Back
केन्दुझर में बाल विवाह रोकथाम के लिए बैठक: बच्चों की सुरक्षा के कदम तय
AMABHAYA MOHANTY
Dec 23, 2025 08:50:10
Keonjhar, Odisha
କେନ୍ଦୁଝରକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଳା ଗଠନ ପାଇଁ ରାଜ୍ୟ ଶିଶୁ ଅଧିକାର ଆୟୋଗଙ୍କ ଆହ୍ୱାନ
ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେଥିବା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଓ ସଦସ୍ୟା ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଦରବାର ହଲଠାରେ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆୟୋଗ ସଦସ୍ୟା ମନସ୍ମିତା ଖୁଣ୍ଟିଆ ଜିଲ୍ଲାରେ ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ବାସ୍ତବ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନିତିନ କୁଶଳକର ଓ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହିଥିଲେ। ଆୟୋଗର ପ୍ରତିନିଧି ଦଳ ଜିଲ୍ଲାସ୍ତରରେ ଶିଶୁ ସୁରକ୍ଷା, ପୋଷଣ ଏବଂ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବା ସହ ଏହାର ସୁପରିଚାଳନା ପାଇଁ ତୃଣମୂଳସ୍ତରଋ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ବୈଠକରେ Shishu Nijukti, କିଶୋର ନ୍ୟାୟ బୋର୍ଡ଼, ସ୍ୱତନ୍ତ୍ର ପୋଲିସ यूनିଟ୍, ଜିଲ୍ଲା ଶିଶୁ ସୁରକ୍ଷା यूनିଟ୍ ଏବଂ ଚାଇଲ୍ଡ ହେଲ୍ପ ଲାଇନ୍ର କର୍ମଚାରୀମାନେ ଯୋଗ ଦେଇଥିଲେ। ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜରୁରୀ ସେବା ଏବଂ କାର୍ଯ୍ୟକ୍ରମ ଉପରେ ଏଠାରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆୟୋଗର ସଦସ୍ୟା ଶ୍ରୀମତୀ ଖୁଣ୍ଟିଆ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଅଧିକ ବାଲ୍ୟ ବିବାହ ଘଟଣା ସାମନାକୁ ଆସୁଥିବାରୁ ଏନେଇ ସେମାନଙ୍କୁ ବ୍ୟାପକ ସଚେତନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଆରକ୍ଷୀ ଅଧିକ୍ଷକ ମହିଳାଙ୍କ ସୁରକ୍ଷା ନିମନ୍ତେ ଆରମ୍ଭ ହୋଇଥିବା ରାକ୍ଷୀ ଆପ ସମ୍ବନ୍ଧରେ ସୂଚନା ଦେଇଥିଲେ। ନିଜ ଗସ୍ତ ଅବସରରେ ଆୟୋଗ କେନ୍ଦୁଝର ଅଞ୍ଚଳରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକର କାର୍ୟଧାରାକୁ ପ୍ରତ୍ୟକ୍ଷ ଭାବରେ ଅନୁଧ୍ୟାନ କରିଥିଲେ। ଏହି କ୍ରମରେ ଢିପା ସାହି ସ୍ଥିତ ଅଙ्गନବାଡ଼ି କେନ୍ଦ୍ର ଗସ୍ତ କରି ସେଠାକାର ଆମ କଳିକା କେନ୍ଦ୍ରରେ ବାଲ୍ୟ ସଭାରେ ଯୋଗ ଦେଇଥିଲେ। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସଖୀ ସେଣ୍ଟର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେଥିବା ଶିଶୁ ୱାର୍ଡ ଓ ପାଟେଶ୍ଵର ମହାବିଦ୍ୟାଳୟ ଗସ୍ତ କରି ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିବ ସହ ଏହି ସବୁ ଅନୁଷ୍ଠାନର କାର୍ଯ୍ୟକାରିତା, ସେବା ପ୍ରଦାନର ମାନ ଓ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ। ଏଥିସହିତ ଭୁବନେଶ୍ୱରର ଏକ ଘରୋଇ ଅନୁଷ୍ଠାନରେ ମୃତ୍ୟୁବରଣ କରିଥିବା କେନ୍ଦୁଝର ଅଞ୍ଚଳର ଛାତ୍ର ଶିବ ମୁଣ୍ଡାଙ୍କ ଘରକୁ ଗସ୍ତ କରି ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
MKManoj Kumar Chaturvedi
FollowDec 23, 2025 10:34:080
Report
KLKANHAIYA LAL SHARMA
FollowDec 23, 2025 10:33:540
Report
0
Report
PKPradeep Kumar
FollowDec 23, 2025 10:33:090
Report
RSRandhir Singh
FollowDec 23, 2025 10:32:520
Report
ASAmit Singh
FollowDec 23, 2025 10:32:180
Report
DRDamodar Raigar
FollowDec 23, 2025 10:32:030
Report
KJKamran Jalili
FollowDec 23, 2025 10:31:310
Report
NPNishit Pancholi
FollowDec 23, 2025 10:31:160
Report
SKSANTOSH KUMAR
FollowDec 23, 2025 10:31:050
Report