Back
Balasore756036blurImage

Odisha News- ବାଲେଶ୍ୱରର ହୋଟେଲରେ ଗିରଫ: ଗଞ୍ଜାମର ରୂପଜୀବୀ ଚାରା ଚକ୍ର

Dillip Kumar Das
Jun 05, 2025 11:48:00
Sialia, Odisha

ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ସୁଦୂର ପ୍ରସାରି ସମୁଦ୍ର କୂଳରେ ଥିବା ପର୍ଯ୍ୟଟନ ହବ ଗୁଡିକ ଏବେ ବଙ୍ଗୀୟ ରୂପଜୀବୀଙ୍କ ଅଡ୍ଡାସ୍ଥଳ ପାଲଟିଛି ! ନିକଟରେ ବାଲେଶ୍ୱର ଜିଲ୍ଲା ପଶ୍ଚିମବଙ୍ଗ ସୀମାନ୍ତ ଭୋଗରାଇ ବ୍ଲକକର ତାଳସାରୀ ବେଳାଭୂମିର ଏକ ହୋଟେଲରୁ ଗିରଫ ହୋଇଛନ୍ତି 10 ଦେହଜିବୀଙ୍କ ସହିତ 3ଗ୍ରାହକ, 4ଦଲାଲ ଓ ହୋଟେଲର ମ୍ୟାନେଜର ! ପୂର୍ବରୁ ଏବାବଦରେ ସ୍ଥାନୀୟ ଲୋକେ ଅଭିଯୋଗ କରିଲେ ! ବାଲେଶ୍ୱର ଏସପିଙ୍କ ନିର୍ଦେଶରେ ସ୍ଥାନୀୟ ତାଳଶାରୀ ସାମୁଦ୍ରିକ ଥାନା ପୁଲିସ ଗତ ରାତିରେ ମିନତୀ ନାମକ ଏକ ହୋଟେଲରେ ରାତି ଅଧିଆ ଚଢ଼ାଉ ପରେ ଏମାନେ ଧରାପଡ଼ିଥିବା ବେଳେ ହୋଟେଲ ମାଲିକ ପଶ୍ଚିମବଙ୍ଗ ନିବାସୀ ବାସୁଦେବ ପାଳ ଫେରାର ହୋଇଯାଇଥିବା ସୂଚନା ମିଳିଛି ! ତେବେ ଗିରଫ ରୂପଜୀବୀ ମାନେ ପଶ୍ଚିମବଙ୍ଗ ରାଜ୍ୟର ଆଧାର କାର୍ଡ ଓ ପରିଚୟପତ୍ର ବ୍ୟବହାର କରୁଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶୀ, ରୋହିଙ୍ଗିଆ ଓ ନେପାଳୀ ବୋଲି ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି !

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com