Back
खोरधा में किसान नीति समिति की बैठक: 2025-26 के लिए बड़े कदम उठाने की तैयारी
SMSURYA MOHANTY
Dec 31, 2025 07:18:15
Khordha, Odisha
ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ
ଖୋର୍ଦ୍ଧା:- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲରେ ରବି ଫସଲ ୨୦୨୫-୨୬ ବର୍ଷ ନିମନ୍ତେ ଜିଲ୍ଲା ସ୍ତରୀୟ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରବି ନାରାୟଣ ସେନାପତି ଅଧ୍ୟକ୍ଷଙ୍କୁ ବିସ୍ତୃତ ଭାବେ ପାୱାର ପଏଣ୍ଟ ଉପକରଣରେ ତଥ୍ୟ ଉପସ୍ଥାପନ କରିଥିଲେ l ପରେ ଅଧ୍ୟକ୍ଷ କୃଷି, ଉଦ୍ୟାନ କୃଷି, ଜଳସେଚନ, ଉଠା ଜଳସେଚନ, ପ୍ରାଚୀ ଖଣ୍ଡ ଜଳସେଚନ , ମୂର୍ତ୍ତିକା ସଂରକ୍ଷଣ, ଜିଲ୍ଲାରେ ହୋଇଥିବା ବର୍ଷା ଅନୁପାତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ l ସେହିପରି ଅଧ୍ୟକ୍ଷ ଜିଲ୍ଲାରେ ଶିକ୍ଷା, ସୂଚନା ଓ ଯୋଗାଯୋଗ (ଆ ଇ ସି) କ୍ୟାମ୍ପ କରାଇ ମସଲା ଜାତୀୟ କୃଷି ବୃଦ୍ଧି କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଧରିତ୍ରୀ ମାତା ବચାଓ ଅଭିଯାନ, ବିପଣନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ମାର୍କଫେଡ୍ କାର୍ଯ୍ୟଧାରା, ଶ୍ରୀ ଅନ୍ନ ଅଭିଯାନ, କ୍ଲଷ୍ଟର ସ୍ତ୍ରୀୟ ମୁଗ, ବିରି ପ୍ରଦର୍ଶନ, କୃଷି ମେଳା ଓ ପ୍ରଦର୍ଶନୀ, କୃଷକ ପଞ୍ଜିକରଣ, ରବି ଋତୁରେ ଶସ୍ୟ ପ୍ରଦର୍ଶନୀ, କୃଷି ସୁରକ୍ଷା କାର୍ଯ୍ୟକ୍ରମ, ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କୃଷି ଋଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଅମୃତ ଅନ୍ନ ଅଭିଯାନ,ସମਨ୍ୟୁତ କୃଷି ପଦ୍ଧତି, ଛତୁ ଚାଷକୁ ରୋତ୍ସାହିତ କରିବା ଆଦି ବିଭିନ୍ନ ଯୋଜନା ରଣନୀତି ସମ୍ଵନ୍ଧରେ ଅଧ୍ୟକ୍ଷ ବିଭାଗୀୟ ସମୀକ୍ଷା କରିଥିଲେ l ସୂଚନା ପ୍ରକାରନ୍ତେ ଜିଲ୍ଲାରେ ଏପ୍ରିଲ ରୁ ଅକ୍ଟୋବର ୨୦୨୫ ରେ ବର୍ଷାର ପରିମାଣ ୧୩୦୮.୫ ମିଳି ମିଟର ଥିଲା l ଖରିଫ ୨୦୨୫ ଋତୁରେ ଧାନ,ମକା,ମାଣ୍ଡିଆ,ଡାଲି ଜାତୀୟ ଶସ୍ୟ, ପନିପରିବା,ମସଲା ଯୁକ୍ତ ଓ ଆଖୁ ଚାଷ ମୋଟ ୧୮୪୮୦ ମେଟ୍ରିକ୍ ଟନ୍ ଉତ୍ପାଦ ମିଳିଥିଲା l ସେହିପରି ରବି ଋତୁ ୨୦୨୫-୨୬ ବର୍ଷରେ ଧାନ,ମକା,ବାଜାରା,ଆଖୁ,ଡାଲି,ମସଲା,ପନିପରିବା ଆଦିକୁ ମିଶାଇ ମୋଟ ୨୧୦୦୦ ମେଟ୍ରିକ୍ ଟନ୍ ଉତ୍ପାଦ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି l ୨୦୨୫ବର୍ଷରେ ମାଟି ସ୍ୱାସ୍ଥ୍ୟ କାର୍ଡ ୮୮୪୫ ପ୍ରସ୍ତୁତ କରାଯାଇ ୬୩୭୩ ବଣ୍ଟନ କରାଯାଇଅଛି l ୨୦୨୫-୨୬ ରବି ଫସଲକୁ ସମ୍ପୂର୍ଣ୍ଣ ଭାବେ ଜିଲ୍ଲାରେ ସଫଳ କରିବା ଜନିତ ଚାଷୀ ମାନଙ୍କୁ ୪୧୩୦୦.