Back
बरुणेई के पर्यटन स्थल में उभरे नए आकर्षण, चिलिका के संग पहाड़ों की छटा
SMSURYA MOHANTY
Dec 14, 2025 07:33:38
Khordha, Odisha
ଜିଲ୍ଲାର ବିଭିନ ପର୍ଯ୍ୟଟନ ସ୍ଥଳୀରେ ଏବେ ଜମିଲାଣି ଭିଡ଼ ଖୋର୍ଦ୍ଧା:- (ସୂର୍ୟ ନାରାୟଣ ମହାନ୍ତି) ଖୋର୍ଦ୍ଧା ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ପ୍ରାକୃତିକ ସବୁଜ ବନାନୀ ପରିବେଶ ମଧ୍ୟରେ ରହିଛି ବରୁଣେଇ। ଏହାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ବର୍ଷସାରା ଏଠାରେ ପର୍ଯ୍ୟଟକମାନେ ଭିଡ଼ ଲାଗିରହୁଥିଲେ ମଧ୍ୟ ଡିସେମ୍ବର, ଜାନୁଆରୀରେ ବଣଭୋଜି ଆୟୋଜନ ହୋଇଥାଏ। ପର୍ଯ୍ୟଟକମାନେ ଏଠାରେ ମା' ବରୁଣେଇ ଏବଂ କରୁଣେଇଙ୍କ ଦର୍ଶନ ସହ ବଣଭୋଜି କରିଥାନ୍ତି। ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ବରୁଣେଇ ପାହାଡ଼ର ବିଶେଷ ଆକର୍ଷଣ ରହିଛି। ପାହାଡ଼ ଶୀର୍ଷରେ ରହିଥିବା ଐତିହ୍ୟ କୀର୍ତିରାଜି ଦର୍ଶନ ଏବଂ ସବୁଜମୟ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ପାହାଡ଼ର ନାଭିଦେଶରୁ ପ୍ରବାହିତ ଝରଣା, ପାଇକ ବିଦ୍ରୋହର ମୂକସାକ୍ଷୀ ହେଉଛି ବରୁଣେଇ ପାହାଡ଼। ଏହାର ନିକଟରେ ରହିଛି ଐତିହ୍ୟ ଗଡ଼ଖୋର୍ଦ୍ଧା। ଏଥିସହ ନିକଟରେ ସ୍ମାର୍ଟ ପାர୍କ ରହିଛି। ବରୁଣେଇ ପୌର ପ୍ରଶାସନ ପକ୍ଷରୁ ପିଲାଙ୍କ ଲାଗି ଏକ ଶିଶୁ ଉଦ୍ୟାନ ବ୍ୟବସ୍ଥା ରହିଛି। ଏହି ପର୍ଯ୍ୟଟନସ୍ଥଳର ବିକାଶ ହେଲେ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି I ସେହିପରି ଗଡ଼ମାଣିତ୍ରୀ ଏବଂ ମା’ ଉଗ୍ରତାରାଙ୍ଙ୍କ ପୀଠରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି । ଉଭୟ ପୀଠର ମା'ଙ୍କ ମହିମା ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ। ସେହିପରି ଅଟ୍ରି ଉଷ୍ଣ ପ୍ରସ୍ରବଣରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ଉଷ୍ଣ ପ୍ରସ୍ରବଣରେ କୁଣ୍ଡ (କୁଆକୁଣ୍ଡ)ରେ ଗରମ ଜଳର ଉବୁକା ଦର୍ଶନ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଶ୍ରଦ୍ଧାଳୁମାନେ କୁଣ୍ଡରେ ମୁଦ୍ରା, ଚାଉଳ, ପୁଷ୍ପ, ଚନ୍ଦନ ଦୂବ, ତୁଳସୀ, ବରକୋଳି ପତ୍ର ଆଦି ନିକ୍ଷେପ କରିଥାନ୍ତି। ଏହାର ଜଳ ପ୍ରଭୁ ହଟ୍ଟକେଶ୍ବରଙ୍କୁ ସମର୍ପିତ କରାଯାଯାଏ। ଉଷ୍ଣଜଳରେ ସ୍ନାନକଲେ ଚର୍ମରୋଗ ଆରୋଗ୍ୟ ହୋଇଥାଏ ବୋଲି କୁହାଯାଏ। ଉଷ୍ଣ ପ୍ରସ୍ରବଣରେ ସ୍ନାନସାରି ଏକାଦଶ ରୁଦ୍ର ହଟ୍ଟକେଶ୍ଵରଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ଅନ୍ୟପଟେ ନୀଳାମ୍ବୁ ଚିଲିକାଗୁଡ଼ିକୁ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ହେଲାଣି। ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାର ପ୍ରାକୃତିକ ସୌନ୍ଦର୍ୟକୁ ଦ୍ବିଗୁଣିତ କରିଛି। ଏଥିସହ ପର୍ଯ୍ୟଟକମାନେ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ କାଳିଜାଇ ପୀଠରେ ମା' କାଳିଜାଇଙ୍କ ଦର୍ଶନ କରିଥାନ୍ତି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
निर्माणाधीन मकान में सो रहे युवक का कटा मिला पैर का पंजा, दो अज्ञात पर हत्या के प्रयास का केस दर्ज प
1
Report
0
Report
0
Report
0
Report
0
Report
0
Report
1
Report
0
Report
0
Report
0
Report
0
Report
0
Report
0
Report