Back
नीदरलैंड में पश्चिमी ओड़िशा के प्रवासी ने न्यूआखाई भेंटघाट धमाकेदार मनाया
ANAJAY NATH
Sept 27, 2025 10:33:11
Sambalpur, Odisha
ନେଦରଲ୍ୟାଣ୍ଡ ରେ ବସ ବାସ କରୁ ଥିବା ପଶ୍ଚିମ ଓଡ଼ିଶାର ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା, ଅଲମେର ସହରରେ ଗତ ୨୦ ସେପ୍ଟେମ୍ବର “ଆମର ପରବ୍, ଆମର ଗରବ୍” – ନୂଆଖାଇ ଭେଟଘାଟର ୧୦ମ ବାର୍ଷିକୀ କାର୍ଯ୍ୟକ୍ରମ ଉତ୍ସାହ ଓ ଧୂମଧାମ ସହିତ ପାଳନ କରାଯାଇଥିଲା। ୱେଷ୍ଟର୍ନ ଓଡିଶା କମୁନିଟି ଇନ ନେଦରଲାଣ୍ଡସ “ମୁହୁରୀ” ଦ୍ୱାରା ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶା ପରିବାରର ସଦସ୍ୟ ମାନେ ଯୋଗଦେଇ, ବହୁ ଆଡ଼ମ୍ବରରେ ନୂଆଖାଇ ଭେଟଘାଟ ପାଳନ କରିଥିଲେ। କାର୍ଯ୍ୟକ୍ରମ ରେ ସ୍ବର୍ଗତ ପଦ୍ମଶ୍ରୀ ବିନୋଦ କୁମାର ପାସାୟତଙ୍କ ଆତ୍ମାର ଶାନ୍ତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମ ର ଆରମ୍ଭ ରେ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରି ନୂଆ ଅନ୍ନର ଭୋଗ ଲଗାଇବା ପରେ, ସମସ୍ତେ ମିଶି ନବାନ୍ନ ଭକ୍ଷଣ କରିଥିଲେ। ତା’ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମରେ ଭଜନ, ସମ୍ବଲପୁରୀ ଗୀତ ଓ ନୃତ୍ୟ, ଚିତ୍ରକଳା ପ୍ରଦର୍ଶନ, ସମ୍ବଲପୁରୀ ମେଡଲୀ, ବିଭିନ୍ନ ପ୍ରତିଯୋଗିତା, ଡିଜେ ଇତ୍ୟାଦି ସହିତ ମଞ୍ଚ ରଙ୍ଗାରଙ୍ଗ ହୋଇଥିଲା। ଏହା ସହିତ, ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ସୂଚନା ଥାଉ କି ୨୦୧୫ ମସିହାରୁ ନେଦରଲ୍ୟାଣ୍ଡରେ ନୂଆଖାଇ ଭେଟଘାଟ ପାଳନ ହୋଇଆସୁଛି। ଆସନ୍ତା ବର୍ଷରେ ଏହି ପର୍ବକୁ ଆହୁରି ବଡ଼ ପରିସରରେ, ଆହୁରି ଧୂମଧାମ ସହିତ ପାଳନ କରିବା ପାଇଁ ନିଷ୍ପତି ନିଯାଇଥିବା ବେଳେ ସମସ୍ତେ ବହୁତ ଉତ୍ସାହିତ ରହି ଛନ୍ତି।
Byte - ଦେବାଶିଷ,ନେଦରଲେଣ୍ଡ
Byte - ଆୟୋଜକ, ପଶ୍ଚିମ ଓଡିଶା ବାସିନ୍ଦା
Byte - ଆୟୋଜକ, ପଶ୍ଚିମ ଓଡିଶା ବାସିନ୍ଦା
Byte - ରାଜୁ,ନେଦରଲେଣ୍ଡ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
DBDURGESH BISEN
FollowSept 27, 2025 15:46:290
Report
PTPreeti Tanwar
FollowSept 27, 2025 15:46:180
Report
RKRupesh Kumar
FollowSept 27, 2025 15:46:100
Report
RRRakesh Ranjan
FollowSept 27, 2025 15:46:000
Report
ACAshish Chaturvedi
FollowSept 27, 2025 15:45:310
Report
AYAmit Yadav
FollowSept 27, 2025 15:45:180
Report
PTPreeti Tanwar
FollowSept 27, 2025 15:45:070
Report
0
Report
HDHARSH DWIVEDI
FollowSept 27, 2025 15:35:183
Report
JPJai Pal
FollowSept 27, 2025 15:35:050
Report
DDDHANANJAY DWIVEDI
FollowSept 27, 2025 15:34:080
Report
NMNitesh Mishra
FollowSept 27, 2025 15:33:550
Report
SVShweta Verma
FollowSept 27, 2025 15:33:350
Report

0
Report