Back
खोरधा जिले में दादन श्रमिक संकट: बेरोजगारी से प्रवासी मजदूर पलायन के लिए मजबूर
SMSURYA MOHANTY
Nov 12, 2025 08:16:54
Khordha, Odisha
ଜିଲ୍ଲାରେ କାମ ମିଳିବା ସାତ ସପନ : ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛି ଶ୍ରମିକ
ଖୋର୍ଦ୍ଧା:-ଦାରିଦ୍ର୍ୟ ସୀମାରେଖ ତଳେ ବସବାସ କରୁଥିବା ପରିବାର ଗୁଡ଼ିକୁ କାମଧନ୍ଦା ଯୋଗାଇ ଦେବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ମାତ୍ର ଅମଲାତାନ୍ତ୍ରିକ ମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯଥେଷ୍ଠ ପରିମାଣର କାମ ମିଳୁନଥିବାରୁ ପରିବାରର ସମସ୍ତେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି । ଫଳରେ ଖୋର୍ଦ୍ଧାରୋଡ଼, ନିରାକାରପୁର, ବାଲୁଗାଁ, କାଳୁପଡ଼ାଘାଟ, ଭୁଷୁଣ୍ଡପୁର ପ୍ରମ୍ମୁଖ ରେଳ ଷ୍ଟେସନମାନଙ୍କରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଦାନନ ଖଟିବା ପାଇଁ ରାଜ୍ୟ ବାହାରକୁ ଏପରିକି, ପାସପୋର୍ଟ ବାହାରକରି ଶ୍ରମିକ ଭାବେ କାମ କରିବା ପାଇଁ ଦେଶ ବାହାରକୁ ଯାଉଥିବା ଜଣାଯାଇଛି । ବିଶେଷ କରି କୋଭିଡ଼୍ ସମୟରେ ନିଜ ନିଜ ଗ୍ରାମକୁ ଫେରିଥିବା ଶ୍ରମିକମାନେ ପୁର୍ଣ rebut ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ଏହି ଦାଦନ ଶ୍ରମିକ ସମସ୍ୟା ଗତ କିଛି ବର୍ଷ ହେବ ମୁଣ୍ଡ ଟେକିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ କୌଣସି ଧ୍ୟାନ ଦିଆଯାଉ ନଥିଲା ଭଳି ମନେ ହେଉଛି । ପରିବାରର ଭରଣ ପୋଷଣ ପାଇଁ ଗାଁ, ଗଣ୍ଡା ଛାଡ଼ୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ମାଲିକମାନଙ୍କ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ, ଆଉ କେତେକ ଉପଯୁକ୍ତ ମଜୁରୀ ପାଉନାହାନ୍ତି । ଏପରିକି ମୃତ୍ୟୁ ହୋଇ ଯାଉଥିଲେ ମଧ୍ୟ ସେମାନଙ୍କ ଶବକୁ ଓଡ଼ିଶା ଫେରାଇ ଆଣିବାକୁ ଉକ୍ତ କମ୍ପାନୀ କିମ୍ବା ଠିକାଦାର କୌଣସି ବ୍ୟବସ୍ଥା କରୁନଥିବା କହିଛନ୍ତି ଦାଦନ ଶ୍ରମିକ । ଗତ ଦୁଇ ਤିନ ବର୍ଷ ମଧ୍ୟରେ ୪ରୁ୮ ଜଣ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କର କୌଣସି ଖୋଜ ଖବର ମଧ୍ୟ ନାହିଁ । ଏହା ସତ୍ୱେ ଦିନକୁ ଦିନ ଦାଦନ ଖଟିବାକୁ ଜିଲ୍ଲାର ବହୁ ଶ୍ରମିକଙ୍କର ସୁଅ ଛୁଟୁଛି । ଏକ ବେସରକାରୀ ପରିसଂଖ୍ୟାନ ଅନୁଯାୟୀ ୫୯% ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଅନେକ କୃଷକ ପରିବାରର ଅଟନ୍ତି । ଜିଲ୍ଲାରେ କୃଷିକୁ ଛାଡ଼ି ଶ୍ରମିକ ଭାବେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ ଲୋକ ଜୀବିକା