Back
Rayagada765001blurImage

Odisa News- ପରିବେଶ ଦିବସରେ ପୁଲିସ ଦ୍ୱାରା ମେଧା ପାଟେକରଙ୍କୁ ଗିରଫ

Tushar Ranjan Sahu
Jun 05, 2025 07:30:33
Rayagada, Odisha

ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ ଯାଉଥିବା ବେଳେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ରାୟଗଡା ରେଳ ଷ୍ଟେସନରେ ପୁଲିସ ଅଟକ ରଖିଛି। ଆଜି ମେଧା ପାଟେକର କାଶୀପୁର ବ୍ଲକର ସୁଙ୍ଗେର ହାଟପଦାରେ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ହେଲେ ସଭାସ୍ଥଳକୁ ଯିବା ପୂର୍ବରୁ ପୁଲିସ ତାଙ୍କୁ ଉଠାଇ ନେଇଛି। ରାୟଗଡା ପୁଲିସ ମେଧା ପାଟେକରଙ୍କୁ ଏକ ନିର୍ଜନ ସ୍ଥାନରେ ରଖି ସଭାକୁ ନଯିବା ପାଇଁ ବୁଝାସୁଝା କରୁଛି। କାଶୀପୁର ବ୍ଲକର ସିଜିମାଳି ଖଣି ଖନନକୁ ବିରୋଧ କରି ଅଞ୍ଚଳର ଲୋକେ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ପୂର୍ବରୁ ଅନେକ ଥର ଖଣି ଖନନକୁ ନେଇ ଅଞ୍ଚଳରେ ଅଶାନ୍ତକର ପରିବେଶ ସୃଷ୍ଟି ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଅନେକ ଆଦିବାସୀ ଆନ୍ଦୋଳନ କାରୀଙ୍କୁ ପୁଲିସ ଗିରଫ ମଧ୍ୟ କରିଛି।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com