Back
पुरी में साइबर सुरक्षा अभियान शुरू, नागरिकों से ऑनलाइन सावधानी बरतने की अपील
SMSanjay Mohapatra
Oct 26, 2025 10:00:55
Puri, Odisha
Cyber safety campaign
() ଅକ୍ଟୋବର ମାସ ହେଉଛି ସାଇବର ସିକ୍ଯୁରିଟି ସଚେତନତାର ମାସ। ଅକ୍ଟୋବର ୧୮ରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତି ଜିଲ୍ଲାରେ ସାଇବର ସଚେତନ କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ପୁରୀ ଶରଧାବାଲିରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ କରାଯାଇଛି । ଯେହେତୁ ପୁରୀ ଏବେ ଲକ୍ଷ ଲକ୍ଷ ଭକ୍ତ, ଦର୍ଶନାର୍ଥି ଓ ପର୍ଯ୍ୟଟକ ମାନଙ୍କର ହବ ପାଲଟିଛି। ତେଣୁ ସାଇବର କ୍ରାଇମ୍ ରୋକିବା ପାଇଁ କେବଳ ପୁଲିସର ଦାୟିତ୍ଵ ଯେ ତାହା ନୁହେଁ ବରଂ ସାଧାରଣ ନାଗରିକ ନିଜେ ଏହାକୁ ବୁଝିବା ଓ ସଚେତନ ହେବା ଆବଶ୍ୟକ। ପ୍ରାୟ ଅଧିକାଂଶ ଘରେ ଲୋକ ଆଣ୍ଡ୍ରୋଏଡ୍ ଫୋନ୍ ବ୍ୟବହାର କରୁଛନ୍ତି। ବ୍ୟାଙ୍କିଙ୍ଗ୍, ଅନଲାଇନ ସପିଂ, ଅନଲାଇନ ଗେମ୍, ଅନ୍ୟ ଭାଇଫାଇ ବ୍ୟବହାର କରିବା, ଓଟିପି ସେୟାର କରିବା ସହ ବିଭିନ୍ନ ଆପ୍ ଡାଉନଲୋଡ୍ କରି ଅନଲାଇନ ଠକେଇରେ ଶିକାର ହେଉଛନ୍ତି। ଏଥିରେ କେବଳ ଯେ ସାଧାରଣ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି ତାହା ନୁହଁ ବଡ଼ବଡ଼ ଲୋକ ମଧ୍ୟ ଅନଲାଇନରେ ଫସି ଯାଉଛନ୍ତି। ଏଣୁ ନିଜ ମୋବାଇଲରେ ବ୍ୟବହାର କରୁଥିବା କୈଣସି ସିକ୍ରେଟ ତଥ୍ୟ କାହାକୁ ସେୟାର କରିବା ଉଚିତ ନୁହେଁ। ନିଜ ଫୋନ୍ କାହାକୁ ଦିଅନ୍ତୁ ନାହିଁ। ନଚେତ କେହି ବି ତମ ଫୋନରୁ ସିକ୍ରେଟ ତଥ୍ୟ ନେଇ ତମକୁ ଅସୁବିଧାରେ ପକାଇପାରିବେ। ଟିକିଏ ଟିକିଏ ଭୁଲ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେବେ ସାଇବର ଠକ। କାହାରି ପ୍ରଲୋଭନରେ ବଶିଭୁତ ହୁଅନ୍ତୁ ନାହିଁ ବୋଲି ପୁରୀ ଶରଧାବାଲିରେ ଅନୁଷ୍ଠିତ ସାଇବର ସେଫଟି କ୍ୟାମ୍ପେନରେ ଏହି ପରାମର୍ଶ ଦେଇଛନ୍ତି ପୁରୀ ସାଂସଦ। ସେପଟେ ପୁରୀରେ କିଭଳି ରହିଛି ସାଇବର ସେଫଟି ତାହା ଉପରେ ସୂଚନା ଦେଇଛନ୍ତି ପୁରୀ ଏସପି। ଯେହେତୁ ପୁରୀକୁ ଦୈନିକ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଆଗମନ ରହୁଛି ତାହାକୁ ଦୃଷ୍ଟିରେ ରଖି ସାଇବର ଥାନାକୁ ମଜବୁତ କରାଯାଇଛି। ଜଣେ ଡିଏସପି ଓ ଇନିସପେକ୍ଟର ନିୟୋଜିତ ହୋଇଛନ୍ତି। ଗତବର୍ଷ ଏସଂପର୍କିତ ୨୬ଟି ମାମଲା ରୁଜୁ ହେବାସହ ୮ଜଣ ଗିରଫ ହୋଇଛନ୍ତି। ସୋସିଆଲ ମିଡ଼ିଆ ଅର୍ଥାତ ଇନଷ୍ଟା, ଫେସବୁକ ଘଟଣାରେ ୧୭୦ଟି ଆକାଉଣ୍ଟକୁ ଡିଆକ୍ଟିଭେଟ କରାଯାଇଛି । ସେଇଭଳି ୨୩୫ ଫ୍ଯାକ ୱେବସାଇଟ ଆକାଉଣ୍ଟକୁ ଡିଆକ୍ଟିଭେଟ କରାଯାଇଛି। ତେବେ ମୋଟ ୧୩୧୮ଟି ଆକାଉଣ୍ଟକୁ ଫ୍ରୀଜ କରିବା ସହ ବେଆଇନ ଟ୍ରାଞ୍ଜେକସନ ମାମଲାରେ କିଛି ଟଙ୍କା ଫେରିଛି ବୋଲି କହିଛନ୍ତି ପୁରୀ ଏସପି। ତେବେ ଏହି କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ରଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଏସପି ପ୍ରତୀକ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MSManish Sharma
FollowOct 26, 2025 13:05:000
Report
MMMRITYUNJAI MISHRA
FollowOct 26, 2025 13:04:420
Report
RKRANJAN KUMAR
FollowOct 26, 2025 13:04:280
Report
DDDHANANJAY DWIVEDI
FollowOct 26, 2025 13:04:060
Report
SKSACHIN KASABE
FollowOct 26, 2025 13:02:540
Report
PPPRASHANT PARDESHI
FollowOct 26, 2025 13:02:050
Report
0
Report
AAANOOP AWASTHI
FollowOct 26, 2025 13:01:400
Report
RSR.B. Singh
FollowOct 26, 2025 13:00:560
Report
0
Report
RSRajendra sharma
FollowOct 26, 2025 13:00:370
Report
AKAshok Kumar1
FollowOct 26, 2025 13:00:16Noida, Uttar Pradesh:BJP की प्रेसवार्ता में AAP से पूछे गए सवालों के जवाब | महत्वपूर्ण प्रेस वार्ता
0
Report
4
Report
0
Report
0
Report
