Back
Ganjam760002blurImage

Gajapati - ଯାତ୍ରୀବାହୀ ବସ ସହ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ୍ୟୁ ,ଦୁଇ ଗୁରୁତର

PREMANANDA PUJARI
May 18, 2025 09:11:07
Brahmapur, Odisha

ଯାତ୍ରୀବାହୀ ବସ ସହ ବାଇକ ମୁହାଁ ମୁହିଁ ଧକ୍କା ।‌ ଜଣେ ମୃତ୍ୟୁ ,ଦୁଇ ଗୁରୁତର। ମୃତକ ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲାପଥର ଗ୍ରାମର ସଞ୍ଜୟ ବଡ଼ ରଇତ । ଏକ ବାଇକ ଯୋଗେ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ବାହାଘର ଲାଗି ନିମନ୍ତ୍ରଣ ଦେବାକୁ ଯାଇ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଭିକ୍ରାନ୍ତ ନାମକ ଏକ ଘରୋଇ ବସ ଶୁଣ୍ଡରବା ଶବରପଲ୍ଲୀ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ସଞ୍ଜୟ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଦୁଇଜଣଙ୍କୁ ଆର.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟପର୍ଣ୍ଣା ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ଏମ କେ ସି ଜି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com