନ ମାନର କାମ ଯୋଗୁଁ ଓଡ଼ିଶାର ସର୍ବ ବୃହତମ ରେଳ ଟନେଲ ଭୂଷୁଡ଼ିବା ଅନୁମାନ ।
1
Report