Back
केन्दुझर जिले को आदिवासी जनभागीदारी अभियान में सर्वश्रेष्ठ प्रदर्शन के लिए सम्मान मिला
AMABHAYA MOHANTY
Oct 18, 2025 08:08:31
Keonjhar, Odisha
ଧରତୀ ଆବା ଜନଭାଗୀଦାରୀ ଅଭିଯାନ ଅଧୀଣରେ କେନ୍ଦୁଝର ଶ୍ରେଷ୍ଠ ପ୍ରଦର୍ଶନକାରୀ জିଲ୍ଲା ଭାବରେ ସମ୍ମାన్ିତ
ଧରତୀ ଆବା ଜନଭାଗୀଦାରୀ ଅଭିଯ଼ାନ ଅଧୀଣରେ ଶ୍ରେଷ୍ଠ ପ୍ରଦର୍ଶନକାରୀ জିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଅନୁକରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କେନ୍ଦୁଝର ଜିଲ୍ଲାକୁ ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଆଜି ନୂଆଦିଲ୍ଲୀରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀଯୁକ୍ତ ବିଭୁ ନାୟାରଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦ ସହକାରେ ଏହି ସମ୍ମାନ ସମଗ୍ର କେନ୍ଦୁଝରବାସୀଙ୍କର ବୋଲି କହିଛନ୍ତୁ। ଏଥିସହ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମାନ ଆମର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକର ସାମୂହିକ ପ୍ରୟାସର ପ୍ରମାଣ ବୋଲି କହିଛନ୍ତି। ଆହୁରିମଧ୍ୟ ଶ୍ରୀ ସିଂହ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଓ ଯେଉଁମାନେ ଏହାର ସର୍ବାଧିକ ଆବଶ୍ୟକତା ରଖିଛନ୍ତି ସେମାନଙ୍କୁ କିପରି ଲାଭ ମିଳିବ ତାହା ଆମର ଲକ୍ଷ୍ୟ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଅନ୍ତର୍ଭୁକ୍ତିକରଣ ଶାସନର ଦୃଷ୍ଟିକୋଣ ସହିତ ସଂଯୁକ୍ତ ହୋଇ ଆଦିବାସୀ ଅଞ୍ଚଳରେ ସକ୍ରିୟ ସମାବେଶୀ ଅଂଶଗ୍ରହଣ ଏବଂ ବିକାଶର ସ୍ଥାୟୀ ମଡେଲଗୁଡ଼ିକୁ ପ୍ରୋତ୍ସାହିତ କରିବାରେ জିଲ୍ଲା ଉଲ୍ଲେଖନୀୟ ପ୍ରଗତି ଦେଖାଇଛି।
ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଭାରତ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ ଆରମ୍ଭ ହୋଇଥିବା ଧରତୀ ଆବା ଜନଭାଗୀଦାରୀ ଅଭିଯାନ, ଶାସନରେ ଜନଜାତି ସମ୍ପ୍ରଦାୟାର ଲୋକଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଏବଂ ଆଦିବାସୀ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ଏହି ପଦକ୍ଷେପ ଅଧୀନରେ, କେନ୍ଦୁଝର ଜିଲ୍ଲା ଏହାର ଲୋକାଭିମୁଖୀ ଯୋଜନା ପ୍ରଣୟନର ଆଭିମୁଖ୍ୟ, ଅଭିନବ ଯୋଜନା ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ କଲ୍ୟାଣକାରୀ ଯୋଜନାର ପ୍ରଭାଶାଳୀ କାର୍ଯ୍ୟାନ୍ୱୟନ କରିବାରେ ସ୍ୱତନ୍ତ୍ର ଛାପ ଛାଡ଼ି ପ୍ରଶଂସା ସାଉଁଟି ପାରିଛି। ଜାତୀୟ ସ୍ତରରେ ଏଭଳି ମାନ୍ୟତା ପାଇବା ଶିକ୍ଷା, ଜୀବିକା ବୃଦ୍ଧି, ମହିଳା ସଶକ୍ତିକରଣ ଏବଂ ଡିଜିଟାଲ୍ ଅନ୍ତର୍ଭୁକ୍ତି ମାଧ୍ୟମରେ ଆଦିବାସୀ ଅଞ୍ଚଳରେ ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାକୁ ଦର୍ଶାଉଛି । ସ୍ଥାନୀୟ ପ୍ରଶାସନ, ବିଭିନ୍ନ ବିଭାଗ ଏବଂ ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ଜିଲ୍ଲାର ସଫଳତା ସମ୍ଭବ ହୋଇପାରିଛି ଯେଉଁମାନେ ବିକାଶକୁ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଚାଲିଛନ୍ତି।
ଏହି ସଫଳତା କେବଳ କେନ୍ଦୁଝରକୁ ଜାତୀୟ ମାନ୍ୟତା ଆଣିନାହିଁ ବରଂ ଧରତୀ ଆବା ଜନଭାଗୀଦାରୀ ଅଭିଯାନ ଅଧୀଣରେ ପରିକଳ୍ପିତ ଅଂଶଗ୍ରහଣମୂଳକ ବିକାଶର ପଥ ଅନୁସରଣ କରିବା ପାଇଁ ଅନ୍ୟ ଜିଲ୍ଲାଗୁଡ଼ିକୁ ପ୍ରେରଣା ପ୍ରଦାନ କରୁଛି。
4
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
2
Report
KSKISHORE SHILLEDAR
FollowOct 18, 2025 16:17:310
Report
DGDeepak Goyal
FollowOct 18, 2025 16:17:190
Report
MPManish Purohit
FollowOct 18, 2025 16:17:040
Report
ASARUN SINGH
FollowOct 18, 2025 16:16:400
Report
0
Report
MPMahesh Pareek
FollowOct 18, 2025 16:15:380
Report
SBSharad Bhardwaj
FollowOct 18, 2025 16:15:200
Report
0
Report
Jamduwa, Uttar Pradesh:
सीतापुर नगरवासियों को धनतेरस और दिवाली की सहगल परिवार की तरफ से हार्दिक शुभकामनाएं एवं बधाई ।
1
Report
AAAteek Ahmed
FollowOct 18, 2025 16:06:320
Report
ATALOK TRIPATHI
FollowOct 18, 2025 16:06:150
Report
ASARUN SINGH
FollowOct 18, 2025 16:05:520
Report
NKNeeraj Kumar Gaur
FollowOct 18, 2025 16:05:350
Report