Back
खोरधा में पाँच पाइक प्रतिमा का लोकार्पण, प्रशासनिक उपेक्षा पर सवाल
SMSURYA MOHANTY
Dec 13, 2025 08:49:22
Khordha, Odisha
ଅବହେଳିତ ପଞ୍ଚପାଇକଙ୍କ ପ୍ରତିମୂର୍ତ୍ତି
ଖୋର୍ଦ୍ଧା:-(ସୂର୍ଯ୍ୟ ନାରାୟଣ ମହାନ୍ତି) ବ୍ରିଟ୍ରିଷ୍ଟ ଯୁଧ୍ଧ ସଂଗ୍ରାମ କରି ବଳିଦାନ ଦେଇଥିବା ପାଇକ ବୀରଙ୍କ ଅବଦାନ ଅବିସ୍ମରଣୀୟ। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରା, ପିଣ୍ଡିକି ବାହୁବଳେନ୍ଦ୍ର ଏବଂ କୃଷ୍ଶିବାସ ପାଟ୍ଟଶାଣୀଙ୍କ ସମେତ ବହୁ ପାଇକ ମାଟିର ସୁରକ୍ଷା ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ପାଇକବୀରଙ୍କ ସ୍ମୃତିକୁ ଉଜ୍ଜୀବିତ ଉଦ୍ଦେଶ୍ୟରେ ୧୯୯୯ ଡିସେମ୍ବର ୬ରେ ୧୬ନଂ. ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ପାର୍ଶ୍ଵରେ ସଂସ୍କାର ଭାରତୀ ଖୋର୍ଦ୍ଧା ଶାଖା ଆନୁକୂଲ୍ୟରେ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। କେବଳ ପଞ୍ଚ ପାଇକଙ୍କ ଜୟନ୍ତୀ, ଶ୍ରାଦ୍ଧ ଦିବସ, ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ସମୟରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସେଠାରେ ପାଳନ ହୋଇଥାଏ। ତେବେ ଜାତୀୟ ରାଜପଥ ସମ୍ପ୍ରସାରଣ ଲାଗି ରାଜପଥ ପାର୍ଶ୍ଵରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ପଞ୍ଚପାଇକଙ୍କ ପ୍ରତିମୂର୍ତ୍ତୁ ଗଡ଼ଖୋର୍ଦ୍ଧା ଛକ ନିକଟକୁ ସ୍ଥାନାନ୍ତର କରାଯାଇଛି। ତେବେ ସ୍ଥାନାନ୍ତର ପରେ ଉକ୍ତ ସ୍ଥାନର ସୌନ୍ଦର୍ଯ୍ୟକରଣ ହୋଇପାରିନାହିଁ । ପୂର୍ବ ପଞ୍ଚ ପାଇକ ପୀଠ ଖୋର୍ଦ୍ଧାଗଡ ଦୁର୍ଗ ସଦୃଶ ଏକ ଗଡ଼ ଉପରେ ବଉଳମାଳା ପଥରରେ ସ୍ଥାନିତ ହୋଇଥିବା ବେଳେ ଏବେ ମାର୍ବଲ ବିଛାଯାଇ ମୂର୍ତ୍ତିଗୁଡିକୁ ସ୍ଥାପନ କରାଯାଇଛି। ଫଳରେ ପଞ୍ଚ ପାଇକଙ୍କ ସହ ଗଡ଼ ଅସ୍ତିତ୍ୱ ହଜିଥିବା ବେଳେ ଆଲୋକୀକରଣ ବ୍ୟବସ୍ଥା ହୋଇନାହିଁ। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନର ଅବହେଳା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏଥିରେ ବାଧକ ସାଜିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କଳିଙ୍ଗ ପାଇକ ସଙ୍ଗଠନ ସମ୍ପାଦକ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ କହିଛନ୍ତି ପଞ୍ଚପାଇକଙ୍କ ପ୍ରତିମୂର୍ତ୍ତି ଖୋଲାଆକାଶ ତଳେ ରହିଛି । ଯାହାଙ୍କ ଲାଗି ଏ ଜାତି ପରିଚୟ, bର୍ତ୍ତମାନ ସେହିମାନଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ରହିଛି । ସେହିପରି ଗବେଷକ ସତ୍ୟବାଦୀ ବଳିୟାରସିଂ କହିଛନ୍ତି, ଏ ଦେଶ ପାଇଁ ପାଏକଙ୍କ ଅବଦାନ ଅତୁଳନୀୟ। ପାଇକଙ୍କ ସ୍ମୃତିରେ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ଲାଗି ୨୦୧୯ ଡିସେମ୍ବର ୮ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଳାନ୍ୟାସ କରିଥିଲେ। ଏହାର କାମ ମନ୍ଥର ଗତିରେ ଚାଲିଛି । ବରିଷ୍ଠ ସାମ୍ବାଦିକ ମନୋଜ ସାହୁ କୁହନ୍ତି, ପଞ୍ଚପାଇକ ଖୋର୍ଦ୍ଧାର ପଞ୍ଚ ରତ୍ନ। ପାଇକଙ୍କ ପ୍ରତି ଯଥୋଚିତ ସମ୍ମାନ ଦେବା ସହ ପଞ୍ଚ ପାଇକଙ୍କ ପୀଠର ସୌନ୍ଦର୍ଯ୍ୟକରଣ ଲାගି ସରକାରଙ୍କ ସମୀକ୍ଷାରେ ଦାବି କରିଛନ୍ତି । ପାଇକ ଫାଉଣ୍ଡେଶନ ଆବାହକ ସତ୍ୟ ନାରାୟଣ ବିଶୋଇ କୁହନ୍ତି, ପାଇକ ବୀରତ୍ବ, ଏ ଜାତିର ସ୍ବାଭିମାନର ପରିচୟ, ଯେଉଁ ଜାତିର ଅସ୍ତିତ୍ବ ବିଲୁପ୍ତ ହୋଇଯାଏ, ସେହି ଜାତି ଧୀରେ ଧୀରେ ଶିଥୁଳ, ଅନ୍ଧକାର ମଧ୍ୟରେ ହଜିଯାଏ। ତେଣୁ ଏଥିଲାଗି ସମସ୍ତଙ୍କ ଦାୟିତ୍ଵ ରହିଛି। ଅନ୍ୟପକ୍ଷରେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନର ଉତ୍ତର ହେଉଛି, ରାଜପଥ ସମ୍ପ୍ରସାରଣ ଲାଗି ପୂର୍ବରୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଲାଗି ନିଷ୍ପତ୍ତି ହୋଇଥିଲା। ପ୍ରତିମୂର୍ତ୍ତି ସ୍ଥାନାନ୍ତର କରାଯାଇଥିବା ସ୍ଥାନର ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ବ ଦିଆଯାଉଛି。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
VAVINEET AGARWAL
FollowDec 13, 2025 19:00:120
Report
NTNagendra Tripathi
FollowDec 13, 2025 18:45:530
Report
SBSharad Bhardwaj
FollowDec 13, 2025 18:45:310
Report
0
Report
104
Report
0
Report
RKRakesh Kumar Bhardwaj
FollowDec 13, 2025 18:30:180
Report
NJNEENA JAIN
FollowDec 13, 2025 18:17:270
Report
RKRakesh Kumar Bhardwaj
FollowDec 13, 2025 18:17:130
Report
HSHITESH SHARMA
FollowDec 13, 2025 18:16:530
Report
MVManish Vani
FollowDec 13, 2025 18:16:440
Report
RKRajesh Kumar Sharma
FollowDec 13, 2025 18:16:230
Report
MVManish Vani
FollowDec 13, 2025 18:15:510
Report