ଦଶପଲ୍ଲାର ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ବା ରାବଣବଧ ଅନୁଷ୍ଠିତ । ପରମ୍ପରା ଅନୁଯାୟୀ ଏହି ଉତ୍ସବ ମଙ୍ଗଳରାତି ବୁଧ ପାହାନ୍ତି ଦିନ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ଦେଶ ତଥା ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଜନସମାଗମ ହୋଇଥିଲା। ଏଠାରେ ଶ୍ରୀରାମ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣକୁ ନିଧନ କରିବା ସଙ୍ଗେ ସଙ୍ଗେ ଏକ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ହୋଇଥିଲା। ଏହା ପରେ ଆତସବାଜୀ ପ୍ରଦର୍ଶନ ହୋଇଥିଲା। ଅନେକ ମାନସିକଧାରୀ ସେମାନଙ୍କ ଯାଚଜ୍ଞା ଭାବେ ବାଣ ପ୍ରଦାନ କରିଥିଲେ ।

Khorda - ଦଶପଲ୍ଲାର ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ବା ରାବଣବଧ ଅନୁଷ୍ଠିତ
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ଦୀର୍ଘ ବର୍ଷ ହେଲା ଦୁଇ ଗାଁ ରେ ଲାଗିଥିଲା ଗଣ୍ଡଗୋଳ l ଗଣ୍ଡଗୋଳ ଏତେ ମାତ୍ରାରେ ଥିଲା ଜେ ଉଭୟ ଗୋଷ୍ଟୀ ଜେଲ ହାଜତ ଭିତର କୁ ଗଲେ l ବିବାଦ ର କାରଣ ଥିଲା ଚାଷଜମି କୁ ନେଇ l ଶେଷରେ ପରିସ୍ଥିତି ଏମିତି ହେଲା ଜେ ଗାଁ ରେ ହେଲା ବୋଝି l ସୂଚନା ମୁତାବକ ଦୁଇହଜାର ବାଇଶି ମସିହାରେ ବାହାଡାପଦା ଓ ବିଜୁପୁର ଦୁଇଟି ପଡୋଶୀ ଗାଁ ରେ କିଛି ଜମିବିବାଦ କୁ ନେଇ ଉଭୟ ଗାଁ ହୋଇଥିଲା ଗୋଷ୍ଠୀ ସଂଘର୍ଷ l ପରିସ୍ଥିତି ଏମିତି ହୋଇଥିଲା ଜେ ଅନେକ ଲୋକ ମେଡିକାଲ ରେ ପହଂଚି ଥିଲେ, ଏହି ଘଟଣା ପରେ ଉଭୟ ଗୋଷ୍ଟୀକୁ ପୋଲିସ ଉଠାଇ ନେଇ ମକଦମା ଚଳିବାପରେ ଉଭୟ ସମ୍ପ୍ରଦାୟ ର କିଛି ବ୍ୟକ୍ତି ରହିଲେ ଜେଲ ଭିତରେ l
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବାଘଶାଳା ପଞ୍ଚାୟତର ତାମ୍ପରକଇଠା ଗ୍ରାମରେ 130 ବର୍ଷ ପରେ ଗ୍ରାମଦେବୀ ଚେବୀଟାମ୍ମା ଠାକୁରାଣୀଙ୍କ ଯାତ୍ରା ଉତ୍ସବ ଉଦ୍ଘାଟିତ ହୋଇଛି। ପାଞ୍ଚ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ଯାତ୍ରା ଅବସରରେ ଗ୍ରାମ ପରିକ୍ରମା, ନାଚ-ଗୀତ, ବାଦ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଲୋକଙ୍କ ମନରଞ୍ଜନରେ ରଙ୍ଗ ଭରିଥିଲା। ତେଜ ଗରମ ଓ କାଳବୈଶାଖୀ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ରାତି ଶେଷ ପର୍ଯ୍ୟନ୍ତ ଉତ୍ସବରେ ଅନ୍ତର୍ଭୁକ୍ତ ରହିଥିଲେ। ବୁଧବାର ସକାଳେ ବିଷର୍ଜନ ସହ ଯାତ୍ରା ଶେଷ ହେବାରେ ଗ୍ରାମବାସୀମାନେ ଅଭୁତପୂର୍ବ ଆନନ୍ଦ ଅନୁଭବ କରିଛନ୍ତି।
