Odisha - ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ରାଜନହର ଟ୍ରାଫିକ ପୋଷ୍ଟର ଶୁଭ ଉଦଘାଟନ
ରାଜନହର ଟ୍ରାଫିକ ପୋଷ୍ଟ ର ଶୁଭ ଉଦଘାଟନ କଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖା ଯାଉଥିବା ବେଳେ ତାହାର ନିରାକରଣ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରୟାସ ଆରମ୍ଭ ହୋଇଛି। ଆଜି ପ୍ରାୟ ଦଶଟା ବେଳେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ରାଜ ନହର ତଥା ଜଗନ୍ନାଥ ମନ୍ଦିର , କଲେଜ ଛକ ଟ୍ରାଫିକ ପୋଷ୍ଟ ଟି ର ରିବିନ କାଟି ଏହାର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଏସ ଡି ପି ଓ ମାଧବାନନ୍ଦ ନାୟକ ଙ୍କ ସହ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସହରରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବା ପୋଲିସ ବିଭାଗ ।
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com