Back
मानिकपुर में पेड़ से लटके युवक की मौत, संदिग्ध आत्महत्या से इलाके में शोक
PPPREMANANDA PUJARI
Nov 10, 2025 18:06:50
Tehran, Tehran Province
ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକ ମୃତଦେହ ଉଦ୍ଧାର, ମାଣିକପୁର ଗ୍ରାମରେ ଶୋକରେ ଛାୟା
ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଛି । ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ମୃତ ଯୁବକ ଜଣକ ହେଲେ ମାଣିକପୁର ଗ୍ରାମପଞ୍ଚାୟତ ସରପଞ୍ଚ ଲକ୍ଷ୍ମଣ ଦଳାଇଙ୍କ ସାନ ପୁଅ କୁମୁଦ ଦଳାଇ (ବୟସ ୨୫) । ଗ୍ରାମର ଏକ ପଣସ ଗଛ ରୁ ତାଙ୍କ ଶରୀର କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଚନ୍ଦ୍ରଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଶବକୁ ବ୍ରହ୍ମପୁର ମେଡିକାଲରେ ବ୍ୟବଚ୍ଛେଦ ପାଇଁ ପଠାଇ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ।
ପୋଲିସ ପକ୍ଷରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, କୁମୁଦ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସମ୍ଭାବନା ରହିଛି । ତଥାପି ତାଙ୍କ ମୃତ୍ୟୁ ଆତ୍ମହତ୍ୟା ନା କିଏସି ତାଙ୍କୁ ହତ୍ୟା କରିଛି — ଏହା ସ୍ପଷ୍ଟ ହୋଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, କୁମୁଦ ଅତି କମ୍ ବୟସରୁ ନିଶା ଦ୍ରବ୍ୟ ସେବନ କରୁଥିଲେ ଏବଂ କିଛି ମାସ ଧରି ଯାଜୟପୁରରେ ୱେଲଡର ଭାବେ କାମ କରୁଥିଲେ । ତାଙ୍କ ଲିଭରରେ ସମସ୍ୟା ହେବା ପରେ ସେ ଗ୍ରାମକୁ ଫେରି ଆସିଥିଲେ । ପରିବାର ପକ୍ଷରୁ ତାଙ୍କୁ ମଦ ପିଇବା ବାରଣ ଏବଂ ଶରୀର ପ୍ରତି ଯତ୍ନ ନେବା ପାଇଁ ଅନେକ ଥର ପରାମର୍ଶ ଦିଆଯାଇଥିଲା ।
ଗତ ସନ୍ଧ୍ୟା ସାତଟା ସମୟରେ କୁମୁଦ ଘରେ ବାଇକ ଚାବି ମାଗିଥିଲେ, କିନ୍ତୁ ଘରେ ନ ମିଳିବାରୁ କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକେ ରାତି ସାରା ତାଙ୍କୁ ଖୋଜିଥିଲେ କରିଥିଲେ କିନ୍ତୁ ସନ୍ଧାନ ମିଳିନଥିଲା । ଆଜି ସକାଳେ ଗ୍ରାମବାସୀ ତାଙ୍କ ନିଜ ବାରିପଟିଆ ପଣସ ଗଛରେ ତାଙ୍କ ଶରୀରକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ।
ଏହି ଘଟଣା ପରେ ମାଣିକପୁର ଗ୍ରାମରେ ଚୋରାମଦ ବିକ୍ରି ପ୍ରସଙ୍ଗ ପୁଣି ଚର୍ଚ୍ଚାରେ ଆସିଛି । ଗ୍ରାମର ମହିଳା ଗୋଷ୍ଠୀ ବାରମ୍ବାର ଚୋରାମଦ ବିକ୍ରି ବିରୋଧରେ ଆନ୍ଦୋଳନ କରିଥିଲେ ମଧ୍ୟ, ପ୍ରଶାସନ ର ଅବହେଳା ଯୋଗୁଁ ଏହା ଅଦ୍ୟାବଧି ମଦ ବିକ୍ରୀ କାରବାର ବନ୍ଦ ହେଉନାହିଁ ।
ସରପଞ୍ଚଙ୍କ ପୁଅଙ୍କ ଅକାଳ ମୃତ୍ୟୁ ଗ୍ରାମ ଓ ପଞ୍ଚାୟତ ଅଞ୍ଚଳରେ ଶୋକରେ ଛାୟା ଖେଳାଇଦେଇଛି । ଏବେ ସମସ୍ତଙ୍କ ନଜର ପୋଲିସ ର ତଦନ୍ତ ଓ ଚୋରାମଦ ବିରୋଧରେ ଆଗାମୀ ପଦକ୍ଷେପ କିଭଳି ରହିବ ପ୍ରଶାସନ ର ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
MKMohammad Khan
FollowNov 10, 2025 19:15:430
Report
AMAsheesh Maheshwari
FollowNov 10, 2025 19:15:22Noida, Uttar Pradesh:सीएम भजनलाल शर्मा , पूर्व सीएम अशोक गहलोत ,पीसीसी चीफ गोविंद सिंह डोटासरा और नेता प्रतिपक्ष टीकाराम जूली ने दिल्ली विस्फोट को लेकर एक्स पर पोस्ट करके दुख जताया
0
Report
0
Report
RKRANJAN KUMAR
FollowNov 10, 2025 19:07:440
Report
0
Report
MTMadesh Tiwari
FollowNov 10, 2025 19:07:230
Report
MKMANTUN KUMAR ROY
FollowNov 10, 2025 19:06:510
Report
RKRANJAN KUMAR
FollowNov 10, 2025 19:06:240
Report
RZRajnish zee
FollowNov 10, 2025 19:06:030
Report
RSRUPENDRA SHRIWASTVA
FollowNov 10, 2025 19:05:520
Report
RSRUPENDRA SHRIWASTVA
FollowNov 10, 2025 19:05:340
Report
DRDivya Rani
FollowNov 10, 2025 19:05:170
Report
AMANIL MOHANIA
FollowNov 10, 2025 19:05:010
Report
ACAmit Chaudhary
FollowNov 10, 2025 19:04:480
Report