Back
धाड़ी दर्शन जल्द शुरू: मंदिर प्रशासन ने नई सुरक्षा व्यवस्था लागू कर दी
SMSanjay Mohapatra
Sept 09, 2025 15:02:49
Puri, Odisha
Dhadi Darshan start soon
() ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଗମ ଦର୍ଶନ ବ୍ୟବସ୍ଥା ତଥା ସୁରକ୍ଷାକୁ ନେଇ ଗତ ପରିଚାଳନା କମିଟି ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି। ପ୍ରଥମ ଥର ପାଇଁ ନୂତନ କରି ଶ୍ରୀମନ୍ଦିର ସୁରକ୍ଷା ସବ କମିଟି ଗଠିତ ହୋଇଥିବାବେଳେ ଆଗାମୀ ଦିନରେ ନାଟ ମଣ୍ଡପରେ ପରୀକ୍ଷା ମୂଳକ ଭାବେ ଧାଡି ଦର୍ଶନର ବ୍ୟବସ୍ଥା ଖୁବ ଶୀଘ୍ର କରାଯିବାକୁ ନିଷ୍ପତି ହୋଇଛି l ସେହିପରି ଦିବ୍ୟାଙ୍ଗ ମାନଙ୍କ ଦର୍ଶନ ସହ ନାଟମଣ୍ଡପରେ ବାତାନୁକୁଳିତ ବ୍ୟବସ୍ଥା କରିବା ପାଇଁଁ ନିଷ୍ପତ୍ତି ହୋଇଛି। ତେବେ ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସେବାୟତ ପ୍ରତିନିଧି ଜିଲ୍ଲାପାଳଙ୍କୁ ଭେଟି ଏସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି। ତେବେ ସେମାନେ ଏପର୍ଯ୍ୟନ୍ତ ଧାଡ଼ି ଦର୍ଶନ ପାଇଁ ପ୍ରସ୍ତୁତ ହୋଇଥିବା ରାମ୍ପ ଦେଖି ନାହାଁନ୍ତି କି ଜାଣି ନାହାଁନ୍ତି ବୋଲି କହିଛନ୍ତି ସେବାୟତ ପ୍ରତିନିଧି। ସେପଟେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରୀକ୍ଷା ମୂଳକ ଭାବେ ଲାଗୁ କରାଯିବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ସବୁବେଳେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।
(ଭିଓ୧) ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ଆଇନ ମନ୍ତ୍ରୀ। ସେହିଦିନ ଠାରୁ ଧାଡ଼ି ଦର୍ଶନକୁ ନେଇ ପ୍ରସାଶନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ନାଟ ମଣ୍ଡପ ରେ ଧାଡି ଦର୍ଶନ ବ୍ୟବସ୍ଥା ଖୁବ ଶୀଘ୍ର କରିବାକୁ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା l ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତ୍ରନ୍ତ୍ର କମିଟି ଗଠନ କରାଯାଇଥିବଳେ ସେବା ସମ୍ପୃକ୍ତ ସେବାୟତ ନିଯୋଗ ସହ ଆଲୋଚନା କରି ପରୀକ୍ଷା ମୂଳକ ଭାବେ ଏହି ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଲକ୍ଷ ରଖାଯାଇଛି l ସେହିପରି ନାଟ ମଣ୍ଡପରେ ବାତାନୁକୁଳିତ ବ୍ୟବସ୍ଥା କରାଯିବା ନେଇ ଏଏସଆଇ ପକ୍ଷରୁ ସବୁଜ ସଂକେତ ମିଳିଥିବାବେଳେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନରେ ସୁବ୍ୟବସ୍ଥା ନେଇ ଉତ୍ତର ଦ୍ୱାରରେ ନିର୍ମିତ ରାମ୍ପ ସମ୍ପର୍କରେ ଆଲୋଚନା ହୋଇଥିବବେଳେ ସ୍ୱତନ୍ତ୍ର sop ଗଠନ କରାଯାଇ ଦର୍ଶନ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯିବ। ତେବେ ଧାଡ଼ି ଦର୍ଶନ ଓ ସୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ପରିଚାଳନା କମିଟିର ସମସ୍ତ ସେବାୟତ ପ୍ରତିନିଧି ମାନେ ଜିଲ୍ଲାପାଳଙ୍କୁ ତାଙ୍କ ବାସଭବନରେ ସାକ୍ଷାତ ଆଲୋଚନା କରିଛନ୍ତି। ଧାଡ଼ି ଦର୍ଶନ ଶୃଙ୍ଖଳିତ କରିବାକୁ ହେଲେ ଆଗ ନିତି କାନ୍ତି ଶୃଙ୍ଖଳିତ ହେବା ଆବଶ୍ୟକ। ତେଣୁ ନିତିକାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱ ଦେବାକୁ ସେବାୟତ ପ୍ରତିନିଧି ମାନେ ଅନୁରୋଧ କରିଛନ୍ତି। ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ରାମ୍ପ ଏପର୍ଯ୍ୟନ୍ତ ଦେଖିନାହାନ୍ତି କି ଜାଣି ନାହାଁନ୍ତି ବୋଲି କହିଛନ୍ତି ପରିଚାଳନା କମିଟିର ସେବାୟତ ପ୍ରତିନିଧି।
ବାଇଟ୍- ଗଣେଶ ଦାସମହାପାତ୍ର, ପରିଚାଳନା କମିଟି ସଦସ୍ୟ
ବାଇଟ୍- ଜଗନ୍ନାଥ ପୂଜାପଣ୍ଡା, ପରିଚାଳନା କମିଟି ସଦସ୍ୟ
(ଭିଓ୨) ସେପଟେ ଧାଡ଼ି ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଧାଡ଼ି ଦର୍ଶନ ଆରମ୍ଭ କରି ବହୁଦିନର ସମସ୍ୟାକୁ ସୁଧାରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ତାହାକୁ ଫଳପ୍ରଦ କରିବା ପାଇଁ ନାଟମଣ୍ଡପରେ ହେବ ଧାଡ଼ି ଦର୍ଶନ। ସେଥିପାଇଁ ସ୍ୱତନ୍ତ୍ର ରାମ୍ପ ମଧ୍ୟ ପ୍ରସ୍ତୁତ କରାଯାଉଛି। ନାଟମଣ୍ଡପରୁ ହୁଣ୍ଡିକୁ ଖୁବଶୀଘ୍ର ସ୍ଥାନାନ୍ତରିତ କରାଯିବ। ଏଥିପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ଧାଡିଦର୍ଶନ ପାଇଁ ପ୍ରଭାବିତ ହେଉଥିବା ସେବାୟତ ନିଯୋଗ ସହ ଆଲୋଚନା କରାଯାଉଛି। କିଭଳି ଧାଡ଼ି ଦର୍ଶନ ଓ ଭିତରକାଠ ଦର୍ଶନ ଶୃଙ୍ଖଳିତ ଭାବେ ହୋଇପାରିବ ତାହା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଉଛି। ତେବେ ସେବାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା ହୋଇଛି। ପରୀକ୍ଷା ମୂଳକ ଭାବେ ଧାଡ଼ି ଦର୍ଶନ ଆରମ୍ଭ କରିବା ପାଇଁଁ ସମସ୍ତଙ୍କ ମତାମତ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।,,,
ବାଇଟ୍- ଦିବ୍ୟ ଜ୍ଯୋତି ପରିଡା, ଜିଲ୍ଲାପାଳ
(ଫାଭିଓ) ତେବେ ଧାଡି ଦର୍ଶନ ବ୍ୟବସ୍ଥା ଭକ୍ତଙ୍କ ପାଇଁ କେତେ ଫଳପ୍ରଦ ହେବ ସମୟ କହିବ।
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
AAAsrar Ahmad
FollowSept 13, 2025 08:27:192
Report
ASAshok Singh Shekhawat
FollowSept 13, 2025 08:22:200
Report
LSLaxmi Sharma
FollowSept 13, 2025 08:22:070
Report
LSLaxmi Sharma
FollowSept 13, 2025 08:21:270
Report
VKVishwas Kumar
FollowSept 13, 2025 08:21:150
Report
LSLaxmi Sharma
FollowSept 13, 2025 08:20:590
Report
ASAshok Singh Shekhawat
FollowSept 13, 2025 08:20:490
Report
AKAMAN KAPOOR
FollowSept 13, 2025 08:20:400
Report
AJAvinash Jagnawat
FollowSept 13, 2025 08:20:260
Report
LSLaxmi Sharma
FollowSept 13, 2025 08:20:110
Report
ACAshish Chaturvedi
FollowSept 13, 2025 08:19:590
Report
4
Report
ADAnup Das
FollowSept 13, 2025 08:19:391
Report