
Odisha News: RG ଗ୍ୟାଙ୍ଗ ଗିରଫ
Odisha News-ବାଲେଶ୍ୱରରେ ନୂତନ ସରକାରୀ ବସ ଷ୍ଟାଣ୍ଡ: ଆପଣଙ୍କ ପରିବହନରେ ଏହା କିପରି ସହାୟକ
ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଧିବାସୀଙ୍କ ପରିବହନ କ୍ଷେତ୍ରରେ ସୁବିଧା ପାଇଁ ରାଜ୍ୟ ସରକାର ଆଜି ମାଥାନୀ ନିକଟରେ ଏକ ସରକାରୀ ବସ ଷ୍ଟାଣ୍ଡ ନିର୍ମାଣ କରିଥିଲେ ! ଆଜି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହାକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ !
Odisha News- ବାଲେଶ୍ୱରର ହୋଟେଲରେ ଗିରଫ: ଗଞ୍ଜାମର ରୂପଜୀବୀ ଚାରା ଚକ୍ର
ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ସୁଦୂର ପ୍ରସାରି ସମୁଦ୍ର କୂଳରେ ଥିବା ପର୍ଯ୍ୟଟନ ହବ ଗୁଡିକ ଏବେ ବଙ୍ଗୀୟ ରୂପଜୀବୀଙ୍କ ଅଡ୍ଡାସ୍ଥଳ ପାଲଟିଛି ! ନିକଟରେ ବାଲେଶ୍ୱର ଜିଲ୍ଲା ପଶ୍ଚିମବଙ୍ଗ ସୀମାନ୍ତ ଭୋଗରାଇ ବ୍ଲକକର ତାଳସାରୀ ବେଳାଭୂମିର ଏକ ହୋଟେଲରୁ ଗିରଫ ହୋଇଛନ୍ତି 10 ଦେହଜିବୀଙ୍କ ସହିତ 3ଗ୍ରାହକ, 4ଦଲାଲ ଓ ହୋଟେଲର ମ୍ୟାନେଜର ! ପୂର୍ବରୁ ଏବାବଦରେ ସ୍ଥାନୀୟ ଲୋକେ ଅଭିଯୋଗ କରିଲେ ! ବାଲେଶ୍ୱର ଏସପିଙ୍କ ନିର୍ଦେଶରେ ସ୍ଥାନୀୟ ତାଳଶାରୀ ସାମୁଦ୍ରିକ ଥାନା ପୁଲିସ ଗତ ରାତିରେ ମିନତୀ ନାମକ ଏକ ହୋଟେଲରେ ରାତି ଅଧିଆ ଚଢ଼ାଉ ପରେ ଏମାନେ ଧରାପଡ଼ିଥିବା ବେଳେ ହୋଟେଲ ମାଲିକ ପଶ୍ଚିମବଙ୍ଗ ନିବାସୀ ବାସୁଦେବ ପାଳ ଫେରାର ହୋଇଯାଇଥିବା ସୂଚନା ମିଳିଛି ! ତେବେ ଗିରଫ ରୂପଜୀବୀ ମାନେ ପଶ୍ଚିମବଙ୍ଗ ରାଜ୍ୟର ଆଧାର କାର୍ଡ ଓ ପରିଚୟପତ୍ର ବ୍ୟବହାର କରୁଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶୀ, ରୋହିଙ୍ଗିଆ ଓ ନେପାଳୀ ବୋଲି ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି !