Back
गजपति जिले में मंथा चक्रवात के कारण भारी बारिश और त्वरित तैयारी जारी
PPPREMANANDA PUJARI
Oct 27, 2025 09:41:19
Tehran, Tehran Province
ଗଜପତି ଜିଲ୍ଲା ପ୍ରଶାସନ
ସାମୁଦ୍ରିକ ବାତ୍ୟା ‘ମନ୍ଥା’ ପ୍ରଭାବରେ ବର୍ଷାକୁ ମୁକାବିଲା କରିବା ସକାଶେ ସମ୍ପୂର୍ଣ୍ଣ ପ୍ରସ୍ତୁତ
ପାରଳାଖେମୁଣ୍ଡି: ସାମୁଦ୍ରିକ ବାତ୍ୟା ‘ମନ୍ଥା’ ପ୍ରଭାବରେ ହେବାକୁ ଥିବା ସମ୍ଭାବ୍ୟ ପ୍ରବଳ ବର୍ଷା ପରିସ୍ଥିତିକୁ ମୁକାବିଲା ସକାଶେ ଗଜପତି ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଏନେଇ ଗଜପତି ଜିଲ୍ଲାପାଳ ମଧୁମିତା ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭୂବନେଶ୍ୱର ସ୍ଥିତ ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ସାମୁଦ୍ରିକ ବାତ୍ୟା ଆନ୍ଧ୍ର ପ୍ରଦେଶର ମଛିଲିପାଟଣମ୍ ରୁ କଳିଙ୍ଗପାଟଣମ୍ ମଧ୍ୟରେ ଥିବା କାକିନଡା ଠାରେ ସ୍ଥଳଭାଗରେ ମାଡ ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ବୋହିବା ସମ୍ଭାବନା ରହିଛି । ଅକ୍ଟୋବର୨୭ ଓ୨୯ତାରିଖରେ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୨୮ତାରିଖରେ ରେଡ୍ ୱାର୍ଣ୍ଣିଂ ରହିଥିବା ଜିଲ୍ଲାପାଳ ଜଣାଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ଆପାତକାଳୀନ ପ୍ରସ୍ତୁତି ବୈଠକ ସମେତ ଜନସାଧାରଣଙ୍କୁ ସତର୍କ ରହିବା ସକାଶେ ମାଇକ୍ ଯୋଗେ ସଚେତନ କରାଯାଇଛି । ପରିସ୍ଥିତିର ମୁକାବିଲା କରିବା ସକାଶେ ଜିଲ୍ଲା ସଦରମହକୁମା ସମେତ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ତାହାର ତଦାରଖ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଜିଲ୍ଲାରେ ରହିଥିବା ୧୩୯ଟି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା କାର୍ଯ୍ୟ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି । ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଛୁଟି କରାଯାଇଛି । ଅଙ୍ଗନୱାଡି କେନ୍ଦ୍ରକୁ ଯାଉଥିବା ପିଲାଙ୍କ ଘରକୁ ଯାଇ ଖାଦ୍ୟ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ସ୍ଥାୟୀ ଭାବେ ରହିଥିବା ୫ଟି ବାତ୍ୟା ଆଶ୍ରୟସ୍ଥଳୀ ସମେତ ବିଭିନ୍ନ ବିଦ୍ୟାଳୟ ଓ ପଞ୍ଚାୟତ କୋଠା ଗୁଡିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବା ସହ ସେଠାରେ ଥଇଥାନ ହୋଇଥିବା ଲୋକଙ୍କୁ ଖାଦ୍ୟପେୟ ଦେବା ବ୍ୟବସ୍ଥା କରାଯାଇଛି । ଏହି ସମ୍ଭାବ୍ୟ ବର୍ଷା ପବନ ସମୟରେ ୨୪ଘଣ୍ଟିଆ ମୋବାଇଲ ସେବା ଯେପରି ଯୋଗାଇହେବ ତାହାର ବ୍ୟବସ୍ଥା କରିବା ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତବିଭାଗରୁ ବର୍ଷାପବନବେଳେ ଓ ତା ପରବର୍ତ୍ତି ସମୟର ପରିସ୍ଥିତିକୁ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରିବା ସକାଶେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତୀତର ଅନୁଭୂତିକୁ ଆଧାର କରି ସମ୍ଭାବ୍ୟ ପରିସ୍ଥିତିକୁମୁକାବିଲା ସକାଶେ ୨ଟି ଓଡ୍ରାଫ୍ ଟିମ୍ କୁ ଗଜପତି ଜିଲ୍ଲାକୁ ପଠାଇବା ନିମନ୍ତେ ପ୍ରଶାସନ ତରଫରୁ ସରକାରଙ୍କୁ ଜଣାଯାଇଛି ବୋଲି ଜିଲ୍ଲାପାଳ ମଧୁମିତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ସାମୁଦ୍ରିକ ଝଡ ପ୍ରଭାବରେ ଅଧିକରୁ ଅଧିକ ବୃଷ୍ଟିପାତ ସମ୍ମଭାବନା ସହ ବଜ୍ରପାତ ହେବାର ଆଶଙ୍କା ରହିଥିବାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପର୍ଯ୍ୟଟନସ୍ଥଳକୁ ବନ୍ଦ ରଖାଯାଇଛି । ବର୍ଷା ସହ ଘଣ୍ଟା ପ୍ରତି 80 କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଥିବାରୁ ଜଳପ୍ରପାତ ସମେତ ମହେନ୍ଦ୍ରଗିରି ଓ ବିଏନ୍ ପ୍ୟାଲେସ୍ କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
HKHitesh Kumar
FollowOct 27, 2025 12:35:310
Report
Farrukhabad, Uttar Pradesh:मिशन शक्ति फेज 5 के अंतर्गत मालती पाठक को एक।दिन का जिलाधिकारी बनाया गया।मालती पाठक ने फरियादियों की शिकायतों को सुना, साथ ही उनके गुणवत्तापूर्ण निस्तारण हेतु आवश्यक दिशा निर्देश दिए।
0
Report
IAImran Ajij
FollowOct 27, 2025 12:35:050
Report
KBKuldeep Babele
FollowOct 27, 2025 12:34:440
Report
PSPIYUSH SHUKLA
FollowOct 27, 2025 12:34:200
Report
AMABHAYA MOHANTY
FollowOct 27, 2025 12:34:060
Report
0
Report
0
Report
RVRaunak Vyas
FollowOct 27, 2025 12:31:160
Report
0
Report
AMABHAYA MOHANTY
FollowOct 27, 2025 12:31:030
Report
MSManish Sharma
FollowOct 27, 2025 12:30:390
Report
SDSurendra Dasila
FollowOct 27, 2025 12:30:100
Report
2
Report
0
Report
