Back
Paradip की सड़कें बरसात में खतरनाक, दुर्घटना का जोखिम बढ़ा
NBNARAYAN BEHERA
Sept 10, 2025 08:40:23
Paradeep, Odisha
Slug - Road Conditions
Dt - 10/09/2025
Place - Paradip
Format - Avb
Anchor - ମରଣଜନ୍ତା ପାଲଟିଛି ପାରାଦୀପ ଦୋଛକି ଠାରୁ ଅଠରବାଙ୍କୀ ରାସ୍ତା। ଆଗକୁ ଆସୁଛି ପାରାଦୀପ ପ୍ରସିଦ୍ଧ ବିଶ୍ବକର୍ମା ପୂଜା। ଏହି ରାସ୍ତା ଦେଇ ଯାତାୟାତ କରିବେ ଲକ୍ଷ ଲକ୍ଷ ଲୋକ। ଦୁର୍ଘଟଣା କୁ ଏଡାଇବା ପାଇଁ ଏହାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ରାସ୍ତା ମରାମତି ସହ ଆଲୋକୀକରଣ ପାଇଁ ଦାବୀ କରିଛନ୍ତି ଜନସାଧାରଣ। ଆଉ ମାତ୍ର କେତୋଟି ଦିନ ରହିଲା ପାରାଦୀପ ପ୍ରସିଦ୍ଧ ବିଶ୍ବକର୍ମା ପୂଜା। ସୁଉଚ୍ଚ ତ୍ବରଣ ସାଙ୍ଗକୁ ଝିଲମିଲ୍ ଆଲୋକ ରେ ଝଲସି ଉଠିବ ବନ୍ଦର ନଗରୀ ପାରାଦୀପ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଛୁଟିବ ଲୋକଙ୍କ ସୁଅ। କିନ୍ତୁ ଏବେ ମରଣାଜନ୍ତ ପାଲଟିଛି ପାରାଦୀପ ମୂଖ୍ୟ ପ୍ରବେଶ ପଥ ଦୋଛକି ରୁ ଅଠରବାଙ୍କୀ ରାସ୍ତା। ରାସ୍ତା ର ବିଭିନ୍ନ ସ୍ଥାନରେ ବଡବଡ ଖାଲଖମା ସହ ଜମି ରହୁଛି ବର୍ଷା ଜଳ। ଯାହା ଫଳରେ ଦୁର୍ଘଟଣା ଘଟି ଅକାରଣେ ଚାଲି ଯାଉଛି ଅନେକ ଜୀବନ। ଜିଲ୍ଲା ପ୍ରଶାସନ ଓ ବନ୍ଦର ପ୍ରଶାସନ ଏବଂ ଏନ୍ଏଚ୍ଆଇ ମିଳିତ ଉଦ୍ୟମ ରେ ଯଥାଶୀଘ୍ର ବିଶ୍ବକର୍ମା ପୂଜା ପୂର୍ବରୁ ରାସ୍ତା ମରାମତି ସହିତ ରାସ୍ତାର ଆଲୋକୀକରଣ କରାଗଲେ ଦୁର୍ଘଟଣା କିଛ ମାତ୍ରାରେ ରୋକା ଯାଇ ପାରିବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଗୋଟିଏ ପଟେ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଯାନବାହନ ଓ ଲୋକ ମାନଙ୍କ ର ଯାତାୟାତ ରାସ୍ତା ଏବେ ଖାଲଖମାରେ ପରିପୂର୍ଣ୍ଣ। ଅସରାଏ ବର୍ଷା ହେଲେ ଖାଲରେ ପାଣି ଜମି ରହୁଛି। ଫଳରେ ଗାଡି ନେଇ ଆସୁଥିବା ଅଜଣା ବ୍ୟକ୍ତି ଖାଲରେ ପଡି ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି। ଦିନର ଘଟଣା ଏହିଭଳି ହୋଇଥିବା ବେଳେ ରାତିର ଘଟଣା ନକହିବା ଭଲ। ଦୋଛକି ରୁ ଅଠରବାଙ୍କୀ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ଅଧିକାଂଶ ଜଳୁନାହିଁ। ଯାହା ଫଳରେ ପଥଚାରୀ ମାନେ ଅନ୍ଧାର ଖାଲରେ ପଡି ଦୁର୍ଘଟଣା ଗ୍ରସ୍ତ ହେବା ସହିତ ରାସ୍ତା ରେ ଶହଶହ ଭାରୀଜାନ ଯାତାୟାତ ରେ ଟିକିଏ ଅସାବଧାନତା ଯୋଗୁଁ କ୍ଷଣିକରେ ଚାଲି ଯାଉଛି ପଥଚାରୀ ଙ୍କ ଜୀବନ। ଅନ୍ୟପଟେ ଏହା ଦୀର୍ଘଦିନ ର ସମସ୍ୟା , ଜନସାଧାରଣ ଙ୍କ ସ୍ବାର୍ଥ ଦୃଷ୍ଟି ରୁ ରାସ୍ତା ସଂପ୍ରସାରଣ ନେଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ନିଶ୍ଚିତ ଭାବେ ଲୋକେ ଅସୁବିଧା ର ସମ୍ମୁଖୀନ ହେବେ, ଯେବେ ରାସ୍ତା ର ନିର୍ମାଣ କାର୍ଯ୍ୟ ଶେଷ ହେବ ଜନସାଧାରଣ ଓ ଭାରୀଜାନ ଯାତାୟତ ଅତି ସହଜରେ ଯାଆଆସ କରିବା ସହିତ ଦୁର୍ଘଟଣା ରୋକା ଯାଇପାରିବ। ତେଣୁ ଏହି ସମୟରେ ଜନସାଧାରଣ ଜଗିରଖି ଯାତାୟାତ କରିବା ପାଇଁ କହିଛନ୍ତି ପାରାଦୀପ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ରାସ୍ତା ର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବା କୁ ଆହୁରି ବର୍ଷେ ରୁ ଦୁଇବର୍ଷ ସମୟ ଲାଗିବ, ହେଲେ ପ୍ରସିଦ୍ଧ ବିଶ୍ବକର୍ମା ପୂଜା ରେ ଲକ୍ଷାଧିକ ଲୋକଙ୍କ ଯାତାୟାତ କୁ ଦୃଷ୍ଟିରେ ରଖି ଯୁଦ୍ଧ କାଳୀନ ଭିତିରେ ରାସ୍ତା ର ମରାମତି ସହ ଆଲୋକୀକରଣ ବ୍ୟବସ୍ଥା କରାଗଲେ ଲୋକେ ସୁଚାରୁ ରୂପେ ଯାତାୟାତ କରିପାରିବେ।
ବାଇଟ -୧
ବାଇଟ -୨
ବାଇଟ -୩
ବାଇଟ - ୪
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DVDinesh Vishwakarma
FollowSept 13, 2025 08:32:100
Report
PSParmeshwar Singh
FollowSept 13, 2025 08:31:540
Report
APAbhay Pathak
FollowSept 13, 2025 08:31:070
Report
0
Report
ANAJAY NATH
FollowSept 13, 2025 08:30:250
Report
ATAnuj Tomar
FollowSept 13, 2025 08:30:170
Report
AJAvinash Jagnawat
FollowSept 13, 2025 08:30:100
Report
0
Report
AAAsrar Ahmad
FollowSept 13, 2025 08:27:193
Report
ASAshok Singh Shekhawat
FollowSept 13, 2025 08:22:201
Report
LSLaxmi Sharma
FollowSept 13, 2025 08:22:070
Report
LSLaxmi Sharma
FollowSept 13, 2025 08:21:270
Report
VKVishwas Kumar
FollowSept 13, 2025 08:21:150
Report
LSLaxmi Sharma
FollowSept 13, 2025 08:20:590
Report
ASAshok Singh Shekhawat
FollowSept 13, 2025 08:20:490
Report