Back
संबलपुर DRDA बैठक: रामनवमी-हनुमान जयन्ती के लिए शांति समिति बनाम सुरक्षा तालमेल
ANAJAY NATH
Mar 23, 2026 15:18:28
Sambalpur, Odisha
ଆଜି ସମ୍ବଲପୁର DRDA ସମ୍ମିଳନୀ କକ୍ଷ ରେ ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି |ଚଳିତ ବର୍ଷ ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନିମନ୍ତେ ଶାନ୍ତିପୂର୍ଣ୍ଣ ଓ ସମନ୍ୱିତ ଉତ୍ସବ ନିଶ୍ଚିତ କରିବା ପାଇଁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଏକ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଯାଇଛି। ଏହି ବୈଠକ ରେ ହିମାଂଶୁ ଲାଲ ପୋଲିସ ଆଇ ଜି,ଉତ୍ତରାଞ୍ଚଳ ରଞ୍ଜ, ସମ୍ବଲପୁର, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ),ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ(ଭା.ପୋ.ସେ), ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ରେହାନ କ୍ଷତ୍ରି(ଭା.ପ୍ର.ସେ) ଙ୍କ ସମେତ ଶାନ୍ତି ଓ ସମନ୍ୱୟ କମିଟି ସଦସ୍ୟମାନେ, ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ, ଏବଂ ସମ୍ବଲପୁର ଅଞ୍ଚଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗତ ଏବଂ କମିଟି ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜିଲ୍ଲାରେ ଶ୍ରୀ ରାମନବମୀ ଓ ହନୁମାନ ଜୟନ୍ତୀ କିପରି ଶାନ୍ତି ଶ୍ରୁଙ୍ଖଳା ର ସହିତ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା। ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ଏବଂ ଶୋଭାଯାତ୍ରା ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ଶୋଭାଯାତ୍ରା ସମୟରେ ନିରବଛିନ୍ନ ବିଦ୍ୟୁତ ଯୋଗାଣପାଇଁ tpwodl କୁ କୁହାଯାଇଛି।ସେହିପରି ଡ୍ରୋନ ଓ ସିସିଟିଭି ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ପୁଙ୍ଖାନୁପୁଙ୍ଖ ଭାବେ ନିରୀକ୍ଷଣ କରାଯିବ।ସହରରେ ରାସ୍ତାରେ ଥିବା ଖାଲଖମା କୁ ମରାମତି ମଧ୍ୟ କରାଯିବାକୁ କୁହାଯାଇଛି। ହିମାଂଶୁ ଲାଲ ପୋଲିସ ଆଇଜି,ଉତ୍ତରାଞ୍ଚଳ ରଞ୍ଜ, ସମ୍ବଲପୁର ଗତବର୍ଷ ଠୁ ଚଳିତବର୍ଷ ଆହୁରି କିପରି ଆନନ୍ଦ ଉଲ୍ଲାସ ର ସହ ପାଳନ ହେବ ସେ ପାଇଁ ପ୍ରଚେଷ୍ଟା କରିବାକୁ ସମସ୍ତ କମିଟି ସଦସ୍ୟଙ୍କୁ କହିଥିଲେ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ) ଆନନ୍ଦ ଉଲ୍ଲାସ ତଥା ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ସଂପୃକ୍ତ ଅଧିକାରୀ ଙ୍କୁ ନିଜ ଦାୟୀତ୍ୱ ସଠିକ୍ ଭାବେ ପରିଚାଳନା କରିବାକୁ କହିଥିଲେ। ମୁଖ୍ୟତଃ ସେ, ପଦଯାତ୍ରା କିମ୍ବା ବାଇକ ରାଲି ସମୟରେ ସମ୍ବଲପୁର ର ଅଧିକ ଜନସମାଗମ ହେତୁ ପରିମଳ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରିବା ସହିତ ଗ୍ରୀଷ୍ମପ୍ରବାହ କୁ ଧ୍ୟାନରେ ରେ ରଖି ପର୍ଯ୍ୟାପ୍ତ ପରିମାଣ ର ପାନୀୟଜଳ ଏବଂ ଚିକିତ୍ସା ସୁବିଧାର ବ୍ୟବସ୍ଥା କରିବାକୁ କହିଥିଲେ। ଟ୍ରାଫିକ୍ ପରିଚାଳନା ଓ ଭିଡ଼ ନିୟନ୍ତ୍ରଣକୁ କଡ଼ାକଡ଼ି ଲାଗୂ କରିବା ପାଇଁ ପୁଲିସ ବିଭାଗ ସହ ସମନ୍ୱୟ ରକ୍ଷା କରାଯିବ ବୋଲି ସୂଚନା ଦିଆଯାଇଥିଲା । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ(ଭା.ପ୍ର.ସେ) ଶାନ୍ତି ଓ ଶୃଙ୍ଖଳା ର ସହ କରିବାକୁ ପୋଲିସ ବିଭାଗ ପକ୍ଷରୁ ସବୁ ପ୍ରକାର ସହଯୋଗ ଦିଆଯିବ ବୋଲି କୁହାଯାଇଛି । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଆନନ୍ଦ ଉଲ୍ଲାସ ର ସହ ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ଯାତ୍ରାକୁ ଆୟୋଜନ କରିବାକୁ ସମସ୍ତ କମିଟି ସଦସ୍ୟଙ୍କୁ କହିଥିଲେ。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DKDAVESH KUMAR
FollowMar 23, 2026 16:15:090
Report
ASAshutosh Sharma1
FollowMar 23, 2026 16:05:09478
Report
458
Report
JGJugal Gandhi
FollowMar 23, 2026 16:04:46564
Report
PSPramod Sharma
FollowMar 23, 2026 16:02:23503
Report
PKPankaj Kumar
FollowMar 23, 2026 16:02:02589
Report
KSKISHORE SHILLEDAR
FollowMar 23, 2026 16:01:32467
Report
544
Report
KHKHALID HUSSAIN
FollowMar 23, 2026 16:01:18572
Report
DKDeepesh Kumar
FollowMar 23, 2026 16:01:00519
Report
ASANIMESH SINGH
FollowMar 23, 2026 16:00:46572
Report
PCPranay Chakraborty
FollowMar 23, 2026 16:00:36572
Report
RKRakesh Kumar
FollowMar 23, 2026 16:00:24391
Report
469
Report
1016
Report