Back
Rayagada765062blurImage

Rayagada - ଠିଆ ହୋଇଥିବା ଟ୍ରକ ପଛ ପଟେ ପିଟିହେଲା ବାଇକ, ଦୁର୍ଘଟଣାରେ ୨ ମୃତ

Tushar Ranjan Sahu
May 28, 2025 05:23:23
Kaithapadar, Odisha
ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ କଇଠପଦର ଗ୍ରାମ ମୁଖ୍ୟ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟେ ପିଟି ହେଲା ବାଇକ । ଫଳରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଜଣ ହେଲେ ଶିରିଝୋଲି ପଂଚାୟତ ଅନ୍ତର୍ଗତ ବଡ଼ ଆମ୍ବାଗୁଡ଼ା ଗ୍ରାମର ତିରୁପତି ଶବର ଓ ମଂଟୁ ଶବର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମୃତକ ଦ୍ୱୟ କୌଣସି କାମରେ ଗୁଣପୁର ଆସି ସନ୍ଧ୍ୟାରେ ଘରକୁ ଫେରିବା ସମୟରେ କଇଠପଦର ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତାରେ ଛିଡା ହୋଇ ରହିଥିବା ଏକ ଲୁହା ପାଇପ ବୋଝେଇ ଟ୍ରକ ପଛ ପଟେ ବାଇକ ଯୋଗେ ପିଟି ହୋଇଯାଇଥିଲେ । ଦୁର୍ଘଟନା ପରେ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିଛାଳୟରେ ଭର୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଗୁଣପୁର ପୋଲିସ ଉପଖଣ୍ଡ ଚିକିଛାଳୟରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
1
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|