Back
पुरी में गोषाणी देवी यात्रा धूमधाम से संपन्न, भक्तों की भीड़ जुटी
SMSanjay Mohapatra
Oct 04, 2025 08:00:42
Puri, Odisha
ଶ୍ରୀକ୍ଷେତ୍ରରେ ସବୁଠୁ ବଡ ପର୍ବ ଗୋଷାଣୀ ଯାତ୍ରା ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଛି। ସବୁଠିଁ ଶାରଦୀୟ ଦୁର୍ଗାପୂଜାର ମାହୋଲ ରହିଥିବା ବେଳେ ଶ୍ରୀକ୍ଷେତ୍ରରେ ଗୋଷାଣିଦେବୀ ପରମ୍ପରା ଏକ ନିଆରା ପରମ୍ପରା। ତ୍ରୀଦିନାତ୍ମକ ପୁଜା ସରିବା ପରେ ବିଭିନ୍ନ ପିଠ ମାନଙ୍କରେ ପୁଜା ପାଉଥିବା ଗୋଷାଣିଦେବୀମାନଙ୍କୁ ନେଇ ସିଂହଦ୍ୱାର ନିକଟରେ ବସିଥିଲା ଏକ ଦେବସଭା। ଶ୍ରୀମନ୍ଦିରକୁ ମହାଦୀପ ଉଠିବା ପରେ ଏହାକୁ ଦର୍ଶନ କରି ମଙ୍ଗଳା ନଦୀରେ ନିର୍ମିତ ଏକ କୃତ୍ରିମ ପୋଖରିରେ ଜଳବିସର୍ଜନ ନିତି ସମ୍ପର୍ଣ୍ଣ ହୋଇଛି।
(ଭିଓ୨) ଶ୍ରୀକ୍ଷେତ୍ର ହେଉଛି ଧର୍ମ, ସଂସ୍କୃତି ଓ ବିଧି ପରମ୍ପରାର ସହର । ଲକ୍ଷଲକ୍ଷ ଭକ୍ତ କାଳିଆ ସାଆନ୍ତଙ୍କ ଶ୍ରୀମୁଖ ଦର୍ଶନ ଲାଗି ପୁରୀରେ ଗହଳି ଜମାଇଥାନ୍ତି। ଏଠାକାର ଗୋଷାଣୀ ପରମ୍ପରା ଶ୍ରୀମନ୍ଦିର ସହ ଜଡ଼ିତ ।ଶାରଦୀୟ ଦୁର୍ଗାପୂଜା ଭଳି ଏଠାରେ ଗୋଷାଣି ଦେବୀ ଉପାସନା ହୋଇଥାଏ। ଗତକାଲି ଏହି ଗୋଷାଣି ଦେବୀ ମାନଙ୍କୁ ନେଇ ବଡଦାଣ୍ଡରେ ଦେବସଭା ଅନୁଷ୍ଠିତ ହୋଇଥିଲା। ଶ୍ରୀକ୍ଷେତ୍ରରେ ବିଭିନ୍ନ ମଣ୍ଡପରେ ପୁଜା ପାଉଥିବା ଗୋଷାଣୀ ଦେବୀ ମାନେ ପାଟପଟୁଆରରେ ଆସି ଏହି ଦେବସଭାରେ ସାମିଲ ହୋଇଥିଲେ। ସବୁଠୁଁଁ ଆଶ୍ଚ୍ଚର୍ଯ୍ୟର କଥା ହେଉଛି ଶ୍ରୀମନ୍ଦିରରେ ମହାଦିପ ଉଠିବା ପରେ ଦେବସଭା ଭାଙ୍ଗିଥିଲା। ଆଉ ଗୋଷାଣି ପରମ୍ପରା ସହ ଜଡିତ ପଚାଶରୁ ଉର୍ଦ୍ଧ୍ବ ମେଢଗୁଡିକ ଏକ ସଙ୍ଗେ ପୁଣି ପାଟପଟୁଆରରେ ଯାଇ ମଙ୍ଗଳାଘାଟରେ ନିର୍ମିତ ଏକ କୃତ୍ରିମ ପୁଷ୍କରୀଣିରେ ପାଣିରେ ଜଳବିସର୍ଜନ ହୋଇଛନ୍ତି। ଏଭଳି ନିଆରା ପରମ୍ପରା ଦେଖି କେବଳ ଶ୍ରୀକ୍ଷେତ୍ରବାସୀ ନୁହଁନ୍ତି ଦେଶବିଦେଶରୁ ଆସିଥିବା ଭକ୍ତଙ୍କ ମନରେ ମଧ୍ୟ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ। ଏହି ଦେବସଭାରେ ସାମିଲ ହୋଇଥିଲେ ଦୋଳମଣ୍ଡପ ସାହିର ଜହ୍ନିଖାଇ, ହରଚଣ୍ଡି ସାହିର ବାରବାଟୀ ଗୋଷାଣୀ, ଶୁନ୍ଯ ଗୋଷାଣି, ବେଲପ୍ରୀୟା ଠାକୁରାଣି, ଗେଲବାଇ, ନାଗା, ମହେଶ୍ୱର, ବୁଢାବୁଢି, ଚମ୍ପାଥି ଆଦି ପଚାଶରୁ ଉର୍ଦ୍ଧ୍ବ ଦେବାଦେବୀ। ଏହା ମଧ୍ୟରେ ହାଡିଆ ଭୁତ ସଦୃଶ ଏକ ମେଘକୁ ଦେଖି ବେଶ ଆନନ୍ଦିତ ହେଉଥିଲେ। ତେବେ ଏହି ଭୁତ ପରମ୍ପରା ଏବେ ଆସିଛି ପୂର୍ବରୁ ନଥିଲା। ଗହଳି ନିୟନ୍ତ୍ରଣ କରିବା ଲାଗି ପ୍ରାୟ ୧୦ପ୍ଲାଟୁନ ଫୋର୍ସ ମୁତୟନ ହୋଇଥୋଲେ। କେବଳ ଜଳବିସର୍ଜନ ସ୍ଥାନରେ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।
ବାଇଟ୍- ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ
(ଫାଭିଓ) ଶ୍ରୀମନ୍ଦିରରେ ବିଭିନ୍ନ ୟାନିଯାତ୍ରାର ଭିଡ ଭଳି ଗୋଷାଣିଯାତ୍ରା ଦେଖିବାକୁ ମଧ୍ୟ ହଜାର ହଜାର ଭକ୍ତଙ୍କ ଗହଳି ଦେଖିଯାଇଥିଲା। ତେବେ ଶାନ୍ତିସୃଙ୍ଖଳାର ସହ ଗୋଷାଣି ଯାତ୍ରା ଶେଷହୋଇଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADAnkush Dhobal
FollowOct 04, 2025 10:06:333
Report
BSBHUPENDAR SINGH SOLANKI
FollowOct 04, 2025 10:06:100
Report
PGPiyush Gaur
FollowOct 04, 2025 10:06:000
Report
SKSanjay Kumar Verma
FollowOct 04, 2025 10:05:510
Report
SKSanjay Kumar Verma
FollowOct 04, 2025 10:05:400
Report
NKNaveen Kumar Kashyap
FollowOct 04, 2025 10:05:160
Report
NKNaveen Kumar Kashyap
FollowOct 04, 2025 10:04:590
Report
MKMohammad Khan
FollowOct 04, 2025 10:04:030
Report
MKMohammad Khan
FollowOct 04, 2025 10:03:520
Report
NPNavratan Prajapat
FollowOct 04, 2025 10:03:450
Report
WJWalmik Joshi
FollowOct 04, 2025 10:03:280
Report
KCKULDEEP CHAUHAN
FollowOct 04, 2025 10:03:190
Report
AMAsheesh Maheshwari
FollowOct 04, 2025 10:03:010
Report
PPPraveen Pandey
FollowOct 04, 2025 10:02:290
Report
PGPiyush Gaur
FollowOct 04, 2025 10:02:200
Report