Back
Gajapati - ମାର୍ଲବା ଘାଟିରେ ଇସ୍ପାତ ବସ ଦୁର୍ଘଟଣା ଗ୍ରସ୍ତ, ୧୫ ଆହାତ
Brahmapur, Odisha
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଘାଟିରେ ଆଜି ସକାଳ 5:30 ରେ ଏକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଇସ୍ପାତ ନାମକ ଏକ ଘରୋଇ ବସଟି ଭୁବନେଶ୍ୱର ରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡର ଏକ ବିରାଟ ପଥରକୁ ବାଡେଇ ହୋଇ ଯାଇଛି । ଫଳରେ ବସରେ ବସିଥିବା ୨୪ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ ପାରଳାଖେମୁଣ୍ଡି ମେଡିକାଲ କୁ ପଠାଯାଇଛି। ଘଟଣା ସ୍ଥଳରେ ରାୟଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
0
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
Advertisement