Back
Sundargarh769012blurImage

Odisha News - ରାଉରକେଲା ପୋଲିସ୍ ଜିଲ୍ଲାରେ ଗଦା ଗଦା ଦେଶୀ ବନ୍ଧୁକ, ୫ ବନ୍ଧୁକ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ୬ଜଣ ଗିରଫ

Susanta Kumar Dash
Jun 02, 2025 08:26:03
Rourkela, Odisha
ରାଉରକେଲା ପୋଲିସ୍ ଜିଲ୍ଲାରେ ବୁଲୁଛି ଗଦା ଗଦା ଦେଶୀ ବନ୍ଧୁକ।ବିଭିନ୍ନ ଅପରାଧିକ ଘଟଣାରେ ସଂପୃକ୍ତ ଦେଶୀ ଓ ବିଦେଶୀ ବନ୍ଧୁକ ରାଜ୍ୟ ବାହାରୁ ଆସୁଥିବା ଦର୍ଶାଇ ହାତବାନ୍ଧି ବସୁଛି ପୋଲିସ। ଅନ୍ୟପଟେ ବନ୍ଧୁକ ଦେଖାଇ ଅପରାଧ କୁ ରୂପରେଖ ଦେଉଛନ୍ତି ଅପରାଧୀ। ତେବେ କିଛି କ୍ଷେତ୍ରରେ ଅପରାଧୀ ମାନଙ୍କୁ ଧରିବାରେ ପୋଲିସ ସଫଳ ହେଉଥିବା ବେଳେ ପୁଣି ଏକ ଡକାୟତି ଉଦ୍ୟମ ବେଳେ ୫ ବନ୍ଧୁକ,ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ୬ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ ଜିଲ୍ଲା ଅନ୍ତର୍ଗତ ବନ୍ଧମୁଣ୍ଡା ଥାନା ପୋଲିସ୍। ଯେଉଁ ମାନଙ୍କ ମଧ୍ୟରେ ୩୪ରୁ ଉର୍ଦ୍ଧ କେଶ୍ ଥିବା ଜଣେ ଭେଟରାନ କ୍ରିମିନାଲ୍ ତଥା ଡକାୟତି ଯୋଜନାର ମାଷ୍ଟର ମାଇଣ୍ଡ ବିଟୁ ତନ୍ତୀ ଥିବା ବେଳେ,ସେମାନଙ୍କ ନିକଟରୁ ୪ଟି ଦେଶୀ ପିଷ୍ଟଲ, ଗୋଟିଏ ଦେଶୀ ରିଭଲଭର , ୪ଟି ମାଗାଜିନ୍, ୧୫ ଟି ଗୁଳି, ଖଣ୍ଡା, ରଡ ,ମୋବାଇଲ୍ ଫୋନ୍ ଆଦି ଜବତ୍ କରାଯାଇଛି।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com