ନୂଆଁ ସରକାର ଗଠନ ପରେ ଦିବ୍ୟାଙ୍ଗ ଭତ୍ତା ନେଇ ଆଶା ଓ ଆଶଙ୍କା ଦୁହିଁ ଦେଖାଯାଉଛି। ଭାଜପା ନିଜ ଇସ୍ତହାରରେ ଦିବ୍ୟାଙ୍ଗଙ୍କୁ 3500 ଟଙ୍କା ଭତ୍ତା ଦେବା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଶାସନକୁ ଆସିବା ପରେ ସେହି ଭତ୍ତା ପାଇଁ 80% ଦିବ୍ୟାଙ୍ଗତା ମାନଦଣ୍ଡ ଲାଗୁ କରାଯାଇଛି। ଏହା ପାଇଁ ଅନେକ ଲୋକ କହୁଛନ୍ତି ଯେ ଦିବ୍ୟାଙ୍ଗ ଭତ୍ତା ଖର୍ଚ୍ଚ କମେଇବା ପାଇଁ ଏହି ନୀତି ଗ୍ରହଣ କରାଯାଇଛି। ଏହା ଫଳରେ 70%-75% ଦିବ୍ୟାଙ୍ଗତା ଥିବା ବ୍ୟକ୍ତିମାନେ ଭତ୍ତାରୁ ବଞ୍ଚିତ ହେବେ। ସରକାରଙ୍କ ଏହି ନୀତିକୁ ନେଇ ସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି।
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଲ୍ଲିପଦର ଗାଁରେ ୨୦୧୧ ମସିହାରେ ହେଉଥିବା ବୃଦ୍ଧ ବ୍ରାହ୍ମଣ ସିଂ ହତ୍ୟା ଘଟଣାରେ ପୁଲିସ ଆଉ ଜଣେ ଅଭିଯୁକ୍ତ ରାମ ବିଷୋୟୀ (73), ଦେଉଳଖଣି ଗାଁରୁ କୁ ଗିରଫ କରିଛି। ଏହି ଘଟଣା ଜମି ବିବାଦକୁ ନେଇ ଘଟିଥିଲା, ଯେଉଁଥିରେ ବ୍ରାହ୍ମଣ ସିଂଙ୍କୁ ଘରୁ ଘୋଷାଡ଼ି ଆଣି, ରାସ୍ତାରେ ପଥରରେ ଛେଚି ହତ୍ୟା କରାଯାଇଥିଲା ଓ ଯୌନାଙ୍ଗ କାଟିଦିଆଯାଇଥିଲା। ଏହା ପୂର୍ବରୁ ଦୁଇ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଏଯାଁ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି, ଯାହାକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ମୋହନା ଥାନା ଅଧିକାରୀ ବସନ୍ତ ସେଠି ସୂଚନା ଦେଇଛନ୍ତି।
ବ୍ରହ୍ମପୁର ବାପୁଜୀ ଆଶ୍ରମ ସ୍ଥିତ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବ. ରାଜୀବ ଗାନ୍ଧୀଙ୍କ ସହିଦ୍ ଦିବସ ଓ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ଭାରତୀୟଙ୍କ ସ୍ମୃତିରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି କୃଷ୍ଣ ମାହାନ୍ତି ଓ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ରାଉତ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଅନେକ ଯୁବ ଶ୍ରମିକ ଓ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ରକ୍ତଦାନ କରି ସେବା ଦେଇଥିଲେ।