Back

Odisha News: ଉଷାକୋଠି ଅଭୟାରଣ୍ୟ ବୁଲିଲେ, ମୁକ୍ତେଶ୍ଵର ଓ ଶଗେଡେଶ୍ବର ଶିବ ମନ୍ଦିରଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Kuchinda, Odisha:
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକ ବଡ଼ରମା ସ୍ଥିତ ଉଷାକୋଠି ଅଭୟାରଣ୍ୟ ପରିଦର୍ଶନ କରିବା ସହ ଏହାର ସୁରକ୍ଷା ଏବଂ ବିକାଶ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ବନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଶିତଲଶଷ୍ଠୀ ଅବସରରେ ମୁକ୍ତେଶ୍ଵର ମନ୍ଦିର ଓ ଶଗେଡେଶ୍ବର ମନ୍ଦିର ଯାଇ ସପରିବାର ପୂଜା ଅର୍ଚ୍ଚନା କରିଥିଲେ।ତାଙ୍କ ସାଙ୍ଗରେ ରାଜ୍ୟ କେବିନେଟ ମନ୍ତ୍ରୀ ରବିନାରାୟଣ ନାଏକ ସାମିଲ ହୋଇଥିଲେ।
0
Report
Sambalpur: କୁଚିଣ୍ଡା ତିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ମନ୍ତ୍ରୀ ରବିନାରାୟଣ ନାଏକ
Sambalpur, Odisha:
ଅପରେସନ ସିନ୍ଦୂର" ମାଧ୍ୟମରେ ଭାରତୀୟ ସେନା ଯେପରି ଅଦମ୍ୟ ପରାକ୍ରମ, ଧୈର୍ଯ୍ୟ ଓ ଶକ୍ତିର ପ୍ରଦର୍ଶନ କରିଛି, ତାହା ଆମ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ। ସେହି ବୀରଙ୍କୁ ସମ୍ମାନ ଜଣାଇବା ଉର୍ଦ୍ଦେଶ୍ୟରେ ଭାରତୀୟ ଏକତା ମଞ୍ଚ କୁଚିଣ୍ଡା ଆହ୍ୱାନ କ୍ରମେ ବିଭିନ୍ନ ସାମାଜିକ ସଂଗଠନ ଓ ସାଂସ୍କୃତିକ ସଂଗଠନ ମିଳିତ ଭାବରେ ଆଜି ଦିନ ସକାଳ ୮ଟା ସମୟରେ ରେ କୁଚିଣ୍ଡା ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରୁ ଏକ "ତ୍ରିରଙ୍ଗା ଯାତ୍ରା" ବାହାରି ସହର ପରିକ୍ରମା କରିଥିଲେ। *ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଗ୍ରାମ୍ଯ ଉନ୍ନୟନ , ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ ସାମିଲ ହୋଇଥିଲେ।
1
Report