Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Jagatsinghpur754142

ରାହାମା ବଜାରରେ ମହିଳାଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ସୁନାଚେନ୍ ଲୁଟି!

NBNARAYAN BEHERA
Jul 13, 2025 09:04:50
Paradeep, Odisha
Slug - Snatch Dt - 13/07/2025 Place - Jagatsinghpur Format - Avb Anchor - ମାରଣାସ୍ତ୍ର ଦେଖାଇ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟିନେଲେ ଦୁର୍ବୃତ୍ତ,ସିସିଟିଭି ରେ କଏଦ ହେଲା ଦୃଶ୍ୟ, ରାହାମା ବଜାରରେ ଘଟିଛି ଘଟଣା। ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ରାହାମା ରେ ସକ୍ରିୟ ହୋଇଛନ୍ତି ଲୁଟେରା । ରାହାମା ବଡ଼ ବଜାର ରେ ଥିବା ରୁନୁ ଜୁଏଲାରି ନିକଟରେ ମହିଳା ଜଣଙ୍କ ଏକ ସ୍କୁଟି ନିକଟରେ ଛିଡା ହୋଇ ଥିବା ବେଳେ ମହିଳା ଙ୍କୁ ଏକ କଟୁରୀ ଭଳି ଧାରୁଆ ଅସ୍ତ୍ର ଦେଖାଇ ମହିଳା ଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇ ଏକ କଳା ରଙ୍ଗର ପଲସର୍ ଗାଡି ରେ ଦୁଇ ଦୁର୍ବୁତ ଫେରାର ହୋଇ ଯାଇଛନ୍ତି।ସ୍ଥାନୀୟ ଲୋକେ ଦୁର୍ବୁତ ଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଘଟଣା ସ୍ଥଳରୁ ଦୁର୍ବୁତ ମାନେ ଫେରାର ହୋଇ ଯାଇଛନ୍ତି। ଗତକାଲି ପ୍ରାୟ ରାତି ୯ଟା୪୫ ମିନିଟ ରେ ଏଭଳି ଘଟଣା ଘଟିଥିବା ବେଳେ ବେକରୁ ସୁନାଚେନ୍ ଛଡାଇ ନେଉଥିବା ର ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି। ଜଣେ ମୁଣ୍ଡରେ ଟୋପି ପିନ୍ଧିଥିବା ବେଳେ ଅନ୍ୟ ଜଣଙ୍କ ମୁଣ୍ଡରେ କଳାରଙ୍ଗର ହେଲମେଟ୍ ପିନ୍ଧିଥିବା ଦୃଶ୍ୟ ଏବେ ଭାଇରାଲ୍ ହେଉଛି। ଘଟଣା କୁ ନେଇ ତିର୍ତୋଲ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ମହିଳା ଜଣଙ୍କ ରାହାମା ବଡବଜାର ରେ ଥିବା ରୁନୁ ସୁନା ଦୋକାନ ରୁ ସୁନା ଜିନିଷ କିଣି ସ୍କୁଟି ଗାଡି ନିକଟରେ ଛିଡା ହୋଇଥିବା ବେଳେ ଦୁର୍ବୁତ ମାନେ ଏଭଳି ଘଟଣା ଘଟାଇଥିବା ସିସିଟିଭି ରେ ଦୃଶ୍ୟ କଏଦ ହୋଇଛି। ତେବେ ପଙ୍କପାଳ ପଞ୍ଚାୟତ ବଣିକୁଦ ଗ୍ରାମର ଭାଗ୍ୟବତୀ ରାଉତ ଙ୍କୁ କଟୁରୀ ଦେଖାଇ ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ପାରାଦୀପ ରୁ ନାରାୟଣ ବେହେରା। (ଜୀ ମିଡିଆ )
4
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement
Back to top