Back
साथी चैरिटेबल ट्रस्ट का द्वितीय स्थापना दिवस: कैंसर मुक्त शहर की दिशा
ANAJAY NATH
Feb 07, 2026 08:47:16
Sambalpur, Odisha
ରବିବାର ଆଠ ତାରିଖ ରେ ସାଥି ଚେରେଟିବଲ ଟ୍ରଷ୍ଟ ର ଦ୍ୱିତୀୟ ପ୍ରତିଷ୍ଠା ଦିବସ |କେନ୍ସର ମୁକ୍ତ ସମାଜ ଗଠନ ପାଇଁ ସାଥି ଚେରେଟିବଲ ଟ୍ରଷ୍ଟ ର ପ୍ରୟାସ | ଆସନ୍ତା ଆଠ ତାରିଖରେ ସମାଜସେବୀ ସଂସ୍ଥା ସାଥୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏହାର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସାଥୀ ଚାରିଟେବୁଲ ଟ୍ରଷ୍ଟ କାର୍ଯ୍ୟକାରୀ ଅଧ୍ୟକ୍ଷ ସିଦ୍ଧାର୍ଥ ସାହା। ପ୍ରତିଷ୍ଠା ଉତ୍ସବ ସମାରୋହ ରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଅର୍ଥ ଓ ଉତ୍ତମ ଚିକିତ୍ସା ଅଭାବରୁ କେହି ଯେପରି କ୍ୟାନସର ରେ ମୃତ୍ୟୁ ବରଣ ନ কରନ୍ତୁ, ଅର୍ଥ ପାଇଁ କେହି ଯେପରି ଶିକ୍ଷାଦାନ ରୁ ବଞ୍ଚିତ ନ ହୁଅନ୍ତୁ ସେଥିପାଇଁ ସାଥୀ ଚାରିଟେବୁଲ ଟ୍ରଷ୍ଟ ତାର ସମାଜସେବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା हାସଲ କରିଥିବା କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ' ସାଥୀ ସମ୍ମାନ ' ରେ ସମ୍ମାନିତ କରାଯିବ ବୋଲି ଶ୍ରୀ ସାହା ସୂଚନା ଦେଇଥିଲେ। ପ୍ରତିଷ୍ଠା ସମାରୋହ ରେ କିଛି ବର୍ଷୀୟାନ କ୍ରୀଡାବିତ, ପ୍ରତିଷ୍ଠିତ ଶିକ୍ଷକ, ଡାକ୍ତର , ନର୍ସ, ମହାନଗନିଗମ କର୍ମଚାରୀ ଆଦିଙ୍କୁ 'ସାଥୀ' ସମ୍ମାନ ପ୍ରଦାନ କରାଯିବ। ମହାନଗନିଗମ ଅଞ୍ଚଳର କିଛି ବିଧବା ଓ ଅସହାୟ ମହିଳା ଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହେବା ଉଦ୍ଦେଶ୍ୟରୁ ଚଳିତ ବର୍ଷ ୫୦ ଟି ସିଲେଇ ମେସିନ୍, ୩୦ ଜଣ ଶାରିରୀକ ଅକ୍ଷମ ମାନଙ୍କୁ ହୁଇଲ୍ ଚେୟାର, ୱାକର, ୧୦ ଜଣ କ୍ୟାନସର ପୀଡ଼ିତ ଙ୍କୁ ନଗଦ ୧୦ hibାଜାର ଟଙ୍କାର ଆର୍ଥିକ ସହଯୋଗ ପ୍ରଦାನ କରାଯିବ।। ଏହା ବ୍ୟତୀତ ଏହି ଦ୍ବିତୀୟ ପ୍ରତିଷ୍ଠା ଦିବସ ରେ ଜିଲ୍ଲା ରେଡକ୍ରସ ର 'ପ୍ରତିଷ୍ଠାନ ସଭ୍ୟ ' ଗ୍ରହଣ କରି ରେଡକ୍ରସ ସହ ମିଶି ଅନେକ ସେବା କାର୍ଯ୍ୟ ଆଗକୁ ନେବୁ ବୋଲି ଶ୍ରୀ ସାହା କହିବା ସହ ଆଗାମୀ ୨୦୩୦ ସୁଦ୍ଧା ସମ୍ବଲପୁର ମହାନଗର ନିଗମ ଅଞ୍ଚଳ କିପରି ରାଜ୍ୟର ପ୍ରଥମ କ୍ୟାନସର ମୁକ୍ତ ଅଞ୍ଚଳ ହେବ ଓ ପୀଡ଼ିତ ମାନେ ଯେପରି ଉତ୍ତମ ଓ ଅତ୍ୟାଧୁନିକ ଚିକିତ୍ସା ପାଇବେ ସେ ଦିଗରେ ସାଥୀ ଚାରିଟେବୁଲ ଟ୍ରଷ୍ଟ ଗୁରୁତର ସହ କାର୍ଯ୍ୟ ଆରମ୍ଭ କରିବ ବୋଲି ପ୍ରକାଶ କରିଥିଲେ ।ଆସନ୍ତା ଏକ ବର୍ଷ ମଧ୍ୟରେ ପ୍ରାୟ ୧୦୦ ଜଣ ୧୫ ବର୍ଷ ରୁ úର୍ଦ୍ଧ୍ବ ଓ ୪୦ ବର୍ଷ ରୁ କମ୍ ମହିଳା ଙ୍କୁ ମାଗଣା କ୍ୟାନସର ଭ୍ୟାକସିନ ପ୍ରଦାନ କରାଯିବାର ବ୍ୟବସ୍ථା ଟ୍ରଷ୍ଟ ତରଫରୁ କରାଯାଇଛି । ସହରର ପ୍ରତିଷ୍ଠିତ ସମାଜସେବୀ ସଂସ୍ଥା ଗୁଡ଼ିକ ସହ ମିଶି ଟ୍ରଷ୍ଟ ତାର ପ୍ରତିଟି ସେବା କୁ ଘରେ ଘରେ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିବ ବୋଲି ଶ୍ରୀ ସାହା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି