Back
Balasore756036blurImage

ବାଲେଶ୍ୱର: ଭେଲୋରା ଛକ ନିକଟରେ ଟ୍ରଲରକୁ ଧକ୍କା ଦେଲା ଟୁରିଷ୍ଟ ବସ, 1 ଗୁରୁତର, 9 ଆହତ

Dillip Kumar Das
Jun 07, 2025 05:12:42
Jaleswarpur, Odisha
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ସଡ଼କ ଦୁର୍ଘଟଣା. ରାସ୍ତା କଡରେ ଛିଡା ହୋଇଥିବା ଟ୍ରଲର କୁ ଧକ୍କା ଦେଲା ଟୁରିଷ୍ଟ ବସ, ଜଣେ ଗୁରୁତର, ନଅ ଜଣ ଆହତ. ସୂଚନା ଅନୁସାରେ ପଶ୍ଚିମବଙ୍ଗ ଚକଦା ଥାନା ଲଷ୍ମୀପୂର ଅଞ୍ଚଳ ରୁ ଓଡିଶାର ପୁରୀ ଅଭିମୁଖେ ଏକ ଟୁରିଷ୍ଟ ବସ 51 ଜଣ ଯାତ୍ରୀ ଙ୍କୁ ନେଇ ଆସୁଥିବା ବେଳେ,ଭୋର 4.30 ମିନିଟ ସମୟରେ ବାଲେଶ୍ୱର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥ ର ଭେଲୋରା ଛକ ନିକଟରେ ଛିଡା ହୋଇଥିବା ଏକ ଟ୍ରଲର ଗାଡି କୁ ଧକ୍କା ଦେଇଥିଲା. ଘଟଣା ସ୍ଥଳ ରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ବସ ରେ ଥିବା ଦୁଇ ଜଣ ଡ୍ରାଇଭର ଫେରାର ହୋଇଯାଇଥିଲେ. ତେବେ ସ୍ଥାନିୟ ଲୋକ, ରାଜପଥ କତୃପକ୍ଷ, ପୋଲିସ ଙ୍କ ଉଦ୍ୟମ କ୍ରମେ ଆହତ ଦଶ ଜଣ ଙ୍କୁ ବସ୍ତା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା.
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com