Back
Ganjam760002blurImage

Ganjam - ଏହି ଦିନ ମହାରାଜାଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

PREMANANDA PUJARI
Apr 26, 2025 17:05:34
Brahmapur, Odisha
ଜିଲ୍ଳା ବିଜେଡ଼ି କାର୍ଯ୍ୟାଳୟ ଠାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟ ଠାରେ ଆଜି ଦଶଟା ବେଳେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ଜିଲ୍ଲା ସଭାପତି ପ୍ରଦୀପ ନାୟକ ଙ୍କ ସଭାପତିତ୍ବରେ ପାରଳା ବିଧାୟକ ରୁପେସ ପାଣିଗ୍ରାହୀ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମୀ ପରିଛା ଙ୍କ ସମେତ ଅନ୍ୟ ନେତା ମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିଚିତ୍ର ଠାରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com