କ୍ରମରେ ଆସନ୍ତା କିଛି ଦିନ ମଧ୍ୟରେ ମହନଗର ନିଗମ ର ପ୍ରତିଟି ୱାର୍ଡ ରେ ସାଥୀ ସହଯୋଗ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ସାହା ସୁଚନା ଦେଇଛନ୍ତି। ସ୍ୱାସ୍ଥ୍ୟ o ଶିକ୍ଷା ସହାୟତା ବ୍ୟତୀତ ସାଥୀ ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ସମୟରେ କିଛି ଧାର୍ମିକ କାର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ବ ଦେଇଥିବା ଶ୍ରୀ ସାହା କହିଥିଲେ । ଗତ ବର୍ଷ ଟ୍ରଷ୍ଟ ପକ୍ଷାରୁ ୧୦୦ ଜଣ ବରିଷ୍ଠ ନାଗରିକ ମାନଙ୍କୁ କୁମ୍ଭ ସ୍ନାନ ପାଇଁ ପ୍ରୟାଗରାଜ ଓ ୧୦୦ ଜଣ ବୃଦ୍ଧା ଓ ଜରାଶ୍ରମ ଅନ୍ତେବାସୀ ଙ୍କୁ ଶ୍ରୀକ୍ଷେତ୍ର ପୁରୀ ନିଆଯାଇଥିଲା ବୋଲି ସୂଚନା ଦେଇଥିଲେ। ସମ୍ବଲପୁର ସହରର ଯୁବ ପିଢ଼ି କିପରି ନିଶା ଠାରୁ ଦୂରେଇ ରହି ନିଜ ପରିବାର ସହ ସୁଖ ଶାନ୍ତି ରେ ରହିପାରିବେ ସେ ଦିଗରେ ଆମେ ନିରନ୍ତର ପ୍ରୟାସ ମଧ୍ୟ ଜାରି ରଖିଥିବା श୍ରୀ ସାହା ସୂଚନା ଦେବା ସହ। ନିଶା ବ୍ୟବସାୟ ସହ ନିଶା ସେବନ ରୁ ଯୁବପିଢ଼ି କିପରି ଦୂରେଇ ରହିବେ ସେଥିପାଇଁ ଟ୍ରଷ୍ଟ ସଦସ୍ୟ ଙ୍କ ପ୍ରୟାସ ଜାରି ରହିଥିବା କହିଚନ୍ତି । ଆସନ୍ତା ୨୦୨୭ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ 'ସାଥୀ ଚାରିଟେବୁଲ ট୍ରଷ୍ଟ'ତାର ନିଜସ୍ଵ ବୃଦ୍ଧାଶ୍ରମ ଓ ବାଳାଶ୍ରମ ନିର୍ମାଣ ର ଯୋଜନା ରଖିଛି ବୋଲି ଶ୍ରୀ ସାହା ସୁଚନା ଦେବା ସହ ଆସନ୍ତା ତିନିମାସ ମଧ୍ୟରେ ୧୦୦ ଜଣିଆ ଏକ ବରିଷ୍ଠ ତୀର୍ଥଯାତ୍ରୀ ଦଳ ରାମ ଜନ୍ମ ଭୂମି ଅଯୋଧ୍ୟା ଓ ବାରଣାସୀ ଯିବେ ବୋଲି ସୂଚନା ଦେଇଥିଲେ । ଆଜି ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ସମରଜିତ ପଟ୍ଟନାୟକ, ସଭ୍ୟ ମଧୁସୂଦନ ମିତ୍ର, ମଣ୍ଟୁ ଦୁବେ, ଶିବ ପ୍ରଧାନ ପ୍ରମୁଖ ମଞ୍ଚାସିନ ରହିଥିଲେ。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KSKartar Singh Rajput
FollowFeb 07, 2026 09:46:110
Report
AAASHISH AMBADE
FollowFeb 07, 2026 09:45:580
Report
JKJitendra Kanwar
FollowFeb 07, 2026 09:45:150
Report
0
Report
0
Report
0
Report
ASANIMESH SINGH
FollowFeb 07, 2026 09:36:160
Report
DSDanvir Sahu
FollowFeb 07, 2026 09:35:530
Report
ADAnkush Dhobal
FollowFeb 07, 2026 09:35:410
Report
NJNEENA JAIN
FollowFeb 07, 2026 09:33:590
Report
ASARUN SINGH
FollowFeb 07, 2026 09:33:410
Report
AKAshok Kumar1
FollowFeb 07, 2026 09:33:25Noida, Uttar Pradesh:Senior AAP Leader and MLA Kuldeep Kumar Addressing an Important Press Conference
0
Report
HKHARI KISHOR SAH
FollowFeb 07, 2026 09:33:170
Report
RSRajendra sharma
FollowFeb 07, 2026 09:32:540
Report
KSKULWANT SINGH
FollowFeb 07, 2026 09:32:420
Report