Back
Ganjam760002blurImage

Ganjam - ପତିସୁନାପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଏସପି ଓ ଉପଜିଲ୍ଲାପାଳଙ୍କୁ ଭେଟିଲେ ବ୍ରହ୍ମପୁର ବିଜେଡି ଦଳୀୟ ଟିମ୍

PREMANANDA PUJARI
May 16, 2025 13:14:29
Brahmapur, Odisha
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ପଞ୍ଚାୟତର ପାତିସୁନାପୁର ଗ୍ରାମରେ ଯାତ୍ରା ଆୟୋଜନକୁ ନେଇ ଅଶାନ୍ତ ପରିସ୍ଥିତି ଲାଗି ରହିଛି । ପୁଲିସ ଉପରକୁ ଆକ୍ରମଣ ଘଟଣାରେ ଗ୍ରାମର ୧୮ ମହିଳାଙ୍କ ସମେତ ମୋଟ ୨୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଭୟରେ ଗାଁ ଛାଡି ଶତାଧିକ ଲୋକେ ଫେରାର ଅଛନ୍ତି। ଏହି ଘଟଣାକୁ ନେଇ ବିଜେଡିର ଏକ ପ୍ରତିନିଧି ଦଳ ଗୁରୁବାର ଦିନ ବ୍ରହ୍ମପୁର ଏସପି ଓ ଉପଜିଲାପଳଙ୍କୁ ଭେଟି ଗ୍ରାମରେ ଶାନ୍ତି ଫେରାଇ ଆଣିବା ସହ ନିରପେକ୍ଷ ତଦନ୍ତ ଦାବି କରିଥିଲେ । ସେହିପରି ଗ୍ରାମରେ ପୁଲିସ ମୁତୟନ ସହ ଆଉଟ ପେଷ୍ଟ ସ୍ଥାପନ ପାଇଁ ଦାବି କରିଛି । ପୁଲିସ ଓ ପ୍ରଶାସନର ଭୁଲ ନିଷ୍ପଭିରୁ ଏହି ଘଟଣା ଘଟିଲା ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ବାଇଟ_୧_ଭୃଗୁବକ୍ସୀ ପାତ୍ର, ବିଜେଡି ସାଂସଦ ପ୍ରାର୍ଥୀ
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|