Back
Sundargarh769003blurImage

Sundergarh - ରାଉରକେଲା ରେ ପୁଣି ଗୁଳିମାଡ, ଦୁଇ ଡକାୟତ ଙ୍କୁ କାବୁ କଲା ପୋଲିସ୍

Susanta Kumar Dash
Apr 25, 2025 07:07:26
Rourkela, Odisha
ରାଉରକେଲା ପୋଲିସ୍ ଜିଲ୍ଲା , ବିଶ୍ରା ଥାନା ଅଞ୍ଚଳରେ ଗତ ରାତିରେ ଫୁଟିଛି ଗୁଳି। ବିଶ୍ରା ସାରୁବାହାଲ ଠାରେ ଥିବା ଡୁଗ୍ରୁ ଢ଼ାବା ରେ ୭ ରୁ ୮ ଜଣ ଯୁବକ ଛୁରୀ ବନ୍ଧୁକ ସହ ଡକାୟତି କରିବାକୁ ଆସି ଜଣଙ୍କୁ ଏକରାଉଣ୍ଡ ଗୁଳି କରିବା ପରେ ୨୦୦୦୦ ଟଙ୍କା ଲୁଟି ଚାଲି ଯାଇଥିଲେ। ଖବର ପାଇ ବିଶ୍ରା ପୋଲିସ ନାକାବନ୍ଦି କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି। ପୋଲିସ ଅଟକାଇବା ସମୟରେ ଗୁଳି ବିନିମୟ ରେ ସ୍ଥାନୀୟ ଉଡୁସୁ ଅଞ୍ଚଳର ଦୁଇ ଯୁବକ ବନେଶ୍ୱର୍ ଓ ସିବନାଥ ଙ୍କ ଗୋଡ଼ରେ ଗୁଳି ଲାଗି ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com