Back
भुवनेश्वर: कॉन्स्टेबल दीपक रौत ने शुभमित्रा साहू हत्या कबूली
AMABHAYA MOHANTY
Sept 17, 2025 15:01:41
Keonjhar, Odisha
କମିଶନରେଟ୍ ପୁଲିସର ମହିଳା ଟ୍ରାଫିକ୍ କନଷ୍ଟେବଲ ଶୁଭମିତ୍ରା ସାହୁ ନିଖୋଜ ଘଟଣାର ପର୍ଦ୍ଦାଫାସ
ତାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ନାଁ ଦୀପକ ରାଉତ। ସେ ବି ଜଣେ କନଷ୍ଟେବଲ। କିନ୍ତୁ ସେ ଭୁବନେଶ୍ୱରରେ ପୁଲିସ କମିଶନରଙ୍କ ଅଫିସରେ କିରାଣି ଭାବେ କାର୍ଯ୍ୟ କରନ୍ତି। କମିଶନରେଟ୍ ପୁଲିସ ଦୀପକଙ୍କୁ ଗିରଫ କରିଛି।
ଗତ ୬ ତାରିଖ ସନ୍ଧ୍ୟାରେ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ ଦୀପକ। ତାଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ମୃତଦେହକୁ ନିଜ କାରରେ ନେଇ କେନ୍ଦୁଝର ଜିଲ୍ଲା ଘଟଗାଁରେ ଜଙ୍ଗଲରେ ପୋତି ଦେଇଥିଲେ ଦୀପକ। ୨୦ ଲକ୍ଷ ଟଙ୍କା ପାଇଁ ସେ କନଷ୍ଟେବଲ ଶୁଭମିତ୍ରା ସାହୁଙ୍କୁ ହତ୍ୟା କରିଥିବା ପୁଲିସ୍ର ଜେରା ବେଳେ କହିଥିବା ସୂଚନା ମିଳିଛି।
ଆହୁରି ମଧ୍ୟ ଜଣାପଡ଼ିଛି ଯେ ଶୁଭମିତ୍ରା ଓ ଦୀପକ କୋର୍ଟରେ ବାହା ହୋଇଥିଲେ। ୨୦୨୪ ଜୁଲାଇ ୭ ତାରିଖରେ ସେମାନେ କୋର୍ଟରେ ବାହା ହୋଇଥିଲେ। ଦୀପକଙ୍କୁ ପୁଲିସ୍ ଜେରା କରିବା ବେଳେ ଏହି କଥା ସାମ୍ନାକୁ ଆସିଛି। ଉଭୟଙ୍କ ମ୍ୟାରେଜ୍ ସାର୍ଟିଫିକେଟ୍ ମଧ୍ୟ ପାଇଛି ପୁଲିସ।
ଦୀପକ ପୂର୍ବରୁ ବାହା ହୋଇଥିଲେ। ଏକ ଦୁର୍ଘଟଣାରେ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ଦୀପକ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁରେ କୋଟିଏ ଟଙ୍କାର ବୀମା କରିଥିଲେ। ତେଣୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ମାମଲା ଏବେ ସନ୍ଦେହ ଘେରକୁ ଚାଲି ଆସିଛି। କମିଶନରେଟ୍ ପୁଲିସ ଶୁଭମିତ୍ରା ହତ୍ୟା ଘଟଣା ସହିତ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟଣାର ମଧ୍ୟ ତଦନ୍ତ କରୁଛି।
କମିଶନରେଟ୍ ପୁଲିସର ଏକ ଟିମ୍ ଅଭିଯୁକ୍ତ ଦୀପକଙ୍କୁ ସାଙ୍ଗରେ ଧରି ଘଟଗାଁ ଯାଇଛନ୍ତି। ସେଠାରେ ସିନ୍ ରିକ୍ରିଏସନ୍ ସହିତ ଶୁଭମିତ୍ରାଙ୍କ ମୃତଦେହକୁ ମାଟିତଳୁ ବାହାର କରାଯିବ। ଦୀପକ ତାଙ୍କୁ ଭୁବନେଶ୍ୱରରେ ହତ୍ୟା କରିବା ପରେ ସେଠାରେ ନେଇ ପୋତି ଦେଇଛନ୍ତି।
ଗତ ୬ ତାରିଖ ଦିନ ଶୁଭମିତ୍ରା ଡ୍ୟୁଟିକୁ ଯାଇଥିଲେ ଓ ସନ୍ଧ୍ୟା ୭ଟାରେ ଭଡ଼ାଘରକୁ ଫେରିଥିଲେ। କିନ୍ତୁ ତା’ପରଠାରୁ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ରହିଥିଲା। ଦୁଇ ଦିନ ଧରି ଶୁଭମିତ୍ରାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇନପାରିବାରୁ ତାଙ୍କ ବାପା ଭୁବନେଶ୍ୱର ଡିସିପି ଅଫିସ୍ ଯାଇ ପଚରାଉଚରା କରିଥିଲେ। ତେବେ ଝିଅର ପତ୍ତା ନମିଳିବାରୁ ସେ କ୍ୟାପିଟାଲ୍ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ। କମିଶନରେଟ୍ ପୁଲିସ ଘଟଣାକୁ ଗୁରୁତ୍ୱର ସହିତ ନେଇ ଓ ଶୁଭମିତ୍ରାଙ୍କୁ ଖୋଜିବା ପାଇଁ ସ୍ପେଶାଲ ସ୍କ୍ୱାଡ୍କୁ ଦାୟିତ୍ୱ ଦିଆଯାଇଥିଲା। ସ୍ପେଶାଲ ସ୍କ୍ୱାଡ୍ ଶୁଭମିତ୍ରାଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରିବା ପରେ କମିଶନରେଟ୍ ପୁଲିସରେ କାର୍ଯ୍ୟ କରୁଥିବା ଦୀପକ ରାଉତଙ୍କ ଉପରେ ସନ୍ଦେହ କରିଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସତ ସ୍ୱୀକାର କରିଥିଲେ ବୋଲି ଜଣାପଡ଼ିଛି।
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
SMSandeep Mishra
FollowSept 17, 2025 17:16:140
Report
WJWalmik Joshi
FollowSept 17, 2025 17:16:030
Report
MJManoj Jain
FollowSept 17, 2025 17:15:470
Report
0
Report
SPSanjay Prakash
FollowSept 17, 2025 17:15:360
Report
ADAjay Dubey
FollowSept 17, 2025 17:15:210
Report
0
Report
0
Report
3
Report
APAshwini Pandey
FollowSept 17, 2025 17:02:540
Report
RKRANJEET Kumar OJHA
FollowSept 17, 2025 17:02:460
Report
0
Report
MTMD. TARIQ
FollowSept 17, 2025 17:02:050
Report
AMAjay Mishra
FollowSept 17, 2025 17:01:490
Report