Back
पारादीप बंदरगाह पर बरगाकर जाल के उपयोग से मछलियों की सुरक्षा पर जागरूकता अभियान
NBNARAYAN BEHERA
Mar 12, 2026 16:03:22
Paradeep, Odisha
ସମୁଦ୍ରରେ ମାଛ ଧରିବା ପାଇଁ ଫାସ ଜାଲ ବଦଳରେ ବର୍ଗାକାର ଜାଲ ବ୍ୟବହାର କରାଯାଉଛି। ଏହାଦ୍ବାରା ମାଛ ଯାଆଁଳ ସୁରକ୍ଷିତ ରହିପାରିବେ। ଏହି ଜାଲକୁ ବ୍ୟବହାର କରିବା ପାଇଁ ପାରାଦୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦର ପରିସରରେ ଏମ୍.ପି.ଇ.ଡି.ଏ ଓ ପାରାଦୀପ ବନ୍ଦର ପ୍ରାଧିକରଣ ମିଳିତ ସହଯୋଗ ରେ ଏକ କର୍ମଶାଳା ରେ मत्स୍ୟଜୀବୀ ମାନଙ୍କୁ ସଚେତନ କରାଯାଇଛି। ବର୍ଗାକାର ଜାଲ ବ୍ୟବହାର କଲେ ମାଛ ଯାଆଁଳ ସୁରକ୍ଷିତ ରହିବ। ଏନେଇ ବର୍ଗୀକୃତ ଜାଲର ଉପାଦେୟତା ସମ୍ପର୍କରେ मत्स୍ୟଜୀବୀ ମାନଙ୍କୁ ସଚେତନ କରାଯାଉଛି। ଯାଆଁଳ ସୁରକ୍ଷିତ ରହିଲେ ମତ୍ସ୍ୟଜୀବୀ ପାଇଁ ଉପାଦେୟ ହେବ । ତେଣୁ ସମସ୍ତ ମତ୍ସ୍ୟଜୀବୀ ମାନଙ୍କୁ ବର୍ଗାକାର ଜାଲ ବ୍ୟବହାର କରିବା ପାଇଁ ମତ୍ସ୍ୟ ଅଧିକାରୀ ଙ୍କ ସମେତ ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ପାରାଦୀପ ତରଫରୁ ପାରାଦୀପ ର ସମସ୍ତ ବୋଟ୍ ଓ ଟ୍ରଲର ମାଲିକ ସମେତ ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଏପରିକି ପାରାଦୀପ ବନ୍ଦର ତରଫରୁ ସିଏସ୍ଆର୍ ମାଧ୍ୟମରେ ଟ୍ରଲର ମାଲିକ ମାନଙ୍କୁ ବର୍ଗାକାର ଜାଲ ବ୍ୟବହାର ପାଇଁ ୨ଶହ ଟ୍ରଲର ମାଲିକଙ୍କୁ ବର୍ଗୀକୃତ ଜାଲ ପ୍ରଦାନ କରାଯାଇଛି। ଫାସି ଜାଲ ରେ ସମୁଦ୍ରରେ ମାଛ ଉତ୍ତୋଳନ କଲେ ସମୁଦ୍ରର ତଳ ଭାଗରେ ଥିବା ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ମାଛ ପାଇଁ ପ୍ରଯ୍ୟାପ୍ତ ପରିମାଣରେ ମିଳିଥାଏ। ହେଲେ ଏହାଦ୍ବାରା ସମୁଦ୍ରରେ ତଳେଥିବା ବେନ୍ଥିକ ଖାଦ୍ୟ Shୃଙ୍ଖଳା କୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ମୃତ୍ତିକା ସ୍ତାୟୀତ୍ବ କମାଇଥାଏ। ଯାହାକି ଏକ ରିପୋର୍ଟ ରୁ ଯଣାଯାଏ ଯେ ଏହା ଯାଆଁଳ ଓ ଛୋଟ ମାଛକୁ ନଷ୍ଟ କରିଥାଏ। ଫାସି ଜାଲ ର ଫାଶ ପାଣିର ପ୍ରବାହ କୁ ରୋକିବା ସଙ୍ଗେ ସଙ୍ଗେ ଛୋଟଛୋଟ ମାଛ ବାହାରିବା ପାଇଁ କମ୍ ଜାଗା ପାଇଥାଏ। ସୁତରାଂ ଟ୍ରଲର ଜାଲ ଫାସର ପାଣି ଭଲ ଭାବରେ ଛାଣିବା ପାଇଁ ଜାଲ ଟଣା ହେଲାବେଳେ ଫାସର ମୁହଁ ଖୋଲା ରହିବା आବଶ୍ୟକ ରହିଛି। ଯାହା ଦ୍ବାରା କି ମତ୍ସ୍ୟ ଯାଆଁଳ ଗୁଡିକ ଜଳ ପ୍ରବାହ ଯୋଗୁ ବାହାରି ଯାଇ ପାରିବେ। ଏହା କେବଳ ବର୍ଗାକାର କୃତି ମୁଣା Dାଦୃା ହିଁ ସମ୍ଭବ। ଏହା ମାଛ ଧରାବେଳେ ସର୍ବଦା ଖୋଲା ରହିବ। ମତ୍ସ୍ୟ ଜାତ ଦ୍ରବ୍ୟର ସଂରକ୍ଷଣ ପାଇଁ ହୀରକ ଆକୃତି ଫାସ ଜାଲ ଅପେକ୍ଷା ବର୍ଗାକାର କୃତି ଫାସ ବହୁତ ଭଲ ବୋଲି ଗବେଷଣା କାରୀଙ୍କ ଦ୍ବାରା ପ୍ରମାଣିତ ହୋଇଛି। ସେମାନେ ଉଲ୍ଲେଖ କରିଛନ୍ତି ଯେ ବର୍ଗାକାର କୃତି ଫାସ ଯୋଗୁ ବହୁଳ ଭାବେ ବଡ ଓ ମଧ୍ମ ଯାଆଁଳ କୁ ରକ୍ଷା କରା ଯାଇପାରିବ। ହୀରକକୃତି ଫାସ ଓ ବର୍ଗାକାର ଫାସ ମଧ୍ୟରେ ଅନେକ ତଫାତ ରହିଛି। ଏହା ସମସ୍ତ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକ ମାନେ ଯାଣିବା ଆବଶ୍ୟକତା ରହିଛି। ଯାହା ଦ୍ୱାରା କି ମତ୍ସ୍ୟ ସମ୍ପଦ ରକ୍ଷା ପାଇବା ସହିତ ମତ୍ସ୍ୟ ଶୀଳ୍ପ କୁ ସୁଦୃଢ଼ କରିବ। ହିରକାକୃତି ଫାଶ ଜାଲ ବ୍ୟବହାର କରିବା ଦ୍ବାରା ସମୁଦ୍ରରେ ଜାଲ ଟାଣିଲା ବେଳେ ଜାଲର ଫାଶ ଚଙ୍କୁଚିତ ହୋଇଥାଏ। ଫାଶ ସଙ୍କୁଚିତ ହେବା କାରଣରୁ ସମୁଦ୍ରରେ ଜାଲ ଟାଣିବା ପାଇଁ ଅଧିକ ଶକ୍ତି ଆବଶ୍ୟକ ହୋଇଥାଏ ଓ ଏହା ଇଞ୍ଜିନ ର ସ୍ଥାୟିତ୍ବ କମାଇଥାଏ। ବହୁଳ ଭାବେ କିଶୋର ଓ ଛୋଟ ଯାଆଁଳ ପଡି ମାଛ ବଂଶ ହ୍ରାସ ପାଇଥାଏ। ମାଛ ବଛାବଛି ପାଇଁ ଅଧିକ ସମୟ ଲାଗିଥାଏ। କିନ୍ତୁ ବର୍ଗାକାର ଫାଶ ଜାଲ ବ୍ୟବହାର କଲେ ପ୍ରକୃତ ସାଇଜ ରକ୍ଷା କରିଥାଏ। ଫାଶ ସଙ୍କୁଚିତ ନହେବା କାରଣରୁ ସମୁଦ୍ରରେ ଜାଲ ଟାଣିବା ପାଇଁ ଅଧିକ ଶକ୍ତି ଦରକାର ହୋଇ ନଥାଏ। ଏହାଦ୍ବାରା ଟ୍ରଲର