
Brahmapur: ମୁନିଶିପେଣ୍ଠ ଗ୍ରାମରେ ଅନୁଷ୍ଠିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ରଶ୍ମି ରଞ୍ଜନ ପଟ୍ଟନାୟକ
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ବାଲିଗୁଡ଼ାର ଖ୍ୟାତନାମା ମାଙ୍କ ଠାକୁରାଣୀ ଯାତ୍ରା ଚୌଦ଼ ଦିନ ଧରି ଉତ୍ସବମୟ ପରିବେଶ ମଧ୍ୟରେ ଚାଲିଛି। ସମବାର ରାତି ୭ଟା ଠାରେ ନୁଆ ସାହି ବୁଡାଗୁଡା ରୋଡ଼ ଉପରେ ବିରାଟ ପଟୁଆ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମହାଉତ୍ସବରେ ହଜାରେ ଲୋକ ସାମିଲ ହୋଇ ମାଙ୍କ ଠାକୁରାଣୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରୁଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ, ପାଳା, ଦାନସମ୍ଭାର ଓ ବିଭିନ୍ନ ପାରମ୍ପରିକ ଅନୁଷ୍ଠାନ ଯାତ୍ରାକୁ ଆହୁରି ରଙ୍ଗିନ କରିଛି। ଏହି ବିରାଟ ପଟୁଆ ଯାତ୍ରା ଦେଖି ଲୋକମାନେ ବ୍ୟାପକ ଆନନ୍ଦ ଅନୁଭବ କରିଛନ୍ତି।
ଯାତ୍ରୀବାହୀ ବସ ସହ ବାଇକ ମୁହାଁ ମୁହିଁ ଧକ୍କା । ଜଣେ ମୃତ୍ୟୁ ,ଦୁଇ ଗୁରୁତର। ମୃତକ ହେଲେ ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ଼ ନିକଟସ୍ଥ କୁଲାପଥର ଗ୍ରାମର ସଞ୍ଜୟ ବଡ଼ ରଇତ । ଏକ ବାଇକ ଯୋଗେ ସଞ୍ଜୟ ଓ ତାଙ୍କର ଦୁଇ ସହଯୋଗୀ ବାହାଘର ଲାଗି ନିମନ୍ତ୍ରଣ ଦେବାକୁ ଯାଇ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଭିକ୍ରାନ୍ତ ନାମକ ଏକ ଘରୋଇ ବସ ଶୁଣ୍ଡରବା ଶବରପଲ୍ଲୀ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ସଞ୍ଜୟ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଦୁଇଜଣଙ୍କୁ ଆର.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟପର୍ଣ୍ଣା ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ଏମ କେ ସି ଜି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି।
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମାର୍ଲବା ଘାଟିରେ ଆଜି ସକାଳ 5:30 ରେ ଏକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଇସ୍ପାତ ନାମକ ଏକ ଘରୋଇ ବସଟି ଭୁବନେଶ୍ୱର ରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡର ଏକ ବିରାଟ ପଥରକୁ ବାଡେଇ ହୋଇ ଯାଇଛି । ଫଳରେ ବସରେ ବସିଥିବା ୨୪ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ ପାରଳାଖେମୁଣ୍ଡି ମେଡିକାଲ କୁ ପଠାଯାଇଛି। ଘଟଣା ସ୍ଥଳରେ ରାୟଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର କମାପଲ୍ଲୀ ଓଭର ବ୍ରିଜ ନିକଟରେ ଜୀବନ୍ତ ବୋମା ଠାବ ହୋଇଛି । ୩ ଗୋଟି ଅଫୁଟା ବୋମା କୁ ଉଦ୍ଧାର କରିଛି ବ୍ରହ୍ମପୁର ପୋଲିସ । ତାହା ସହିତ କିଛି ଖଣ୍ଡାକୁ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଦେଖି ବୈଦ୍ୟନାଥ ପୁର ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଏବଂ ବୋମା ନିଷ୍କରୀୟ କାରୀ ଟିମ୍ ସାହାଯ୍ୟରେ ବୋମା କୁ ନିଷ୍କ୍ରିୟ କରିଥିବା ଜଣାପଡିଛି । ଉକ୍ତ ଜାଗାରେ ବୋମା ଏବଂ ଖଣ୍ଡା ଦେଖି ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ । ତେବେ କିଏ ଏବଂ କାହିକି ଏହି ବୋମା ଏବଂ ଖଣ୍ଡା ରଖିଛି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।