୦୦ଲକ୍ଷ ଋଣ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟୀ କଲେକ୍ଟର, ଜରୁରୀ,ଶ୍ରୀତପା ମିଶ୍ର,ସମସ୍ତ ବ୍ଲକର କୃଷି ଅଧିକାରୀ, ଜଳସେଚନ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ୍ ଡିପାର୍ଟ ମେଣ୍ଟ ଯନ୍ତ୍ରୀ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ କମିଟିର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ l ସେହିପରି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଖୋର୍ଦ୍ଧା ଜିଲ୍ଲା ମରୁଡି ପରିଚାଳନା ଯୋଜନାକୁ ସମସ୍ତ ସଦସ୍ୟ ସଦସ୍ୟା ଙ୍କ ଅବଗତି ନିମନ୍ତେ ପ୍ରକାଶ କଲାପରେ ସମସ୍ତଙ୍କ ସମ୍ମତି ಅಧ୍ୟକ୍ଷ ଙ୍କ ପରାମର୍ଶ କ୍රମେ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ସ୍ଥିରୀକୃତ ହେଇଥିଲା l
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RKRakesh Kumar Bhardwaj
FollowDec 31, 2025 08:45:230
Report
DBDevender Bhardwaj
FollowDec 31, 2025 08:45:130
Report
बाराबंकी: घने कोहरे की वजह से गन्ने से लदी एक ट्राली से टकराई अर्टिगा कार मौके पर एक व्यक्ति की मौत।
0
Report
KCKhem Chand
FollowDec 31, 2025 08:40:160
Report
Ayodhya, Uttar Pradesh:केन्द्रीय रक्षा मंत्री राजनाथ सिंह अयोध्या पहुचें जहां उत्तर प्रदेश के मुख्यमंत्री योगी आदित्य नाथ ने उनका स्वागत अभिनंदन किया, इसके बाद हनुमानगढ़ी पहुचें जहां पर दर्शन-पूजन किया।
0
Report
HUHITESH UPADHYAY
FollowDec 31, 2025 08:39:260
Report
RVRaunak Vyas
FollowDec 31, 2025 08:38:230
Report
AOAjay Ojha
FollowDec 31, 2025 08:38:040
Report
KCKashiram Choudhary
FollowDec 31, 2025 08:37:320
Report
AJAvinash Jagnawat
FollowDec 31, 2025 08:37:210
Report
HUHITESH UPADHYAY
FollowDec 31, 2025 08:37:090
Report
ASAshok Singh Shekhawat
FollowDec 31, 2025 08:36:420
Report
ASABHISHEK SHARMA1
FollowDec 31, 2025 08:36:150
Report
AKAshwani Kumar
FollowDec 31, 2025 08:35:560
Report