Back
Ganjam760002blurImage

Ganjam - ମା' ବୁଡ଼ୀ ଠାକୁରାଣୀଙ୍କ ଯାତ୍ରା: ସହରରେ ବିଜିପୁର ଲଣ୍ଡାବେଶର ମାୟା

PREMANANDA PUJARI
Apr 26, 2025 18:08:57
Brahmapur, Odisha
ମାଁ ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ରେ ବିଜିପୁର ଲଣ୍ଡାବେଶଧାରୀଙ୍କ ସହର ପରିକ୍ରମାବିଶ୍ବ ପ୍ରସିଦ୍ଧ ବ୍ରହ୍ମପୁରର ଅରାଧ୍ୟଦେବୀ ମା' ବୁଡ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଅଉ ମାତ୍ର ଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ପ୍ରତି ସାହି ସାହି ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଯାତ୍ରା ଶେଷ ହେବାକୁ ଯାଉଥିବା ବେଳେ ସହର ଅଧିକ ଚଳଚଞ୍ଚଳ ହେବା ସହ ଉତ୍ସରମୁଖର ହୋଇଯାଇଛି। ଶୁକ୍ରବାର ସଂଧ୍ୟାରେ ରେ ବହୁ ମାନସିକଧାରୀଙ୍କ ବିଭିନ୍ନ ବେଶ ସମେତ ବାଘବେଶ ଓ ବିଜିପୁରର ପ୍ରସିଦ୍ଧ ଲଣ୍ଡାବେଶରେ ସହର ଅଧିକ ଆକର୍ଷଣୀୟ ହୋଇପଡିଛି । ଭକ୍ତଙ୍କ ସମାଗମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳରୁ ବହୁ ଦର୍ଶକ ସପରିବାରେ ଆସି ମା'ଙ୍କୁ ଦର୍ଶନ କରିବା ସହ ବିଭିନ୍ନ ସାହିରେ ବାହାରିଥିବା ରଥ ଓ କଳାକୁଞ୍ଜ ଦେଖି ଯାତ୍ରାକୁ ଉପଭୋଗ କରୁଛନ୍ତି।
1
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com