ଇଞ୍ଜିନ ର ସ୍ଥାୟିତ୍ବ ବଢିଥାଏ। କିଶୋର ଓ ଛୋଟ ଯାଆଁଳ ମାଛ ଖସି ଯାଇଥାନ୍ତି। ଯାହା ଦ୍ବାରା ମାଛ ବଂଶ ବୃଦ୍ଧି ପାଇଥାଏ। अदରକାରୀ ମାଛ କମ ଥିବା ରୁ ବଛାବଛି ପାଇଁ କମ ସମୟ ଲାଗିଥାଏ। ସର୍ବ ଶେଷରେ ବର୍ଗାକାର ଜାଲ ବ୍ୟବହାର ଦ୍ବାରା ଟ୍ରଲର କିମ୍ବା ବୋଟ୍ ରେ ଡିଜେଲ କମ୍ ବ୍ୟବହର ହେବା ସହିତ ପ୍ରତିଥର ୧୮ଶହ ଟଙ୍କା ସଞ୍ଚୟ ʃ. ୨ ୮ଷ ଟଙ୍କା ସଞଚୟ ହୋଇଥାଏ। ୯ ୯ ୧ ୮ଶ ୦ ୦ ୦ ୨ Training line। ୟାହା ଫଳରେ ଇଞ୍ଜିନ ର ଆୟୁ ବଢାଇଥାଏ। ଏନେଇ ପାରାଦୀପ ମାଛଧରା ବନ୍ଦର ରେ ଏମ୍.ପି.ଇ.ଡି.ଏ ଓ ପାରାଦୀପ ବନ୍ଦର ପ୍ରାଧିକରଣ ମିଳିତ ସହଯୋଗ ରେ ଏକ ସଚେତନତା କର୍ମଶାଳାରେ ବର୍ଗାକାର ଜାଲର ଉପଦେୟତା ସମ୍ପର୍କରେ ମତ୍ସ୍ୟଜୀବୀ ଙ୍କୁ ନେଇ ସଚେତନ କରାଯାଇଛି。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
YSYatnesh Sen
FollowMar 12, 2026 17:33:120
Report
ASANIMESH SINGH
FollowMar 12, 2026 17:32:500
Report
NJNEENA JAIN
FollowMar 12, 2026 17:31:570
Report
NJNEENA JAIN
FollowMar 12, 2026 17:31:410
Report
SHSAYED HUSSAIN AKHTAR
FollowMar 12, 2026 17:31:29Raebareli, Uttar Pradesh:रायबरेली -
जमीनी विवाद में दो पक्षों में खूनी संघर्ष
दोनों पक्षों से लगभग 9 लोग हुए जख्मी
सूचना पर पहुंची डायल 112 ने सभी घायलों को पहुंचाया शिवगढ़ सीएचसी
शिवगढ़ थाना क्षेत्र के कुम्हरावां गांव का मामला
0
Report
SASALMAN AMIR
FollowMar 12, 2026 17:31:160
Report
JGJugal Gandhi
FollowMar 12, 2026 17:30:570
Report
ASAshok Singh Shekhawat
FollowMar 12, 2026 17:30:380
Report
STSharad Tak
FollowMar 12, 2026 17:30:210
Report
0
Report
0
Report