ନିର୍ବାହ କରନ୍ତି । ସରକାରଙ୍କ ବିଭିନ୍ନ ଉନ୍ନୟନ କାମରେ ଏମାନଙ୍କୁ ସାମିଲ କରିବାର ନିୟମ ଥିଲା ବେଳେ, ଅନେକ ରାସ୍ତାଘାଟ ଓ ବନ୍ଧବାଡ଼ କାମରେ ମଣିଷ ବଦଳରେ ମେସିନ୍ ହିଁ କାମ କରୁଛି । ଫଳରେ ଶ୍ରମିକମାନେ କାମ ନପାଇ ସୁରାଟ, ଆନ୍ଦ୍ରପ୍ରଦେଶ, ଛତିଶଗଡ଼, କେରଳ, ବିହାର, କଳିକତା, ଶିମଲା ଆଦି ସ୍ଥାନମାନମାନୁ କାମଧନ୍ଦା ପାଇଁ ଜିଲ୍ଲାର ବାଣପୁର, ବାଲୁଗାଁ, ଜଙ୍କିଆ, ମଳିପଡ଼ା, କୁହୁଡ଼ି, ନିରାକାରପୁର, ଟାଙ୍ଗୀ, ବୋଲଗଡ଼, ବେଗୁନିଆ, ହଳଦିଆ ଆଦି ଅଚଂଳରୁ ହଜାର ହଜାର ଶ୍ରମିକ ଯାଉଛନ୍ତି । ସ୍ଥାନୀୟ ଅଚଂଳରେ ଥିବା ଠିକାଦାର ଓ ଖାତାଦାରମାନେ ବେଆଇନ ଭାବେ ଏହି ଶ୍ରମିକ ମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ବାହାରକୁ ନେଉଛନ୍ତି । କାମଧନ୍ଦା ନଥିବା ଓ ଅଧିକ ମଜୁରୀ ଲୋଭରେ ବହୁ ବ୍ୟକ୍ତି ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାରୁ ପ୍ରାୟ ୫ରୁ୧୦ହଜାର ବ୍ୟକୁତି ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଉଥିବା ଏକ ବେସରକାରୀ ସର୍ଭେରୁ ଜଣାପଡ଼ିଛି । ବାଲୁଗାଁ, ଜଟଣୀ, କାଳୁପଡ଼ାଘାଟ ଓ ନିରାକାରପୁର ରେଳଷ୍ଟେସନରୁ ଦୈନିକ ଶହ ଶହ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ବୁଦ୍ଧିଜୀବୀମାନେ ଅସଂତୋଷ ବ୍ୟକ୍ତ କରିଛନ୍ତି । ବିଶେଷ କରି ଶ୍ରମ ବିଭାଗର କାର୍ଯ୍ୟଶୈଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।
ସୂର୍ଯ୍ୟ ନାରାୟଣ ମହାନ୍ତି,ଖୋର୍ଦ୍ଧା
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SKSantosh Kumar
FollowMar 12, 2026 02:47:030
Report
AKAshok Kumar1
FollowMar 12, 2026 02:46:190
Report
PSPrabhanjan Singh
FollowMar 12, 2026 02:46:010
Report
YSYeswent Sinha
FollowMar 12, 2026 02:45:480
Report
RNRajesh Nilshad
FollowMar 12, 2026 02:45:350
Report
RNRajesh Nilshad
FollowMar 12, 2026 02:45:290
Report
76
Report
60
Report
ASAVNISH SINGH
FollowMar 12, 2026 02:32:530
Report
0
Report
ASAJEET SINGH
FollowMar 12, 2026 02:32:290
Report
115
Report
SKSantosh Kumar
FollowMar 12, 2026 02:32:14Noida, Uttar Pradesh:Balrampur (UP): UP CM Yogi Adityanath visits Pateshwari Devi Temple In Tulsipur
0
Report
RNRajesh Nilshad
FollowMar 12, 2026 02:32:010
Report
AZAmzad Zee
FollowMar 12, 2026 02:31:470
Report