Back
Ganjam760002blurImage

Odisha News: ବାଇକରେ ଗଞ୍ଜେଇ ପାରସାଲ ବେଳେ ୨୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

PREMANANDA PUJARI
Jun 08, 2025 11:03:14
Brahmapur, Odisha
ବ୍ରହ୍ମପୁର : ବାଇକରେ ଗଞ୍ଜେଇ ପାରସାଲ ବେଳେ ୨୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ ହୋଇଛନ୍ତି। ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ଟିମ୍ ତାଲୁକା ଛକ ନିକଟରୁ ଏକ ବାଇକ୍ ଚାଳକଙ୍କ ଠାରୁ ୨୧ କେଜି ଗଞ୍ଜେଇକୁ ଜବତ କରିଛି। ବ୍ରହ୍ମପୁର ସହରକୁ ଏକ ବାଇକରେ ରିତିମତ ଗଞ୍ଜେଇ ଆସୁଥିବା ଖବର ପାଇଥିଲା ଅବକାରୀ ବିଭାଗ। ବିଭାଗୀୟ ଇନ୍ସପେକ୍ଟର ମନିଶା ଭୋଳଙ୍କ ଏକ ଟିମ୍ ତାଲୁକା ଛକରେ ଛକି ରହିଥିଲେ। ଉକ୍ତ ରାସ୍ତା ଦେଇ ଆସୁଥିବା ଏକ ବାଇକ୍‌କୁ ଅଟକାଇ ଯାଞ୍ଚ କରିବା ବେଳେ ବାଇକ୍ ପଛରେ ବସିଥିବା ଜଣେ ଯୁବକ ଚମ୍ପଟ ମାରିଥିଲେ। ଅବକାରୀ ଟିମ୍ ହାବୁଡ଼ରେ ଧରା ପଡ଼ିଥିବା ଗାଡ଼ି ଚାଳକ ଜଣଙ୍କ ଅଡ଼ବା ଥାନା ଅନ୍ତର୍ଗତ ଗୁମିଗୁଡ଼ା ଅସିୟ ମଣ୍ଡଳ(୪୧) ଅବକାରୀ ଟିମ୍ ତାଙ୍କ ନିକଟରୁ ୨୧ କେଜି ଗଞ୍ଜେଇ କୁ ଜବତ କରିଛି। ଉକ୍ତ ଗଞ୍ଜେଇ ଅଡ଼ବା ଅଞ୍ଚଳରୁ ଅଣାଯାଇଥିବା ବେଳେ ତାହା ବ୍ରହ୍ମପୁରରେ ଜଣେ ମାଫିଆ ନେଇ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତେ ବୋଲି ଗିରଫ ଯୁବକ ଜଣଙ୍କ ଜେରା ବେଳେ ଅବକାରୀ ଟିମ୍
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com