Back
Ganjam760002blurImage

Gajapati - ବ୍ରହ୍ମପୁର କମାପଲ୍ଲୀ ଓଭର ବ୍ରିଜ ନିକଟରେ ଜୀବନ୍ତ ବୋମା ଠାବ ହୋଇଛି

PREMANANDA PUJARI
May 18, 2025 09:06:12
Brahmapur, Odisha

ବ୍ରହ୍ମପୁର କମାପଲ୍ଲୀ ଓଭର ବ୍ରିଜ ନିକଟରେ ଜୀବନ୍ତ ବୋମା ଠାବ ହୋଇଛି । ୩ ଗୋଟି ଅଫୁଟା ବୋମା କୁ ଉଦ୍ଧାର କରିଛି ବ୍ରହ୍ମପୁର ପୋଲିସ । ତାହା ସହିତ କିଛି ଖଣ୍ଡାକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଦେଖି ବୈଦ୍ୟନାଥ ପୁର ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଏବଂ ବୋମା ନିଷ୍କରୀୟ କାରୀ ଟିମ୍ ସାହାଯ୍ୟରେ ବୋମା କୁ ନିଷ୍କ୍ରିୟ କରିଥିବା ଜଣାପଡିଛି । ଉକ୍ତ ଜାଗାରେ ବୋମା ଏବଂ ଖଣ୍ଡା ଦେଖି ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ । ତେବେ କିଏ ଏବଂ କାହିକି ଏହି ବୋମା ଏବଂ ଖଣ୍ଡା ରଖିଛି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com