ବେଆଇନ ପଥର ଖଣି ଉପରେ ବାଘମାରି ପୋଲିସର ଚଢ଼ାଉ, ପାଓ୍ବାର ଟିଲର, ଟ୍ରକ୍ ଓ ହାଇଓ୍ବା ଜବତ ।

Khordha - ବେଆଇନ ପଥର ଖଣି ଉପରେ ବାଘମାରି ପୋଲିସର ଚଢ଼ାଉ, ପାଓ୍ବାର ଟିଲର, ଟ୍ରକ୍ ଓ ହାଇଓ୍ବା ଜବତ
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ଯାତ୍ରୀବାହୀ ବସ ସହ ବାଇକ ମୁହାଁ ମୁହିଁ ଧକ୍କା । ଜଣେ ମୃତ୍ୟୁ ,ଦୁଇ ଗୁରୁତର। ମୃତକ ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲାପଥର ଗ୍ରାମର ସଞ୍ଜୟ ବଡ଼ ରଇତ । ଏକ ବାଇକ ଯୋଗେ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ବାହାଘର ଲାଗି ନିମନ୍ତ୍ରଣ ଦେବାକୁ ଯାଇ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଭିକ୍ରାନ୍ତ ନାମକ ଏକ ଘରୋଇ ବସ ଶୁଣ୍ଡରବା ଶବରପଲ୍ଲୀ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ସଞ୍ଜୟ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଦୁଇଜଣଙ୍କୁ ଆର.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟପର୍ଣ୍ଣା ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ଏମ କେ ସି ଜି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି।
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଘାଟିରେ ଆଜି ସକାଳ 5:30 ରେ ଏକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଇସ୍ପାତ ନାମକ ଏକ ଘରୋଇ ବସଟି ଭୁବନେଶ୍ୱର ରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡର ଏକ ବିରାଟ ପଥରକୁ ବାଡେଇ ହୋଇ ଯାଇଛି । ଫଳରେ ବସରେ ବସିଥିବା ୨୪ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ ପାରଳାଖେମୁଣ୍ଡି ମେଡିକାଲ କୁ ପଠାଯାଇଛି। ଘଟଣା ସ୍ଥଳରେ ରାୟଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର କମାପଲ୍ଲୀ ଓଭର ବ୍ରିଜ ନିକଟରେ ଜୀବନ୍ତ ବୋମା ଠାବ ହୋଇଛି । ୩ ଗୋଟି ଅଫୁଟା ବୋମା କୁ ଉଦ୍ଧାର କରିଛି ବ୍ରହ୍ମପୁର ପୋଲିସ । ତାହା ସହିତ କିଛି ଖଣ୍ଡାକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଦେଖି ବୈଦ୍ୟନାଥ ପୁର ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଏବଂ ବୋମା ନିଷ୍କରୀୟ କାରୀ ଟିମ୍ ସାହାଯ୍ୟରେ ବୋମା କୁ ନିଷ୍କ୍ରିୟ କରିଥିବା ଜଣାପଡିଛି । ଉକ୍ତ ଜାଗାରେ ବୋମା ଏବଂ ଖଣ୍ଡା ଦେଖି ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ । ତେବେ କିଏ ଏବଂ କାହିକି ଏହି ବୋମା ଏବଂ ଖଣ୍ଡା ରଖିଛି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।