Back
बुरला में अटल प्रतिमा उद्घाटन से ओड़िशा में विकास का नया दौर—मोदी कहा
ANAJAY NATH
Dec 25, 2025 14:46:09
Sambalpur, Odisha
ବୁର୍ଲାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ tin୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ|
ଅଟଳଜୀଙ୍କ "ସୁଶାସନ" ମନ୍ତ୍ର ହିଁ ଓଡ଼ିଶାକୁ ବିକଶିତ କରିବ କହିଲେ - ଧର୍ମେନ୍ଦ୍ର ପ୍ରଧାନ|ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅଟଳ ଉଦ୍ୟାନ ପର୍ଯ୍ୟନ୍ତ ଗଣଦୌଡ଼ରେ ସାମିଲ ହେଲେ|ଶାସନ କେବଳ ସରକାରୀ ଦାୟିତ୍ୱ ନୁହେଁ, ଏଥିରେ ସମାଜର ପ୍ରତିଟି ବର୍ଗର ସହଯୋଗ ଆବଶ୍ୟକ|ଛୋଟ ଛୁଆମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ଜନଆନ୍ଦୋଳନ ତିଆରି କରିବା|ନିଜ ଘର, ଅଗଣା o ରାସ୍ତାଘାଟକୁ ସ୍ୱଚ୍ଛ ରଖି ସମ्ବଲପୁରକୁ ଏକ ସୁନ୍ଦର ସହରରେ ପରିଣତ କରିବା|
ଅଟଳ ଉଦ୍ୟାନ ହେବ ସମ୍ବଲପୁରର ପ୍ରମୁଖ ଆକର୍ଷଣ ପର୍ଯ୍ୟଟନ କେନ୍ଦ୍ର| ଡିସେମ୍ବର ୨୫ - ସୁଶାସନର ମୂର୍ତ୍ତିମନ୍ତ ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ "ସୁଶାସନ" ମନ୍ତ୍ର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ଆଜି ସମ୍ବଲପୁରର ବୁର୍ଲା ଠାରେ ଏହି ମହାପୁରୁଷଙ୍କ ୧୦୧ତମ ଜନ୍ମ ଜୟନ୍ତୀ ତଥା 'ସୁଶାସନ ଦିବସ' ଅବସରରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆଜି sକାଳରେ ଅଟଳ ବିହାରୀ ଜୟନ୍ତୀ ସମିତି ଏବଂ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଅଟଳ ଉଦ୍ୟାନ ପର୍ଜ୍ୟନ୍ତ ଏକ ଗଣଦୌଡ଼ରେ sାମିଲ ହୋଇଥିଲେ । ପରେ ସେଠାରେ ପହଞ୍ଚି ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ਮਾਲ୍ୟାର୍ପଣ କରିଥିଲେ । ଉଦବୋଧନ ଦେଇ ସେ କହିଥିଲେ ଅଟଳଜୀଙ୍କ "ସୁଶାସନ" ମନ୍ତ୍ର ହିଁ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମକୁ ସଦାବେଳେ ପ୍ରେରଣା ଦେଉଛି । ତାଙ୍କର ପ୍ରତିଟି କାଳଜୟୀ ସ୍ୱପ୍ନ ଓ ବାକ୍ୟକୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାସ୍ତବ ରୂପ ଦେଉଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ସୁଶାସନ କେବଳ ସରକାରୀ ଦାୟିତ୍ୱ ନୁହେଁ, ଏଥିରେ ସମାଜର ପ୍ରତିଟି ବର୍ଗର ସହଯୋଗ ଅପରିହାର୍ଯ୍ୟ । ଆଜିର ପବିତ୍ର ਅବସରରେ ସମ୍ବଲପୁର ଜିଲ୍ଲାରେ ସରକାରୀ ସ୍କୁଳ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏକ ନୂତନ ସଂସ୍କୃତି ବା ଜନଆନ୍ଦୋଳନ ଆରମ୍ଭ କରିବା ପାଇଁ ଆମ ରାସ୍ତାଘାଟ, ଘର ଓ ଅଗଣାକୁ ସ୍ୱଚ୍ଛ ରଖି ସମ୍ବଲପୁରକୁ ଏକ ସୁନ୍ଦର ସହରରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣରେ ବୁର୍ଲାକୁ ଓଡ଼ିଶାର ଏକ ପ୍ରମୁଖ ବିକାଶ କେନ୍ଦ୍ର ଭାବେ ଅଭିହିତ କରିଛନ୍ତି। ସମ୍ବଲପୁରରେ ଥିବା ବିଶ୍ୱବିଦ୍ୟାଳୟ ସମୂହ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଏହାର ଗୌରବ ବଢାଉଛି । ବୁର୍ଲା ସ୍ଥିତ 'ଅଟଳ ଉଦ୍ୟାନ'କୁ ଆସନ୍ତାବର୍ଷ ସୁଦ୍ଧା ଏକ ଅତ୍ୟାଧୁନିକ ତଥା ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି ।ଏହାବ୍ୟତୀତ ବୁର୍ଲା ସ୍ଥିତ ପାର୍ଟି କାର୍ଯ୍ୟାଳୟଠାରେ ଏକ ରକ୍ତଦାନ ଶିବିରକୁ ମଧ୍ୟ ସେ ଉଦଘାଟନ କରି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନଙ୍କୁ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରା ରବି ନାରାୟଣ ନାେକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SHSAYED HUSSAIN AKHTAR
FollowDec 25, 2025 16:15:200
Report
NJNaynee Jain
FollowDec 25, 2025 16:15:080
Report
0
Report
0
Report
1
Report
0
Report
ANAnil Nagar1
FollowDec 25, 2025 16:04:120
Report
RRRakesh Ranjan
FollowDec 25, 2025 16:03:570
Report
NJNaynee Jain
FollowDec 25, 2025 16:03:470
Report
KSKULWANT SINGH
FollowDec 25, 2025 16:03:390
Report
0
Report
RJRakesh Jaiswal
FollowDec 25, 2025 16:03:220
Report
NJNaynee Jain
FollowDec 25, 2025 16:03:06Noida, Uttar Pradesh:School Bus Hits Bike.. Major Accident Averted
0
Report
VMVimlesh Mishra
FollowDec 25, 2025 16:02:590
Report
SKSANTOSH KUMAR
FollowDec 25, 2025 16:02:450
Report
