Back
ब्रह्मपुुर नशा निवारण केंद्र के अमानवीय व्यवहार से 32 वर्षीय मिलन की मौत, परिवार ने आरोप लगाते हुए Justice माँगी
PPPREMANANDA PUJARI
Nov 22, 2025 13:46:31
Tehran, Tehran Province
ବ୍ରହ୍ମପୁର: ନିଶା ଛାଡ଼ିବାକୁ ଯିଏ ନିଶା ନିବାରଣ କେନ୍ଦ୍ରକୁ ଆଶ୍ରୟ କରे, ସେଠି ହିଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଭଳି ଘଟଣା ସାମ୍ନା କୁ ଆସିଛି । ବ୍ରହ୍ମପୁର ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଲପୁର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଅମାନବୀୟ ନିର୍ଯାତନା ଦ୍ୱାରା ମିଲନ ନାୟକ ନାମକ ଯୁବକଙ୍କ ମୃତ୍ୟୁ ଘଟିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର। ମୃତକ ଯୁବକ ଜଣକ ହେଲେ ବ୍ରହ୍ମପୁର ରାଧାକୃଷ୍ଣ ନଗର ହରିଜନ ସାହିର ନିବାସୀ ୩୨ ବର୍ଷୀୟ ମିଲନ ନାୟକ। ପରିବାର ଲୋକ ଙ୍କ ସୂଚନା ଅନୁଯାୟୀ, ମିଲନ ଅନବରତ ନିଶା ସେବନ କରିଆସୁଥିଲେ । ଏବଂ ନିଶା ମୁକ୍ତ ହେବା ପାଇଁ ପରିବାର ଲେ ଜଗଦଳବଳ ନିଶା ନିବାରଣ କେନ୍ଦ୍ରକୁ ଆଣି ରଖିଥିଲେ । କିନ୍ତୁ ସେଠାରେ ତାଙ୍କୁ ଚିକିତ୍ସା କରିବା ବଦଳରେ ନିଜେ ଅଶ୍ବିନୀ ପାତ୍ର ଓ ତାଙ୍କ ବ୍ୟବସ୍ଥାପନ କର୍ତ୍ତାମାନେ ଅମାନବୀୟ ଭାବରେ ବ୍ୟବହାର କରାଯାଇଥିବା ଗୁରୁତର ଅଭିଯୋଗ କରିଛନ୍ତି ପରିବାର। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ରରେ କାର୍ଯ୍ୟରତ ଅଶ୍ୱିନି କୁମାର ପାତ୍ର ମିଲନ ନାୟକଙ୍କୁ ଶିକୁଳିରେ ବାନ୍ଧି କଠୋର ଭାବେ ମାଡ଼ ମାରିଥିଲେ। ଯାହା ଫଳରେ ମିଲନ ଙ୍କ ପାଦରେ ଗୁରୁତର ଭାବେ ଦାଗ ରହିଛି । ଏହା ପରେ ମିଲନଙ୍କର ସାରୀରିକ ସ୍ଥିତି ଖରାପ ହୋଇଯାଇଥାଇଥିଲା । ସେଥିପରେ ଅସୁସ୍ଥତା ଦେଖି କେନ୍ଦ୍ର ପକ୍ଷରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ଏମକେସିଜି ରେ ଭର୍ତ୍ତି କରାଯାଇଥାଏ। ହସ୍ପିଟାଲକୁ ପହଞ୍ଚିବା ସମୟରୁ ମିଲନଙ୍କ ସ୍ଥିତି ନିସ୍ତେଜ ହୋଇପଡି ଥିଲା। ଚିକିତ୍ସକମାନେ ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ ମଧ୍ୟରେ ଏହି ଘଟଣା ନେଇ ତୀବ୍ର ଅସନ୍ତୋଷ ଓ ରୋଷ ଦେଖାଯାଇଛି। ମୃତକଙ୍କ ପରିବାର ନିମଖଣ୍ଡି ଥାନାକୁ ଲିଖିତ ଅଭିଯୋଗ ଦେଇ କହିଛନ୍ତ ନିଶା ନିବାରଣ କେନ୍ଦ୍ରର ମାଲିକ ଓ କର୍ମଚାରୀ ଅଶ୍ୱିନି ପାତ୍ରଙ୍କ ଉପରେ ଅପରାଧିକ ମାମଲା ରୁଜୁ ହେଉ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମିଲନଙ୍କ ମୃତ୍ୟୁ ସାଧାରଣ ଘଟଣା ନୁହେଁ, ଇଚ୍ଛାକୃତ ନିର୍ଯାତନାର ପରିଣାମ। ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ। ଏପରି ଅବୈଧ ଓ ଅନୁମୋଦନ ବିହୀନ କେନ୍ଦ୍ରଗୁଡ଼ିକୁ ବନ୍ଦ କରାଯାଉ। ସ୍ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଯାଇଛି।
109
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
PPPoonam Purohit
FollowNov 22, 2025 14:20:290
Report
0
Report
RKRaj Kishore
FollowNov 22, 2025 14:20:070
Report
RJRahul Joshi
FollowNov 22, 2025 14:19:520
Report
0
Report
NJNarendra Jaiswal
FollowNov 22, 2025 14:19:410
Report
NMNitesh Mishra
FollowNov 22, 2025 14:19:210
Report
BBBindu Bhushan
FollowNov 22, 2025 14:19:020
Report
ATALOK TRIPATHI
FollowNov 22, 2025 14:18:410
Report
DKDeepesh Kumar
FollowNov 22, 2025 14:17:540
Report
MKManitosh Kumar
FollowNov 22, 2025 14:17:220
Report
0
Report
NJNEENA JAIN
FollowNov 22, 2025 14:16:210
Report