Back
कमंत्री Kumaraswami ने मुख्यमंत्री से राउरकला स्टील प्लांट विस्तार पर चर्चा की
MMManoj Mallia
Nov 19, 2025 10:45:36
ମୁଖ୍ୟମନ୍ତ୍ରୀଙ୍କ କାର୍ୟାଳୟ, ଓଡ଼ିଶା
ମୁଖ୍ୟମନ୍ତ୍ରୀଙ୍ୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କୁମାରସ୍ବାମୀ
ରାଉରକେଲା ଷ୍ଟିଲ ପ୍ଲାଣଟର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା
କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ମଧ୍ୟ ସାମିଲ୍
ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ, ଲୋକଙ୍କ ସମସ୍ୟାର ସମାଧାନ କରି ସହମତି ଭିତ୍ତିରେ ସମ୍ପ୍ରସାରଣ ପାଇଁ ଜମି ଯୋଗାଇ ଦିଆଯିବ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର
୧9 ନଭେମ୍ବର ୨୦୨୫
କେନ୍ଦ୍ର ଭାରି ଶିଳ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଏଚ୍.ଡି କୁମାରସ୍ବାମୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଉରକେଲା ଷ୍ଟିଲ ପ୍ଲାଣଟର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ ମଧ୍ୟ ଉପସ୍ଥିତ ଥିଲେ।
ଆଲୋଚନାରୁ ଜଣାଯାଇଥିଲା ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣଟର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ଉଦ୍ୟମ ଜାରି ରହିଛି। ଆଧୁନିକୀକରଣ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ବେଳେ, ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ସୁରୁଖୁରୁରେ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।
ବୈଠକରେ ଏ ସମ୍ପର୍କରେ ସମାଧାନ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଉରକେଲା ଷ୍ଟିଲ୍ ପ୍ଲାଣଟର ସମ୍ପ୍ରସାରଣ ଅତ୍ୟନ୍ତ ଆବଶ୍ୟକ। ଏହାଦ୍ବାରା ରାଜ୍ୟର ଆର୍ଥିକ ବିକାଶ ହେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ତେବେ, ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ କରାଯାଇ ସହମତି ଭିତ୍ତିରେ ଜମି ଅଧିଗ୍ରହଣ କରାଯିବ ବୋଲି ସେ କହିଥିଲେ।
ବୈଠକର ନିଷ୍ପତ୍ତି ଅନୁଯାୟୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀର ଜଣେ ଉଚ୍ଚ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଲୋକଙ୍କ ସହିତ ଆଲୋଚନା ଜରିଆରେ ସବୁ ସମସ୍ୟାର ସମାଧାନ କରାଯିବ।
ଷ୍ଟିଲ୍ ପ୍ଲାଣଟର ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍ଙ୍କ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ କୁମାରସ୍ବାମୀ ଉଭୟଙ୍କୁ ଧନ୍ୟବାଦ ଦେଇଥିଲେ।
ବୈଠକରେ ରାଉରକେଲାରେ ଏୟାରପୋର୍ଟ ସ୍ଥାପନ ପାଇଁ ଜମି ଯୋଗାଣ ଏବଂ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଇସ୍ପାତ ଓ khଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, କେନ୍ଦ୍ର ଇସ୍ପାତ ସଚିବ ଶ୍ରୀ ସନ୍ଦୀପ୍ ପୋଣ୍ଡରିକ୍, SAILର ଚେୟାରମ୍ୟାନ ଶ୍ରୀ ଅମରେନ୍ଦୁ ପ୍ରକାଶ ଏବଂ SAILର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ。
116
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
0
Report
PKPREMENDRA KUMAR
FollowNov 19, 2025 11:52:450
Report
JSJitendra Soni
FollowNov 19, 2025 11:52:260
Report
DSdevendra sharma2
FollowNov 19, 2025 11:52:020
Report
ACAshish Chauhan
FollowNov 19, 2025 11:51:470
Report
BBBindu Bhushan
FollowNov 19, 2025 11:51:370
Report
DGDeepak Goyal
FollowNov 19, 2025 11:51:230
Report
DPDharmendra Pathak
FollowNov 19, 2025 11:50:590
Report
AYAmit Yadav
FollowNov 19, 2025 11:50:200
Report
AYAmit Yadav
FollowNov 19, 2025 11:49:5934
Report
ATAnuj Tomar
FollowNov 19, 2025 11:49:4541
Report
NZNaveen Zee
FollowNov 19, 2025 11:49:3695
Report