Back
केनदुजहर के मुख्य अस्पताल में इलाज की लापरवाही से मौत, परिवार का आरोप
AMABHAYA MOHANTY
Jan 05, 2026 08:55:36
Keonjhar, Odisha
ଚିକିତ୍ସା ଅବହେଳାରୁ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ଠାରେ ଅକ୍ସିଜେନ ଲଗାଇଲେ ଡାକ୍ତର ।ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ । ଚିକିତ୍ସାରେ ଅହେତୁକ ଅବହେଳା କରାଯାଇଥିବା କହିଲେ ମୃତକଙ୍କ ପରିବାର ଲୋକେ । ମୃତକ ହେଲେ ଟାଉନ ଥାନା ପୁରୁଣା ବଜାର ମାଘୁ ସାହି ର ଚେମା ନାଏକ । ସୋମବାର ସକାଳେ ଚେମା ନାୟକ ତାଙ୍କୁ ନିକଟମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ପରିବାର ଲୋକେ। ଚିକିତ୍ସାଳୟରେ ତାଙ୍କୁ ପ୍ରାଥମିକ ଚିକିତ୍ସା ରୂପେ ଏକ ଇଞ୍ଜେକ୍ସନ ଦେଇ କାମ ସାରିଦେଇଥିଲେ । ପରବର୍ତ୍ତୀ ଚିକିତ୍ସା କରିବାକୁ ଆଉ କେହି ଆସି ନଥିଲେ । ସକାଳ ୯ଟାରେ ସିଟି ସ୍କାନ କରିବା ପାଇଁ ଦିଆ ଯାଇଥିବାବେଳେ ଘଣ୍ଟା ଘଣ୍ଟା ପ୍ରତିକ୍ଷା କରି ସନ୍ଧ୍ୟା ସାଡେ ୫ଟା ବେଳେ ରିପୋର୍ଟ ଆସିଲା । ସନ୍ଧ୍ୟା ୭ଟାର ରାଉଣ୍ଡ ସମୟରେ ଡାକ୍ତରଙ୍କ ରାଉଣ୍ଡ ଦେଖିଥିଲେ । ରୋଗୀ ବଞ୍ଚିବାରେ ହେଲେ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ଜରୁରୀ Bolୁ କହିଥିଲେ । କିନ୍ତୁ ସେତେବେଳକୁ ଚେମା ମୃତ୍ୟୁ ବରଣ କରି ସାରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ରାତି ସାଡେ ୭ଟା ବେଳେ ଧିରେ ଧିରେ ଉତ୍ତେଜନା ସ୍ଥିତି ଉପୁଜୁ ଥିବା ଦେଖି ଡାକ୍ତର ଚେମାଙ୍କ ମୁହଁରେ ଅକ୍ସିଜେନ ଲଗାଇ ଦେଇଥିଲେ । କିଛି ସମୟ ପରେ ଚେମାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ । ଠିକ୍ ଭାବେ ଚିକିତ୍ସା ନକରିବା କିମ୍ବା ଗୁରୁତର ରୋଗୀଙ୍କୁ ଠିକ ସମୟରେ କଟକ ସ୍ଥାନାନ୍ତର ନକରିବାରୁ ଭାଇଙ୍କ ମୃତ୍ୟୁ ଘଟିଥିବାଭଉଣୀ ସନ୍ଧ୍ୟାରାଣୀ ନାଏକ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ବାଚନ ମଣ୍ଡଳୀରେ ଚିକିତ୍ସା ସୁବିଧା ଫେଲ ମାରିବା ଘଟଣା ଜନ ସାଧାଣରେ ଚର୍ଚ୍ଚାର ବିଷୟ ହୋଇଛି ।ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି । ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ ଏହି ଘଟଣାର ତଦନ୍ତ କରିବେ କହି ଏଡାଇ ଦେଇଛନ୍ତି । ବାଅଟ - ମୃତକଙ୍କ ପୁଅ ବାଇଟ - ମୃତକଙ୍କ ଭଉଣୀ ବାଇଟ - ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RSRAKESH SINGH
FollowJan 06, 2026 18:17:500
Report
RKRaushan Kumar
FollowJan 06, 2026 18:17:330
Report
SKSanjay Kumar Verma
FollowJan 06, 2026 18:17:23Noida, Uttar Pradesh:तुर्कमान गेट मस्जिद के पास पुलिस-बल तैनाती, देर रात एक्शन संभव
0
Report
0
Report
PKPrashant Kumar
FollowJan 06, 2026 18:17:140
Report
0
Report
PKPrashant Kumar
FollowJan 06, 2026 18:16:380
Report
0
Report
1
Report
0
Report
AMAsheesh Maheshwari
FollowJan 06, 2026 18:15:460
Report
ASABDUL SATTAR
FollowJan 06, 2026 18:15:280
Report
0
Report
0
Report