Back
पारादीप में आदिदेव इंटरटेनमेंट ब्यूटी कॉन्टेस्ट के दूसरे एडिशन की ग्रांड फिनाले जल्द
NBNARAYAN BEHERA
Jan 04, 2026 13:00:20
Paradeep, Odisha
ଶେଷ ହୋଇଛି 'ଆଦିଦେବ ଏଣ୍ଟରଟେନମେଣ୍ଟ' ପକ୍ଷରୁ ଆୟୋଜିତ ବିୟୁଟି କଣ୍ଟେଷ୍ଟ ର ଦିତୀୟ ଅଡିସନ୍ । ଆମ ରାଜ୍ୟର ସଂସ୍କୃତି ଓ ପରମ୍ପରା କୁ ନେଇ ଏହି ଅଡିସନ୍ ମଧୁବନ ଶ୍ରମିକ ଭବନରେ ଆୟୋଜିତ ହୋଇଥିଲା। ଏହି ଅଡିସନ୍ କୁ ତିନୋଟି କାଟାଗୋରୀ ରେ ବିଭକ୍ତ କରାଯାଇଛି। ପ୍ରଥମ ଟି ପାରାଦୀପ ପରୀ, ଦିତୀୟ ଟି ଅବିବାହିତ ଝିଅ ଙ୍କ ପାଇଁ ପାରାଦୀପ ରାଜକୁମାରୀ ଓ ତୃତୀୟ ଟି ବିଭାହିତା ମହିଳା ଙ୍କ ପାଇଁ ପାରାଦୀପ ଶ୍ରୀମତୀ। ଗତ ଡ଼ିସେମ୍ବର ୨୧ରେ ପ୍ରଥମ ଅଡିସନ୍ ରେ ୫୦ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଜନ ସାଧାରଣ ଙ୍କ ଅନୁରୋଧ କ୍ରମେଆୟୋଜିତ ଦିତୀୟ ଅଡିସନ୍ ରେ ୨୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ। ଚୟନକର୍ତ୍ତା ମାନଙ୍କ ଦ୍ଵାରା ଚୟନ ହୋଇଥିବା ପ୍ରତିଯୋଗୀ ମାନେ ଫାଇନାଲ୍ ରେ ପ୍ରବେଶ କରିବା ପରେ ଗ୍ରାଣ୍ଡ ଫିନାଲି ଖୁବଶୀଘ୍ର ଅନୁଷ୍ଠିତ ହେବ। ତେବେ ପାରାଦୀପର ଶୀଳ୍ପ ସହରରେ ରହୁଥିବା ବିଭିନ୍ନ ରାଜ୍ୟର ଭାଷାଭାଷୀ ର ଝିଅ ଓ ମହିଳା ମାନେ ନିଜର ପ୍ରତିଭା କୁ ପ୍ରତିପାଦିତ କରିଛନ୍ତି।ଆଦିଦେବ ଏଣ୍ଟରଟେନମେଣ୍ଟ ର ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ଲୁଚି ରହିଥିବା ପ୍ରତିଭାବାନ ମାନଙ୍କ ପାଇଁ ଆଗକୁ ଯିବାପାଇଁ ଏହା ଏକ ସୁଯୋଗ ବୋଲି କହିଛନ୍ତି ଚୟନକର୍ତା ତଥା ଭୂବନେଶ୍ୱର ର ମଡେଲ୍ କୋରିଓଗ୍ରାଫର ଆଣ୍ଡ ଡିରେକ୍ଟର। ଏହି ଦୁଇଟି ଅଡିସନ୍ ରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ମାନେ ଗ୍ରାଣ୍ଡ ଫିନାଲିରେ ଭାଗ ନେବେ। ପରେ ରାଜ୍ୟ ସ୍ତରରେ ଯାଇ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ ବୋଲି କହିଛନ୍ତି ଆଦିଦେବ ଏଣ୍ଟରଟେନମେଣ୍ଟ ର ଅଧ୍ୟକ୍ଷା ଡକ୍ଟର ବନ୍ଦିତା ସୁଭଦର୍ଶିନୀ ପଟ୍ଟନାୟକ କହିଛନ୍ତି। ବିୟୁଟି କଣ୍ଟେଷ୍ଟ ପାଇଁ ଚାଲିଥିବା ଅଡିସନ୍ ରେ Biଚାରକ ଭାବେ ଭୂବନେଶ୍ୱର ର ମଡେଲ କୋରିଓଗ୍ରାଫର ସାଇଲ ରାଜ ଙ୍କ ଦ୍ଵାରା ଚୟନ କରାଯାଇଥିଲା। ଏହି ବିୟୂଟି କଣ୍ଟେଷ୍ଟ ପାଇଁ ଚାଲିଥିବା ଅଡିସନ୍ କୁ ଆଦିଦେବ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ବାଇଟ -୧- ଡକ୍ଟର ବନ୍ଦିତା ଶୁଭଦର୍ଶୀନି ପଟ୍ଟନାୟକ। (ଅଧ୍ୟକ୍ଷା, ଆଦିଦେବ ଏଣ୍ଟରଟେନମେଣ୍ଟ ,ପାରାଦୀପ)
ବାଇଟ -୨- ସାଇଲ ରାଜ୍। (ଚୟନକର୍ତା, ମଡେଲ କୋରିଓଗ୍ରାଫର ,ଭୂବନେଶ୍ୱର)
ପାରାଦୀପ ରୁ ନାରାୟଣ ବେହେରା। (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
ASAshok Singh Shekhawat
FollowJan 05, 2026 10:42:490
Report
DRDamodar Raigar
FollowJan 05, 2026 10:42:040
Report
ASAshok Singh Shekhawat
FollowJan 05, 2026 10:41:450
Report
MSManish Sharma
FollowJan 05, 2026 10:41:120
Report
MSManish Sharma
FollowJan 05, 2026 10:40:550
Report
PSPRABHAM SRIVASTAVA
FollowJan 05, 2026 10:40:120
Report
VAVINEET AGARWAL
FollowJan 05, 2026 10:39:360
Report
RJRahul Joshi
FollowJan 05, 2026 10:39:160
Report
JJJAYESH JAGAD
FollowJan 05, 2026 10:38:190
Report
0
Report
0
Report
LBLAILESH BARGAJE
FollowJan 05, 2026 10:37:190
Report
0
Report
ABATISH BHOIR
FollowJan 05, 2026 10:36:520
Report